Advertisement
Article Detail0/zeeodisha/odisha668278
Zee OdishaOther Newsଗରିବଙ୍କୁ ଆଶ୍ରୟ ଓ ଖାଦ୍ୟ ଯୋଗାଇବ ଦିଲ୍ଲୀ ସରକାର

ଗରିବଙ୍କୁ ଆଶ୍ରୟ ଓ ଖାଦ୍ୟ ଯୋଗାଇବ ଦିଲ୍ଲୀ ସରକାର

କୋରୋନା ସଂକଟ ସମୟରେ ଗରିବ ଲୋକମାନଙ୍କୁ ଖାଦ୍ୟ ଓ ଆଶ୍ରୟ ସ୍ଥାନ ଯୋଗାଇ ଦେବ ଦିଲ୍ଲୀ ସରକାର। ଏଭଳି କିଛି ପ୍ରତିଶ୍ରୁତି ଦେଇଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଗରିବମାନଙ୍କୁ ୨୪ ଘଣ୍ଟିଆ ରହଣୀ ଓ ଖାଇବା ପାଇଁ ବ୍ୟବସ୍ଥା କରିବେ ସରକାର।  ସେ ଆହୁରି ମଧ୍ୟ କହିଥିଲେ କି, ପ୍ରତ୍ୟେକଦିନ ୧୦ ଲ

ଗରିବଙ୍କୁ ଆଶ୍ରୟ ଓ ଖାଦ୍ୟ ଯୋଗାଇବ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: କୋରୋନା ସଂକଟ ସମୟରେ ଗରିବ ଲୋକମାନଙ୍କୁ ଖାଦ୍ୟ ଓ ଆଶ୍ରୟ ସ୍ଥାନ ଯୋଗାଇ ଦେବ ଦିଲ୍ଲୀ ସରକାର। ଏଭଳି କିଛି ପ୍ରତିଶ୍ରୁତି ଦେଇଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଗରିବମାନଙ୍କୁ ୨୪ ଘଣ୍ଟିଆ ରହଣୀ ଓ ଖାଇବା ପାଇଁ ବ୍ୟବସ୍ଥା କରିବେ ସରକାର। 

ସେ ଆହୁରି ମଧ୍ୟ କହିଥିଲେ କି, ପ୍ରତ୍ୟେକଦିନ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଖାଦ୍ୟ ଖୁଆଇବା ପାଇଁ ଦିଲ୍ଲୀ ସରକାର ପ୍ରସ୍ତୁତ ହେଉଛନ୍ତି। ଏପରିକି ୭୫ ଲକ୍ଷ ଲୋକଙ୍କୁ ରାସନ ମଧ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି। ସେହିପରି ହଜାର ହଜାର ଲୋକଙ୍କ ତଥା ଗରୀବ ଶ୍ରେଣୀର ଲୋକମାନଙ୍କ ପାଇଁ ରହିବାକୁ ଆଶ୍ରୟ ସ୍ଥଳୀ ମଧ୍ୟ ଯୋଗାଇଦେବେ। ତେବେ ଏଥିପାଇଁ ଆମେ ଗଣମାଧ୍ୟମକୁ ଧନ୍ୟବାଦ ଦେବାକୁ ଚାହୁଁଛୁ ବୋଲି ସେ କହିଥିଲେ। ଗଣମାଧ୍ୟମ ବିଭିନ୍ନ ସମୟରେ ଗରୀବ ଲୋକଙ୍କ ଅସୁବିଧା ସମ୍ପର୍କରେ ଆମକୁ ଅବଗତ କରାଇଥିଲା ବୋଲି ସେ ସୂଚନା ଦେଇଛନ୍ତି। 

ସେହିପରି ସେ ଆହୁରି ମଧ୍ୟ କହିଛନ୍ତି କି, ଯମୁନା ନଦୀ କୂଳରେ କିଛି ଲୋକ ରହିଛନ୍ତି। ସେମାନଙ୍କ ପାଇଁ ଆଶ୍ରୟ ସ୍ଥଳୀର ବ୍ୟବସ୍ଥା କରାଯିବ। ଏହି ଆଶ୍ରୟସ୍ଥଳୀ ନିର୍ମାଣ ହୋଇଗଲେ ସେମାନଙ୍କୁ ସେଠାକୁ ସ୍ଥାନାନ୍ତର କରାଯିବ ବୋଲି ସେ କହିଥିଲେ। ସେହିପରି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଥିବା ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ୧୫୬୧ ଜଣ କେବଳ ଦିଲ୍ଲୀରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ମଧ୍ୟରୁ ୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 

Add Zee News as a Preferred Source
About the Author