Trending Photos
ଦିଲ୍ଲୀ ବିଧାନସଭା ନିର୍ବାଚନ: ନାୟକ ବନାମ ନାୟକ
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ରାଜନୈତିକ ପାଣିପାଗ ବେଶ ଉଷ୍ମ ହୋଇ ପଡ଼ିଛି। ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲଙ୍କ କାମକୁ ନେଇ ଯେତିକି ଚର୍ଚ୍ଚା ଜୋର ଧରିଛି ବିଜେପିର ପ୍ରଚାରକୁ ନେଇ ମଧ୍ୟ ସେତିକି ଜୋର ଧରିଛି। କେବଳ ବାସ୍ତବସ୍ଥିତି ନୁହେଁ, ସୋସିଆଲ ମିଡ଼ିଆରେ ମଧ୍ୟ ଏହି ଚର୍ଚ୍ଚା ବେଶ ଭାଇରାଲ ହେବାରେ ଲାଗିଛି। ତେବେ ଏହି ରାଜନୈତିକ ମାହୋଲ ମଧ୍ୟରେ କଂଗ୍ରେସ ଚର୍ଚ୍ଚାକୁ ଆସିବା ଟିକେ ପଛରେ ରହିଯାଇଛି।
ଅଧିକ ପଢନ୍ତୁ: ସେନାମୁଖ୍ୟଙ୍କ ପ୍ରଶଂସାରେ ଶିବସେନା, POK କୁ ନେଇ ଦେଲା ବଡ଼ ବୟାନ
ତେବେ ସେ ଯାହା ବି ହେଉ, ସୋସିଆଲ ମିଡ଼ିଆରେ ଏବେ ବିଜେପି ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ ପ୍ରଚାର ଯୁଦ୍ଧ ଜୋର ଧରିଛି। କେବେ ଆପ ଭିଡ଼ିଓ ମାଧ୍ୟମରେ ବିଜେପିକୁ କଟାକ୍ଷ କରୁଛି ତ କେବେ ବିଜେପି ମଧ୍ୟ ଆପକୁ ସମାଲୋଚନା କରୁଛି। ଏବେ କିନ୍ତୁ ବିଜେପି ଏକ ଭିଡ଼ିଓ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛି, ଯାହା ବେଶ ଜୋରଦାର ଭାଇରାଲ ହେବାରେ ଲାଗିଛି।
#LageRahoKejriwal song is so good even sir @ManojTiwariMP is also dancing on it. pic.twitter.com/Ye3077PMK4
— AAP (@AamAadmiParty) January 11, 2020
'आप' का खलनायक.. pic.twitter.com/dO0YLHetYY
— BJP Delhi (@BJP4Delhi) January 12, 2020
ତେବେ ୨୦୦୧ ମସିହାରେ ଅନୀଲ କାପୁର ଅଭିନୀତ ସିନେମା ନାୟକ ମୁକ୍ତିଲାଭ କରିଥିଲା। ଏହି ସିନେମାରେ ଅନୀଲ କପୁର ଦିନକ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଅମରିଶ ପୁରୀଙ୍କୁ ବିରୋଧୀ ଦଳର ନେତା ଭାବେ ଅବତୀର୍ଣ୍ଣ ହୋଇଥିଲେ। ଏହି ସିନେମାନେ ଅମରିଶ ପୁରୀ ଯେତେବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ, ସେହି ସମୟରେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବା ଅନୀଲ କପୁର ତାଙ୍କର ଏକ ସାକ୍ଷାତକାର ନେଇଥିଲେ। ସେହି ସିନର ଏକ ନକଲ କରି ବିଜେପି ଏକ ଭିଡ଼ିଓ ଭାଇରାଲ କରିଛି।
ଅଧିକ ପଢନ୍ତୁ: 'ଇଂରେଜ ବଂଶଜଙ୍କ ହାତରେ ବିଲୟ ହେବ କଂଗ୍ରେସ'
ବିଜେପି ଦ୍ୱାରା ଭାଇରାଲ ହୋଇଥିବା ଏହି ଭିଡ଼ିଓରେ କେଜରିଓ୍ୱାଲଙ୍କୁ ବିରୋଧୀ ଦଳ ନେତା ଭାବେ ଦର୍ଶାଯାଇଛି। କେଜରିଓ୍ୱାଲଙ୍କୁ ଅମିରଶ ପୁରୀଙ୍କ ଚରିତ୍ରରେ ଦେଖାଯାଇଛି। ଏହା ସହିତ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ପାଇଁ କେଜରିଓ୍ୱାଲ ଦାୟୀ ବୋଲି ବିଜେପି କହିଛି।
ସେହିପରି ଏହି ଭାଇରାଲ ଭିଡ଼ିଓର ଜବାବରେ ଆମ ଆଦମୀ ପାର୍ଟି ମଧ୍ୟ ଏକ ଭିଡ଼ିଓ ଭାଇରାଲ କରିଛି। ଉକ୍ତ ଭିଡ଼ିଓରେ ମଧ୍ୟ ସେହି ନାୟକ ସିନେମାର କିଛି ଦୃଶ୍ୟକୁ ନକଲ କରାଯାଇଥିବା ଦେଖିବାକୁ ମିଳିଛି। ଆପ ଜାରି କରିଥିବା ଉକ୍ତ ଭିଡ଼ିଓରେ ଦୁଇଟି ଓ୍ୱିଣ୍ଡ ଦେଖିବାକୁ ମିଳିଛି। ପ୍ରଥମ ଓ୍ୱିଣ୍ଡୋରେ ନାୟକ ଫିଲ୍ମରେ ଅନୀଲ କାପୁରଙ୍କ ଏକ ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ତାହାର ନକଲ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲଙ୍କର ଏକ ଦୃଶ୍ୟ ଦେଖିବାକୁ ମିଳିଛି।
Arvind Kejriwal - #DilliKaNayak pic.twitter.com/k2NmrmKAN9
— AAP (@AamAadmiParty) January 13, 2020
ତେବେ ଏହି ରାଜନୈତିକ ଚର୍ଚ୍ଚା କେବଳ ଏତିକିରେ ଥମିଯାଇନାହିଁ। ଏହି ରାଜନୈତିକ ପାଣିପାଗ ସିନେ ପୋଷ୍ଟରରେ ମଧ୍ୟ ଦେଖିବାକୁ ମିଳିଛି। ଉକ୍ତ ସିନେ ପୋଷ୍ଟରରେ କାଜଲ, ଶାହାରୁଖ ଏବଂ ଅନ୍ୟ ଜଣେ ଅଭିନେତାଙ୍କୁ ଦର୍ଶାଯାଇଛି। ଉକ୍ତ ପୋଷ୍ଟରରେ ଶାହାରୁଖଙ୍କୁ କେଜରିଓ୍ୱାଲ ଦର୍ଶାଯାଇଥିବା ବେଳେ କାଜୋଲଙ୍କୁ ଦିଲ୍ଲୀ ଭାବେ ଅଭିହିତ କରାଯାଇଛି। ସେହିଭଳି ଅନ୍ୟ ଅଭିନେତାଙ୍କୁ ମନୋଜ ତିଓ୍ୱାରୀ ଭାବେ ଅଭିହିତ କରଯାଇଛି। ଯାହା ଅତ୍ୟନ୍ତ ହାସ୍ୟରୋଳ ସୃଷ୍ଟି କରିଛି।
ଏହି ସବୁ ପୋଷ୍ଟରେ କମେଣ୍ଟ ମଧ୍ୟ ଜୋରଦାର ଆସୁଛି। ଏପରିକି ଉଭୟ ଦଳର ସମର୍ଥକମାନେ ମଧ୍ୟ ଉଭୟ ଦଳକୁ ସମର୍ଥନ କରି କମେଣ୍ଟ ଦେଉଥିବା ଜଣାପଡ଼ିଛି। ଏକ ପ୍ରକାର କମେଣ୍ଟ ଯୁଦ୍ଧ ମଧ୍ୟ ଲାଗି ଯାଉଥିବା ଦେଖିବାକୁ ମିଳିଛି। ବିଜେପିର ଏକ ଭିଡ଼଼ିଓରେ ଜଣେ ଆପ ସମର୍ଥକ ଲେଖିଛନ୍ତି କି କଣ୍ଟେଣ୍ଟ ଅତ୍ୟନ୍ତ ବୋରିଂ ରହିଛି। ଏହି କଣ୍ଟେଣ୍ଟକୁ ପ୍ରସ୍ତୁତ କରିବା ପାଇଁ ସାହାଯ୍ୟର ଆବଶ୍ୟକ ରହିଛି। ସେହିପରି କଂଗ୍ରେସର ଏକ ଭିଡ଼ିଓରେ ମଧ୍ୟ କୁହାଯାଇଛି ଯେ, କଣ୍ଟେଣ୍ଟ ଭଲ ରହିଛି। ମାତ୍ର ଏହା ତୁମ ଦ୍ୱାରା ହୋଇ ପାରିବ ନାହିଁ। ପ୍ରଚେଷ୍ଟା ଜାରି ରଖ। ଏହି ଭଳି ଅନେକ କମେଣ୍ଟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି।