ସମ୍ବଲପୁରକୁ କେବେ ସ୍ବାଭାବିକ ହେବ ଟ୍ରେନ୍‌ ସେବା
Advertisement

ସମ୍ବଲପୁରକୁ କେବେ ସ୍ବାଭାବିକ ହେବ ଟ୍ରେନ୍‌ ସେବା

ସମ୍ବଲପୁରରୁ ରାଜଧାନୀ ଭୁବନେଶ୍ୱର ଦେଇ ପୁରୀ  ଯିବା ପାଇଁ ପୁର୍ବରୁ ସମ୍ବଲପୁର ପୁରୀ ଇଣ୍ଟରସିଟି ଟ୍ରେନ ଏକ ପ୍ରମୁଖ ଯାତ୍ରା ମାଧ୍ୟମ ଥିଲା। 

ସମ୍ବଲପୁରକୁ କେବେ ସ୍ବାଭାବିକ ହେବ ଟ୍ରେନ୍‌ ସେବା

ଅଜୟ ନାଥ, ସମ୍ବଲପୁର:  ମହାମାରୀ କୋରୋନା (Corona Pandemic) ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଥିବା ବେଳେ ସବୁ ଖୋଲିଲାଣି। ତେବେ ଟ୍ରେନ୍‌ ଚଳାଚଳ ସ୍ୱଭାବିକ ହେବ କେବେ ? ଏ ପ୍ରଶ୍ନ ପଚାରୁଛନ୍ତି ସମ୍ବଲପୁର ବାସିନ୍ଦା । କାହିଁକି ନା ସମ୍ବଲପୁର ରୁ ପୁରୀ ଇଣ୍ଟରସିଟି (Intercity Express) ଟ୍ରେନକୁ (Train) ବନ୍ଦ କରି ଦେଇଥିବାରୁ  ହନ୍ତସନ୍ତ ହେଉଛନ୍ତି ନିତିଦିନିଆ ଯାତ୍ରୀ।

କୋଭିଡ୍‌-୧୯ ପାଇଁ ସାରା ଦେଶରେ ଟ୍ରେନ୍ ସେବା ବନ୍ଦ ରହିଥିଲା। ଟ୍ରାକ୍‌ରେ ଗୋଟିଏ ବି ଟ୍ରେନ୍‌ ଚାଲୁ ନ ଥିଲା। ତେବେ କୋରୋନା କଟକଣା ଭିତରେ ବି ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଥମେ ପାର୍ସଲ ଟ୍ରେନ୍‌ ଗଡ଼ିଲା। ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେବା ପରେ ଟ୍ରାକ୍‌ରେ ଯାତ୍ରୀବାହୀ ଟ୍ରେନ୍‌ ସେବା ବି ଆରମ୍ଭ ହେଲା। ସ୍ବତନ୍ତ୍ର ଟ୍ରେନ୍‌ ମାଧ୍ୟମରେ ଯାତ୍ରୀମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଲେ। 

ଅଧିକ ପଢନ୍ତୁ: ସୁନ୍ଦରଗଡ଼ ଯିବେ ମୁଖ୍ୟମନ୍ତ୍ରୀ, ୫ ହଜାର କୋଟି ଟଙ୍କାର ପ୍ରକଳ୍ପର କରିବେ ଶିଳାନ୍ୟାସ

ଇତିମଧ୍ୟରେ କୋରୋନା ସ୍ଥିତିରେ ଯଥେଷ୍ଟ ସୁଧାର ଆସିଲାଣି। ସଂକ୍ରମଣ କମିଗଲାଣି, କୋରୋନା ଭୟ ବି ଦୂରେଇଲାଣି। ମନ୍ଦିର, ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ଖୋଲିଲାଣି। ସଭା, ଶୋଭାଯାତ୍ରା, ଉତ୍ସବ ପାଇଁ ଓଡ଼ିଶା ସରକାର ଅନୁମତି ଦେଇ ସାରିଲେଣି। ବସ୍‌ ସେବା ମଧ୍ୟ କେବେଠୁ ସ୍ବାଭାବିକ ହୋଇଗଲାଣି। ମାତ୍ର ରାଜ୍ୟରେ ଗଡ଼ୁନି ଇଣ୍ଟରସିଟି ପାସେଞ୍ଜର ଓ ମେମୁ ଟ୍ରେନ୍‌।  ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ସହରରୁ ରାଜଧାନୀ ଭୁବନେଶ୍ୱର ଦେଇ ପ୍ରତିଦିନ ଜଗନ୍ନାଥ ପୁରୀକୁ ଶହଶହ ଲୋକ କାର୍ଯ୍ୟରେ ଯାଉଥିବା ବେଳେ ସେମାନଙ୍କ ପାଇଁ ସିଧାସଳଖ ଟ୍ରେନ ନଥିବାରୁ ବହୁ ଅସୁବିଧା ଭୋଗୁଛନ୍ତି ଯାତ୍ରୀ ।  

ଅଧିକ ପଢନ୍ତୁ: ଆଜି ସରସ୍ୱତୀ ପୂଜା: ଜାଣନ୍ତୁ କିଛି ପୁରାଣରେ ବର୍ଣ୍ଣିତ ରୋଚକ କଥା

ସମ୍ବଲପୁରରୁ ରାଜଧାନୀ ଭୁବନେଶ୍ୱର ଦେଇ ପୁରୀ  ଯିବା ପାଇଁ ପୁର୍ବରୁ ସମ୍ବଲପୁର ପୁରୀ ଇଣ୍ଟରସିଟି ଟ୍ରେନ ଏକ ପ୍ରମୁଖ ଯାତ୍ରା ମାଧ୍ୟମ ଥିଲା। ସମ୍ବଲପୁର ସମେତ ପଡୋଶୀ ବରଗଡ ଜିଲ୍ଲାର ଯାତ୍ରୀମାନେ ମଧ୍ୟ ଏହା ଉପରେ ନିର୍ଭର କରୁଥିଲେ। ତେବେ ୧୧ ମାସ ହେଲା ଏହି ଟ୍ରେନ୍‌ ସେବା ବନ୍ଦ ରହିଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ବର୍ତ୍ତମାନ ଚାଳୁଥିବା ସ୍ବତନ୍ତ୍ର ଟ୍ରେନ୍‌ରେ ଯିବା ସମୟରେ ଅଧିକ ଟିକେଟ୍‌ ମୂଲ୍ୟ ରହୁଛି। ଯାହାକି ସାଧାରଣ ଲୋକଙ୍କ ପକେଟ୍‌କୁ ବାଧୁଛି। 

ଅଧିକ ପଢନ୍ତୁ: ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ହେବ ୪ ପ୍ରତିଶତ ବୃଦ୍ଧି! ଜାଣନ୍ତୁ କେତେ ବଢ଼ିବ ଭ୍ରମଣ ଭତ୍ତା

ତା’ପରେ ବି ଆବଶ୍ୟକତା ଥିବାରୁ ସେମାନେ ଟ୍ରେନ୍‌ରେ ଯିବା ଆସିବା କରିବା ଲାଗି ଟିକେଟ୍‌ କରୁଛନ୍ତି। ହେଲେ ସ୍ବତନ୍ତ୍ର ଟ୍ରେନ୍‌ ପ୍ରତି ଯାତ୍ରୀଙ୍କ ଏତେ ଡିମାଣ୍ଡ ରହିଛି ଯେ ୩/୪ ଦିନ ଆଗରୁ ଟ୍ରେନ୍‌ରେ ସିଟ୍‌ ମିଳୁନି। ଦୁଇ ଦିନ ଆଗରୁ ଯାତ୍ରୀଙ୍କୁ ୱେଟିଂ ଲିଷ୍ଟରେ ରହିବାକୁ ପଡ଼ୁଛି। ସେଥିପାଇଁ ତୁରନ୍ତ ସାଧାରଣ ଲୋକଙ୍କ ସୁବିଧା ପାଇଁ ଏହି ସମ୍ବଲପୁର ପୁରୀ ଇଣ୍ଟରସିଟି ଏକ୍ସପ୍ରେସକୁ ଚଳାଚଳ କରିବାକୁ ଜିଲ୍ଲା କଂଗ୍ରେସ ସଭାପତି ଦାବି କରିଛନ୍ତି ।

ସମ୍ବଲପୁରରୁ ପୁରୀ ଇଣ୍ଟରସିଟି ଏକ୍ସପ୍ରେସକୁ ପୁନର୍ବାର ଶୀଘ୍ର ଚଳାଇବାକୁ ସହରର ବହୁ ସଂଗଠନ ପକ୍ଷରୁ ଦାବି କରାଯାଇଛି । ତେଣୁ  ଯାତ୍ରୀଙ୍କ ସୁବିଧା ପାଇଁ ରେଳ ବିଭାଗ ଏଦିଗରେ ତୁରନ୍ତ ପଦକ୍ଷେପ ନେବାପାଇଁ ସାଧାରଣ ରେ ଦାବି ହେଉଛି।