ଭାରତଠାରୁ ସାହାର୍ଯ୍ୟ ମାଗିଲେ ଟ୍ରମ୍ପ, କହିଲେ ଔଷଧ ଦିଅ ନ ହେଲେ...
Advertisement
Article Detail0/zeeodisha/odisha664514

ଭାରତଠାରୁ ସାହାର୍ଯ୍ୟ ମାଗିଲେ ଟ୍ରମ୍ପ, କହିଲେ ଔଷଧ ଦିଅ ନ ହେଲେ...

ଭାରତରେ ପାଖରେ ଅଛି କୋରୋନାରୁ ଭଲ ହେବାର ଔଷଧ, ଯାହାକୁ ପାଇବା ପାଇଁ ଚେଷ୍ଟା ଚଳାଇଛନ୍ତି ଅନେକ ଦେଶ

ଡୋନାଲ୍ଡ ଟ୍ରମ୍ପ

ଆମେରିକା: କୋରୋନାର କହର ଆଗରେ ଆଣ୍ଠୁ ମାଡି ପଡିଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଆମେରିକାରେ ୩.୬ ଲକ୍ଷ ଲୋକ କୋରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ଥିବାବେଳେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଭାରତଠାରୁ ସାହାର୍ଯ୍ୟ ମାଗିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । 

ଭାରତ ପାଖରେ ଥିବା ଆଣ୍ଟି ମ୍ୟାଲେରିଆ ଟାବଲେଟ 'ହାଇଡ୍ରୋକ୍ସିକ୍ଲୋରୋକୁଇନ'କୁ କୋରୋନା ମୁକାବିଲା ପାଇଁ ନିଜ ଦେଶକୁ ନେବାକୁ ଚାହୁଛନ୍ତି । ଆଉ ଏ ନେଇ ଟ୍ରମ୍ପ ମୋଦିଙ୍କ ସହିତ ଫୋନରେ କଥା ହୋଇଥିବା ସେ ହ୍ୱାଇଟ ହାଉସରେ ହୋଇଥିବା ପ୍ରେସ କନଫ୍ରେସରେ କହିଛନ୍ତି ।
 

ମୋଦିଙ୍କ ସହ ଫୋନରେ କଥା ହେବାର କିଛି କ୍ଷଣ ପରେ ମୋଦି ଭାରତରୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଟାବେଲଟ ରପ୍ତାନି ଉପରେ ବ୍ୟାନ କରିଦେଇଥିଲେ । ଏହା ଜାଣିବା ପରେ ଟ୍ରମ୍ପ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି । ଭାରତ ସହ ଆମେରିକାର ଖୁବ୍ ଭଲ ସମ୍ପର୍କ ରହିଛି ଏପରିକି ବାଣିଜିକ କ୍ଷେତ୍ରରେ ଆମେରିକାଠାରୁ ଭାରତ ଖୁବ୍ ଲାଭବାନ ମଧ୍ୟ ହୋଇଛି ଆଉ ଯଦି ଏହିଭଳି ସ୍ଥିତିରେ ଭାରତ ମେଡିସିନ ରପ୍ତାନି ନିଷେଧ କରେ ତେବେ ସେ ଏହାର ପ୍ରତିଶୋଧ ନେବେ ବୋଲି କହିଛନ୍ତି ।

ମ୍ୟାଲେରିଆ ବ୍ୟତୀତ ଲୁପସ୍, ରିମାଟଏଡ୍ ଆର୍ଥ୍ରାଇଟିସ୍ ରୋଗର ପ୍ରତିକାର ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଟାବେଲଟର ବ୍ୟବହାର କରାଯାଇଥାଏ । ଏବଂ ଏହି ଟାବେଲଟ ସାହାର୍ଯ୍ୟରେ କୋରୋନା ରୋଗର ଚିକିତ୍ସା କରାଯାଉଥିବାବବେଳେ ଅନେକ ଦେଶ ଏହି ଟାବେଲଟ ଦ୍ୱାରା କୋଭିଡ୧୯ର ଚିକିତ୍ସା କରିବାରେ ସଫଳ ହୋଇଛନ୍ତି । କୋରୋନା ପାଇଁ ଭ୍ୟାକସିନ ବାହାରି ନ ଥିବାବେଳେ ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ପାଇଁ ଏହିପରି କିଛି କିଛି ଟାବେଲଟର ବ୍ୟବହାର କରାଯାଉଛି । ଆଉ ଏହି ଟାବଲେଟ ଜରିଆରେ କୋରୋନାକୁ ଭଲ ମଧ୍ୟ କରାଯାଇପାରୁଛି ।

କେବଳ ଆମେରିକା ନୁହଁ, ପୋଡଶୀ ଦେଶ ଶ୍ରୀଲଙ୍କା ଓ ନେପାଳ ମଧ୍ୟ ଏହି ଟାବେଲଟ ରପ୍ତାନି ପାଇଁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି । 

ତେବେ ଏପରିସ୍ଥିତିରେ ଭାରତ ଏହି ଟାବେଲଟ୍ ରପ୍ତାନି ଉପରେ ବ୍ୟାନ କରିବାର କାରଣ ନିଜ ଦେଶରେ ଟାବଲେଟ୍ କୁ ମହଜୁଦ ରଖିବା। ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଏହି ଟାବେଲଟ୍ କୁ ପ୍ରତିକାର ପାଇଁ ବ୍ୟବହାର କରାଯିବ । ଯଦି ଭାରତ ସବୁ ଦେଶକୁ ଏହି ଟାବେଲଟ୍ ଯୋଗାଇଦିଏ ତେବେ ହୁଏତ ନିଜ ଦେଶରେ ଚିକିତ୍ସା ପାଇଁ ଏହି ଟାବେଲଟ୍ ନିଅଣ୍ଟ ହୋଇ ପାରେ ।

ଏହି ଟାବେଲଟ୍ ରପ୍ତାନି ପାଇଁ ଟ୍ରମ୍ପ ରବିବାର ସକାଳେ ମୋଦିଙ୍କ ସହ ସିଧାସଳଖ ଫୋନରେ କଥା ହୋଇଥିବା ବେଳେ ସକାରତ୍ମକ ଉତ୍ତର ପାଇଥିଲେ ମାତ୍ର ଯଦି ମୋଦି ନୂଆଦିଲ୍ଲୀରୁ ଏହି ଟାବେଲଟ୍ ରପ୍ତାନିକୁ ଅଟକାଇ ଦିଅନ୍ତି ତେବେ ଆଗକୁ ସେ ଏହାର ପ୍ରତିଶୋଧ ନେବେ ବୋଲି ସାମ୍ୱାଦିକ ସମ୍ମିଳନୀରେ କଡ଼ା ଚେତାବନୀ ଦେଇଛନ୍ତି ।