କ୍ଷୀର ସହ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ; ହୋଇପାରେ ଜହର
Advertisement
Article Detail0/zeeodisha/odisha611100

କ୍ଷୀର ସହ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ; ହୋଇପାରେ ଜହର

କ୍ଷୀର ସହିତ କିଛି ଜିନିଷକୁ ଖାଇବା ଅନୁଚିତ ।

କ୍ଷୀର ସହ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ; ହୋଇପାରେ ଜହର

ଭୁବନେଶ୍ୱର: କ୍ଷୀର ସ୍ୱାସ୍ଥ୍ୟଲାଗି ଅତ୍ୟନ୍ତ ଲାଭଦାୟକ । ଏହା ପିଇବା ଦ୍ୱାରା ଶରୀରକୁ ପ୍ରଚୁର ମାତ୍ରା ରେ ପ୍ରୋଟିନ ମିଳିଥାଏ । ତେବେ ଜାଣନ୍ତି କି କ୍ଷୀର ସହିତ କିଛି ଜିନିଷକୁ ଖାଇବା ଅନୁଚିତ । ଏହା ଶରୀରକୁ ଲାଭ ଦେଵା ପରିବର୍ତ୍ତେ କ୍ଷତି ପହଞ୍ଚାଇ ଥାଏ । ତେବେ ଆସନ୍ତୁ ଜାଣିବା  କେଉଁ କେଉଁ ଜିନିଷ ସହ କ୍ଷୀର ସେବନ କରିବା ଉଚିତ୍ ନୁହେଁ ।

- ଖଟା ଜାତୀୟ ପଦାର୍ଥ ସହ କ୍ଷୀରର ସେବନ କରିବା କ୍ଷତିକାରକ । ଖଟା ଫଳ ଶରୀରକୁ ଥଣ୍ତା ଯୋଗାଏ ଓ କ୍ଷୀର ଶରୀରକୁ ଗରମ କରିଦିଏ , ଏହି ଦୁହେଁ ଅଲଗା ଅଲଗା ହୋଇଥାଏ , ଏଥିପାଇଁ କ୍ଷୀର ସହ ଖଟା ଫଳର ସେବନ କେବେ କରନ୍ତୁ ନାହିଁ ।

- କ୍ଷୀର ସହିତ କମଳା ମଧ୍ୟ ଏକାଠି ଖାଇବା ଉଚିତ ନୁହେଁ । ଏହା ସହଜରେ ହଜମ ହୋଇ ନଥାଏ । ଏହା ଫଳରେ କେତେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ।

- କ୍ଷୀର ସହ ମାଛ ଖାଆନ୍ତୁ ନାହିଁ , କାରଣ ଏହା ପେଟରେ ବିଷାକ୍ତ ରସାୟନ ସୃଷ୍ଟି କରେ ।  

-  କ୍ଷୀର ସହ ଲୁଣ ର ମିଶ୍ରଣ ବହୁତ କ୍ଷତିକାରକ ହୋଇପାରେ , ଏହା ଧଳା ରୋଗର କାରଣ ହୋଇପାରେ ।

-  କ୍ଷୀର ସହ ଚିକେନ୍, ମଟନ୍ ନେଲେ ଏହା ଆହୁରି ବିପଦ ସୃଷ୍ଟି କରିପାରେ , ଏହା ଶରୀରରେ ହଜମ କରିପାରେ ନାହିଁ ।