ପାନୀୟ ଜଳ ପ୍ରକଳ୍ପ ଫେଲ୍, ଖୁବଶୀଘ୍ର ସମସ୍ୟାର ସମାଧାନ ଦାବି
Advertisement

ପାନୀୟ ଜଳ ପ୍ରକଳ୍ପ ଫେଲ୍, ଖୁବଶୀଘ୍ର ସମସ୍ୟାର ସମାଧାନ ଦାବି

ଧିରେଧିରେ ଜଳସ୍ତର କମିବାରେ ଲାଗିଛି । ନଳକୂପ ଖୋଳିଲେ ଶହଶହ ଫୁଟ ଗଭୀର କରିବାକୁ ପଡୁଛି ତଥାପି ପାଣି ମିଳିବା କଷ୍ଟକର ହେଉଛି । ଭଦ୍ରକ ଧାମନଗର ବିଜ୍ଞାପିତ ଅଞ୍ଚଳରେ କିନ୍ତୁ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଦେଢ଼ବର୍ଷ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ କାମ ଶେଷ ହୋଇଛି, ଟ୍ୟାପ୍ ମଧ୍ୟ ବସାଇଯାଇଛି ହେଲେ ଲୋକଙ୍କୁ ମିଳୁନି ଜଳ । କାରଣ ପ୍ରକଳ୍ପସ୍ଥଳରେ ବିନା ବିଦ୍ୟୁତରେ ପାଣି ବାହାରି ନଷ୍ଟ ହେଉଛି । ୨୪ ଘଣ୍ଟା ଅହରହ ପାଣି ରାସ୍ତାରେ ଭାସୁଛି, ଲୋକେ ଦେଖୁଛନ୍ତି, ବିଭାଗୀୟ ଅଧିକାରୀ କିନ୍ତୁ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି ।  

ପାନୀୟ ଜଳ ପ୍ରକଳ୍ପ ଫେଲ୍, ଖୁବଶୀଘ୍ର ସମସ୍ୟାର ସମାଧାନ ଦାବି

ଭଦ୍ରକ: ଧିରେଧିରେ ଜଳସ୍ତର କମିବାରେ ଲାଗିଛି । ନଳକୂପ ଖୋଳିଲେ ଶହଶହ ଫୁଟ ଗଭୀର କରିବାକୁ ପଡୁଛି ତଥାପି ପାଣି ମିଳିବା କଷ୍ଟକର ହେଉଛି । ଭଦ୍ରକ ଧାମନଗର ବିଜ୍ଞାପିତ ଅଞ୍ଚଳରେ କିନ୍ତୁ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଦେଢ଼ବର୍ଷ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ କାମ ଶେଷ ହୋଇଛି, ଟ୍ୟାପ୍ ମଧ୍ୟ ବସାଇଯାଇଛି ହେଲେ ଲୋକଙ୍କୁ ମିଳୁନି ଜଳ । କାରଣ ପ୍ରକଳ୍ପସ୍ଥଳରେ ବିନା ବିଦ୍ୟୁତରେ ପାଣି ବାହାରି ନଷ୍ଟ ହେଉଛି । ୨୪ ଘଣ୍ଟା ଅହରହ ପାଣି ରାସ୍ତାରେ ଭାସୁଛି, ଲୋକେ ଦେଖୁଛନ୍ତି, ବିଭାଗୀୟ ଅଧିକାରୀ କିନ୍ତୁ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି ।  

ଭଦ୍ରକ ଧାମନଗର ବିଜ୍ଞାପିତ ଅଞ୍ଚଳରେ ଫେଲ୍ ମାରିଛି ପାନୀୟ ଜଳ ପ୍ରକଳ୍ପ । ବିଭିନ୍ନ ସ୍ଥାନକୁ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ଜଳ ଯୋଗାଣ ପ୍ରକଳ୍ପ । ଏହାର କାମ ସରିଛି, ବିଭିନ୍ନ ଅଞ୍ଚଳକୁ ପାଇପ୍ ବିଛା ହୋଇଥିବା ବେଳେ ଟ୍ୟାପ୍ ମଧ୍ୟ ବସିଛି । ପ୍ରକଳ୍ପକୁ ଦେଢ଼ବର୍ଷ ହେଲାଣି ହେଲେ ଲୋକଙ୍କ ନିକଟରେ ପହଞ୍ଚି ପାରୁନି ପାନୀୟ ଜଳ । ସେପଟେ, ପ୍ରକଳ୍ପ ସ୍ଥାନରୁ ବିନା ବିଦ୍ୟୁତ୍ ସଞ୍ଜୋଗରେ ୨୪ ଘଣ୍ଟା ପାଣି ବାହାରି ନଷ୍ଟ ହେଉଛି ।

ପାନୀୟ ଜଳ ଯୋଗାଣ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଜଳ ନଷ୍ଟ ନକରିବା ପାଇଁ ପରାମର୍ଶ ଦିଆଯାଉଛି । ଦେଢ଼ବର୍ଷ ହେଲା ରାସ୍ତାକଡ଼ରୁ ପାଣି ବାହାରି ନଷ୍ଟ ହେଉଥିବା ବେଳେ କିନ୍ତୁ କାହାର ବି ନଜର ରହୁନି । ବିଭାଗୀୟ ଅଧିକାରୀ ମଧ୍ୟ ଏ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ବିଜ୍ଞାପିତ ଅଞ୍ଚଳର ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି । ଖୁବଶୀଘ୍ର ସମସ୍ୟାର ସମାଧାନ ପାଇଁ ଦାବି ହୋଇଛି ।