ବଢୁଛି ଜଙ୍ଗଲ, ସବୁଜ ହେଉଛି ଭାରତ
Advertisement
Article Detail0/zeeodisha/odisha617843

ବଢୁଛି ଜଙ୍ଗଲ, ସବୁଜ ହେଉଛି ଭାରତ

ଦେଶରେ ବଢୁଛି ଜଙ୍ଗଲ

ବଢୁଛି ଜଙ୍ଗଲ, ସବୁଜ ହେଉଛି ଭାରତ

ନୂଆଦିଲ୍ଲୀ: ଦେଶରେ ବଢୁଛି ଜଙ୍ଗଲ । ସବୁଜ ହେଉଛି ଭାରତ ବର୍ଷ ୨୦୧୯ରେ ସର୍ବାଧିକ ୧୩ ହଜାର ଏକର ଜମି ଜଙ୍ଗଲ ହୋଇଛି । ଇଣ୍ଡିଆ ଷ୍ଟେଟ ଅଫ ଫରେଷ୍ଟ ରିପୋର୍ଟ-୨୦୧୯ରେ ସଦ୍ୟ ପ୍ରକାଶିତ ତଥ୍ୟରୁ ଏହା ଜଣାପଡ଼ିଛି । କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏହି ରିପୋର୍ଟକୁ ପ୍ରକାଶ କରିଛନ୍ତି  । ରିପୋର୍ଟ ପ୍ରକାଶ କରିବା ସହିତ ସେ କହିଛନ୍ତି କି, ବିଶ୍ୱର ଯେଉଁ ରାଷ୍ଟ୍ର ଗୁଡ଼ିକରେ ଜଙ୍ଗଲ ବୃଦ୍ଧି ପାଇଛି, ସେହି ଦେଶ ଗୁଡ଼ିକ ତାଲିକାରେ ଭାରତର ନାଁ ମଧ୍ୟ ରହିଛି  । ତେବେ ସବୁଠାରୁ ରୋଚକ କଥା ହେଉଛି ଯେ କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ଜଙ୍ଗଲ ବୃଦ୍ଧି ପାଇଥିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ପ୍ରକାଶ କରିଛନ୍ତି  ।

2 ବର୍ଷରେ ଜଙ୍ଗଲ ବଢିଛି ପ୍ରାୟ ୫୧୯୯ ବର୍ଗ କିଲୋମିଟର

ଭାରତରେ ବିଗତ ୨୦୧୭ ପ୍ରାୟ ୫୧୯୯ ବର୍ଗ କିଲୋମିଟର ଅଞ୍ଚଳରେ ଜଙ୍ଗଲ ବୃଦ୍ଧି ପାଇଥିବା ଜଣାପଡ଼ିଛି । ଏହି ଅଞ୍ଚଳ ମଧ୍ୟରେ ୩୯୭୬ ଅଞ୍ଚଳରେ ନୂଆ ଜଙ୍ଗଲ ସୃଷ୍ଟି କରାଯାଇଥିବା ବେଳେ ୧୨୧୨ କିଲୋମିଟର ଅଞ୍ଚଳରେ ନୂଆ ଗଛ ଲଗାଯାଇଛି । ତେବେ ପ୍ରକାଶିତ ରିପୋର୍ଟ ମୁତାବକ ଦେଶରେ ୭,୧୨,୨୪୯ ବର୍ଗ କିଲୋମିଟର ଅଞ୍ଚଳ ଏବେ ଜଙ୍ଗଲ ରହିଛି  । ତେବେ ଏହି ଅଞ୍ଚଳ ବର୍ତ୍ତମାନ ଦେଶର ଭୂ-ଭାଗର ୨୧.୬୭ ପ୍ରତିଶତ ଅଞ୍ଚଳ । ତେବେ ଏହି ରିପୋର୍ଟରେ ପୂର୍ବୋତ୍ତର ଅଞ୍ଚଳରେ ଜଙ୍ଗଲ କମିଥିବା ପ୍ରକାଶ କରାଯାଇଛି  । ଉକ୍ତ ରିପୋର୍ଟ ମୁତାବକ ପୂର୍ବୋତ୍ତର ପାଞ୍ଚଟି ରାଜ୍ୟରେ ପ୍ରାୟ ୭୬୫ ବର୍ଗ କିଲୋମିଟର ଅଞ୍ଚଳରେ ଜଙ୍ଗଲ କମିଥିବା ଜଣାପଡ଼ିଛି। ସେପଟେ ପୂର୍ବୋତର ରାଜ୍ୟର ଅଧିକୃତ ଭୂଭାଗର ୭୦ ରୁ ୮୦ ପ୍ରତିଶତ ଜଙ୍ଗଲ ରହିଥିବା ଜଣାପଡ଼ିଛି  ।  

fallback

ଦିଲ୍ଲୀରେ ବଢିଛି ଜଙ୍ଗଲ
ଦିଲ୍ଲୀରେ ୨୦୧୭ ତୁଳନାରେ ଜଙ୍ଗଲ ବଢିଥିବା ଜଣାପଡ଼ିଛି. ୨୦୧୭ ମସିହାରେ ଦିଲ୍ଲୀରେ ୩୦୫.୪୧ ଅଞ୍ଚଳ ଜଙ୍ଗଲ ରହିଥିବା ବେଳେ ଏହା ବୃଦ୍ଧି ପାଇ ୩୨୪.୪୪ ବର୍ଗ କିଲୋମିଟରରେ ପହଞ୍ଚିଛି । ଯାହା ଦିଲ୍ଲୀବାସୀଙ୍କ ପାଇଁ ଏକ ଖୁସି ଖବର  । ୨୦୧୭ ମସିହାରେ ଦିଲ୍ଲୀର ଭୂଭାଗ ଅଞ୍ଚଳର ମୋଟ ୨୦.୬ ପ୍ରତିଶତରେ ଜଙ୍ଗଲ ରହିଥିଲା  । ଯାହା ବୃଦ୍ଧି ପାଇ ୨୧.୯ ପ୍ରତିଶତରେ ପହଞ୍ଚିଛି  । ତେବେ ବିଗତ କିଛି ବର୍ଷ ଧରି ଦିଲ୍ଲୀରେ ଜଙ୍ଗଲର ପରିମାଣ ବୃଦ୍ଧି ପାଉଛି  । ଯଦି ପୂର୍ବ ବର୍ଷର ରେକର୍ଡକୁ ଦେଖାଯାଏ, ତେବେ ୨୦୧୫ ବର୍ଷରେ ଦିଲ୍ଲୀରେ ମୋଟ ୨୦.୨ ପ୍ରତିଶତ ରହିଥିବା ବେଳେ ତାହା ବୃଦ୍ଧି ପାଇଁ ୨୦୧୭ରେ ୨୦.୬ ପ୍ରତିଶତରେ ପହଞ୍ଚିଛି  । ସେହିପରି ୨୦୧୭ରୁ ଏହା ବୃଦ୍ଧି ପାଇ ୨୦୧୯ ଶେଷ ସୁଦ୍ଧା ୨୧.୯ ପ୍ରତିଶତରେ ପହଞ୍ଚିଛି. ତେବେ ୨୦୧୫ରୁ ଏହା କ୍ରମାଗତ ଭାବେ ପାଖାପାଖି ୨.୩ ପ୍ରତିଶତ ଜଙ୍ଗଲ ଦିଲ୍ଲୀରେ ବୃଦ୍ଧି ପାଇଛି । 

ଏହି ରାଜ୍ୟରେ ବଢିଛି ସର୍ବାଧିକ ଜଙ୍ଗଲ

କର୍ଣ୍ଣାଟକ ୧୦୨୫
ଆନ୍ଧ୍ରପ୍ରଦେଶ  ୯୯୦
କେରଳ  ୮୨୩
ଜମ୍ମୁ କାଶ୍ମୀର  ୩୭୧
ହିମାଚଳ ପ୍ରଦେଶ  ୩୩୪

 
ସାମୁଦ୍ରିକ ଅଞ୍ଚଳରେ ମଧ୍ୟ ବୃଦ୍ଧି ପାଇଛି ଗଛ ସଂଖ୍ୟା

ସେହିଭଳି ସାମୁଦ୍ରିକ ଅଞ୍ଚଳରେ ମଧ୍ୟ ଗଛ ସଂଖ୍ୟା ବ୍ୟାପକ ଭାବେ ବୃଦ୍ଧି ପାଇଛି. ବିଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୫୪ ବର୍ଗ କିଲୋମିଟର ଅଞ୍ଚଳରେ ଗଛ ସଂଖ୍ୟା ବୃଦ୍ଧି ପାଇଛି । ଏହି ଗଛ ସବୁ ବିଶେଷ କରି ଓଡ଼ିଶା, ଗୁଜୁରାଟ ଓ ମହାରାଷ୍ଟ୍ର ରହିଛି । ଦେଶରେ ମୋଟ ସାଢେ ୬ ଲକ୍ଷ ଗାଁ ମଧ୍ୟରୁ ୧.୭ ଲକ୍ଷ ଗାଁ ବନାଞ୍ଚଳରେ ରହିଛି । ସେହିପରି ଦେଶରେ ଏବେ ଚାଲୁଥିବା ଚାରାରୋପଣ କାର୍ଯ୍ୟକ୍ରମ ଜରିଆରେ ଦେଶରେ ଜଙ୍ଗଲ ଓ ଗଛ ସଂଖ୍ୟା ଧିରେଧିରେ ବୃଦ୍ଧି ପାଉଛି । ଏହି କାର୍ଯ୍ୟକ୍ରମ ଜରିଆରେ ସହର ଏବଂ ଗ୍ରାମାଞ୍ଚଳରେ ମଧ୍ୟ ଧିରେ ଧିରେ ଗଛ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡ଼ିଛି । ତେବେ ୨୦୧୭ ମସିହାରେ ଜଙ୍ଗଲ ବାଦ ୧୯୪୫୦୭ ବର୍ଗ କିଲୋମିଟର ଥିଲା । ମାତ୍ର ତାହା ଏବେ ବଢି ୧୯୮୮୧୩ ବର୍ଗ କିଲୋମିଟରରେ ପହଞ୍ଚିଛି ।