ବୁଲ୍‌ବୁଲ୍‌ ପ୍ରଭାବ: ଲାଗିରହିଛି ବର୍ଷା, ପବନ
Advertisement

ବୁଲ୍‌ବୁଲ୍‌ ପ୍ରଭାବ: ଲାଗିରହିଛି ବର୍ଷା, ପବନ

ଚାନ୍ଦବାଲିରେ ୧୧୦ କିମି ବେଗରେ ପବନ ବହୁଛି । ଲୋକମାନଙ୍କ ଘରୁ ବାହାରିବା କଷ୍ଟକର ହୋଇପଡିଛି । 

 ବୁଲ୍‌ବୁଲ୍‌ ପ୍ରଭାବ: ଲାଗିରହିଛି ବର୍ଷା, ପବନ

ଭଦ୍ରକ: ବୁଲ୍‌ବୁଲ୍‌ ପ୍ରଭାବରେ ଭଦ୍ରକରେ ବର୍ଷ ଲାଗି ରହିଛି । ପବନର ବେଗ ବଢ଼ିବାରେ ଲାଗିଛି । ଚାନ୍ଦବାଲିରେ ୧୧୦ କିମି ବେଗରେ ପବନ ବହୁଛି । ଲୋକମାନଙ୍କ ଘରୁ ବାହାରିବା କଷ୍ଟକର ହୋଇପଡିଛି । ପଞ୍ଚୁଟିକିରି-ପଳାସପୁର-ନାଲଗୁଣ୍ଡା ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । 

ଭଦ୍ରକ ଜିଲ୍ଲା ଆରଡ଼ି ରାସ୍ତାର ବାହାରବିଲ ଛକ ନିକଟରେ ବିରାଟ  ଗଛ ଉପୁଡି ପଡିଛି । ଫଳରେ ଯାତାୟାତ ଠପ  ହୋଇଛି । ଧାମନଗର ଦମକାଳ ବାହିନୀ ପକ୍ଷରୁ ଗଛକଟା ଜାରୀ ରହିଛି । ଏଥିସହିତ ଆଖଣ୍ଡଳମଣି-ଚାନ୍ଦବାଲି ରାସ୍ତା, ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତା ଆଦି ଜାଗାରେ ଗଛ ପଡି ଯାତାୟତ ବାଧାପ୍ରାପ୍ତ ହୋଇଛି।  ତେବେ ଲୋକେ ନିଜ ଘର ବଞ୍ଚାଇବା ପାଇଁ ନିଜେ ନିଜେ ଗଛ କାଟି ରାସ୍ତା ଅବରୋଧ ହଟାଉଛନ୍ତି ।