• ଆଜି ରୁକୁଣା ରଥଯାତ୍ରା
  • ବିନା ଭକ୍ତରେ ହେବ ରଥ ଟଣା
  • ଓଡ଼ିଶାରେ ଲାଗୁ ହେଲା ସପ୍ତାହାନ୍ତ ସଟଡ଼ାଉନ୍
  • ସବୁ ସହରାଂଚଳରେ ଶନିବାର , ରବିବାର ସଟଡ଼ାଉନ୍
  • ଦିଲ୍ଲୀରେ ସମ୍ପୂର୍ଣ୍ଣ ଲକଡାଉନ ପରେ ପ୍ରବାସୀଙ୍କ ଘର ବାହୁଡା
  • ଟ୍ରେନ ଓ ବସ୍ ଷ୍ଟାଣ୍ଡରେ ହଜାର ହଜାର ଲୋକଙ୍କ ଭିଡ
  • IPL 2021: ୪୫ ରନରେ ସାମସନ ବାହିନୀକୁ ମାତ୍ ଦେଲା ଧୋନୀବାହିନୀ
  • ରାଜସ୍ଥାନରେ ୧୫ ଦିନିଆ ଲକଡାଉନ ଘୋଷଣା
  • ନିର୍ବାଚନୀ ରାଲିକୁ ନା ପରେ ଟ୍ୱିଟରରେ ଟ୍ରେଣ୍ଡ କଲା ନବୀନଙ୍କ ନିଷ୍ପତ୍ତି
  • ମେ ୧ରୁ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ କରୋନା ଟିକା

କିନ୍ନରଙ୍କୁ ସ୍ଵରୋଜଗାର କ୍ଷମ ହେବାକୁ ପନ୍ଥା ଯୋଗାଇଲେ ଗଜପତି ଏସ୍ପି

ଆଠ ଜଣ କିନ୍ନର ଦିବାରାତ୍ର ପାର୍ଲରେ ରହି ରୋଗୀ ତଥା ସମ୍ପର୍କୀୟଙ୍କୁ କ୍ଷୀର  ଦହି ତଥା ଓମଫେଡ ନିର୍ମିତ ସାମଗ୍ରୀ ବିକ୍ରି  କରିବା ସହ ରୋଗୀଙ୍କୁ ଗରମ ପାଣି ଓ ସାହାଯ୍ୟ ସହଯୋଗ କରିବେ ବୋଲି କହିଛନ୍ତି । 

କିନ୍ନରଙ୍କୁ ସ୍ଵରୋଜଗାର କ୍ଷମ ହେବାକୁ ପନ୍ଥା ଯୋଗାଇଲେ  ଗଜପତି ଏସ୍ପି

ସୁଜିତ ବିଶୋଇ, ଗଜପତି:  ଗଜପତି ଏସ୍ପି ସାରା ଶର୍ମାଙ୍କ ପୁଣି ଏକ ଜନହିତକର ପଦକ୍ଷେପ । ସମାଜରେ ଏକ ଭିନ୍ନ ଦୃଷ୍ଟିରେ ଚଳିଆସୁଥିବା କିନ୍ନରଙ୍କୁ ସ୍ଵରୋଜଗାର କ୍ଷମ ହେବାକୁ ପନ୍ଥା ଯୋଗାଇ ଦେଇଛନ୍ତି ସେମାନଙ୍କ ନିମନ୍ତେ ମୁଖ୍ୟ  ଚିକିତ୍ସାଳୟ ନିକଟରେ ଖୋଲିଛନ୍ତି ସୁରଭି ଓମଫେଡ ପାରଲର । ବିଧାୟକ ନାରାୟଣ ରାଓ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଓମଫେଡ ପାରଲରକୁ ଉଦଘାଟନ କରିଛନ୍ତି । 

ଏସପି ସାରା ଶର୍ମାଙ୍କ ପ୍ରୋତ୍ସହନରେ କିଛି ବାଦାନ୍ୟ ବ୍ୟକ୍ତି ଏଥିପାଇଁ ଅନୁଦାନ ପ୍ରଦାନ କରିଛନ୍ତି । ଆଠ ଜଣ କିନ୍ନର ଦିବାରାତ୍ର ପାର୍ଲରେ ରହି ରୋଗୀ ତଥା ସମ୍ପର୍କୀୟଙ୍କୁ କ୍ଷୀର  ଦହି ତଥା ଓମଫେଡ ନିର୍ମିତ ସାମଗ୍ରୀ ବିକ୍ରି  କରିବା ସହ ରୋଗୀଙ୍କୁ ଗରମ ପାଣି ଓ ସାହାଯ୍ୟ ସହଯୋଗ କରିବେ ବୋଲି କହିଛନ୍ତି । କିନ୍ନର ମାନଙ୍କ ସମସ୍ୟା ବୁଝି ସେମାନଙ୍କୁ ଭିକ୍ଷା ବୃତ୍ତି ଠାରୁ ନିବୃତ କରିବାକୁ ଏହିପରି ପଦକ୍ଷେପ ଗ୍ରହଣ କରି ସେମାନଙ୍କୁ ସ୍ୱାବଲମ୍ବୀ ଓ ସମ୍ମାନ ସହ ସମାଜରେ ବଞ୍ଚିବାକୁ ସହଯୋଗ କରିଥିବାରୁ କିନ୍ନରମାନେ ଖୁସି ବ୍ୟକ୍ତ କରିଛନ୍ତି ।   କିନ୍ନର ମାନଙ୍କୁ ଥଇଥାନ ପାଇଁ ପଦକ୍ଷେପ  ନିମନ୍ତେ ଏସ୍ପି ସାରା ଶର୍ମାଙ୍କୁ ଧନ୍ୟବାଦ ଜଣାଇଛନ୍ତି କିନ୍ନରମାନେ । ଅପରପକ୍ଷରେ ବିଧାୟକ ତାଙ୍କ ପାଣ୍ଠିରୁ ୩ଲକ୍ଷ, ଏବଂ ସାଂସଦ ୨ଲକ୍ଷ ଦେଇ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଯାହାକୁ ନେଇ ଆଗରୁ ବଢ଼ିବା ଲକ୍ଷ୍ୟ ରଖିଛନ୍ତି କିନ୍ନର ।