ଗଞ୍ଜାମର ବାଲି ଖାଇ ଆଇ କେଶରୀ...
Advertisement

ଗଞ୍ଜାମର ବାଲି ଖାଇ ଆଇ କେଶରୀ...

ବାଲି ଖାଇ ଆଇ। । । ବାସ ନାଁ ହିଁ ଯଥେଷ୍ଟ। ଏହି ନାଁରେ ପୁରା ଗଞ୍ଜାମ ଜିଲ୍ଲାରେ ଏହି ନାଁରେ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ କାଳଷଣ୍ଡପୁର ଗ୍ରାମର କେଶରୀ ବିଶ୍ୱାଳ। କେଶରୀଙ୍କର ଏହି ନାଁ ପଛରେ ମଧ୍ୟ ରହିଛି ତାଜୁବ କରିବା ଭଳି କାହାଣୀ।  

ଗଞ୍ଜାମର ବାଲି ଖାଇ ଆଇ କେଶରୀ...

ବ୍ରହ୍ମପୁର: ବାଲି ଖାଇ ଆଇ... ବାସ ନାଁ ହିଁ ଯଥେଷ୍ଟ। ଏହି ନାଁରେ ପୁରା ଗଞ୍ଜାମ ଜିଲ୍ଲାରେ ଏହି ନାଁରେ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ କାଳଷଣ୍ଡପୁର ଗ୍ରାମର କେଶରୀ ବିଶ୍ୱାଳ। କେଶରୀଙ୍କର ଏହି ନାଁ ପଛରେ ମଧ୍ୟ ରହିଛି ତାଜୁବ କରିବା ଭଳି କାହାଣୀ।  

କାହାଣୀ ଏହିପରି। ସମସ୍ତଙ୍କର ଖାଇବା ପ୍ରତି କିଛି ନା କିଛି ରୁଚି ରହିଛି। କିନ୍ତୁ କେଶରୀଙ୍କ ଖାଇବା ରୁଚି କିନ୍ତୁ ବେଶ ନିଆରା। ଦିନେ ନୁହେଁ କି ଦୁଇଦିନ ନୁହେଁ,  ଗତ ୩୦ ବର୍ଷ ଧରି ବାଲିକୁ ନିଜର ପ୍ରିୟ ଖାଦ୍ୟ ଭାବେ ଗ୍ରହଣ କରିନେଇଛନ୍ତି। ତେବେ କେଶରୀଙ୍କର ଏହି ସଉକ ଉପରେ ନିରାଶ ହୋଇଛନ୍ତି ଗବେଷକ ତଥା ବିଜ୍ଞାନୀମାନେ।  

ଭୋକ ଲାଗିଲେ କେହି ଖାଦ୍ୟ ଖାଇବାକୁ ଭଲ ପାଇଥାନ୍ତି। ମାତ୍ର କେଶରୀ ପୁଳା ପୁଳା ବାଲି ଖାଇ ନିଜର ଭୋକକୁ ମେଣ୍ଟାଇ ଥାନ୍ତି। କେଶରୀ ଯଦିଓ ଘରେ ଅନ୍ୟମାନଙ୍କ ପରି ଭାତ, ଡାଲି, ତରକାରି ଭଳି ଭିନ୍ନ ଭିନ୍ନ ଖାଦ୍ୟ ଖାଇଥାନ୍ତି, କିନ୍ତୁ ସତେ ଯେପରି ବାଲି ନଖାଇଲେ ତାଙ୍କ ଆତ୍ମାକୁ ଶାନ୍ତି ମିଳିନଥାଏ। ସେ ନଦୀ ପଠା ହେଉ ଅବା ଘର କାମ ପାଇଁ ଗଦା ହୋଇଥିବା ବାଲି ଦେଖିବା ମାତ୍ରେ ହିଁ ପୁଳା ପୁଳା ବାଲି ଖାଇଥାନ୍ତି କେଶରୀ।  

ସେପଟେ ପରିବାର ସଦସ୍ୟ କେଶରୀଙ୍କୁ ବାଲି ଖାଇବାରୁ ଦୁରେଇ ରଖିବାକୁ ପ୍ରୟାସ କରିଥିଲେ। ମାତ୍ର ପରିବାର ଲୋକେ ବିଫଳ ହୋଇଥିଲେ। ଏହି ବୃଦ୍ଧାଙ୍କ ବାଲି ଖିଆ ପ୍ରୟାସକୁ ଦେଖିକି ଗ୍ରାମବାସୀ ମଧ୍ୟ ତାଜୁବ ହୋଇ ଯାଇଥିଲେ। ଦୀର୍ଘ ୩୦ ବର୍ଷ ଧରି ବାଲି ଖାଇ ଆସୁଥିଲେ ମଧ୍ୟ ଏହି ୮୦ ବର୍ଷୀୟ କେଶରୀଙ୍କୁ ରୋଗ ଛୁଇଁ ପାରିନାହିଁ। ଯାହାକୁ ନେଇ ବେଶ ତାଜୁବ ହୋଇଛନ୍ତି ଡାକ୍ତର।