ନିର୍ଭୟା ମାମଲା: 'ଦୁଇ ଦିନରେ ହେବ ଫାଶୀ'
Advertisement

ନିର୍ଭୟା ମାମଲା: 'ଦୁଇ ଦିନରେ ହେବ ଫାଶୀ'

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ଫାଶୀକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଫାଶୀରୁ ମୁକୁଳିବା ପାଇଁ ଯେତିକି ପ୍ରୟାସ କରୁଛନ୍ତି, ସେତିକି ସେତିକି ନ୍ୟାୟିକ ବ୍ୟବସ୍ଥା ମଧ୍ୟରେ ଛନ୍ଦି ହୋଇ ପଡ଼ୁଛନ୍ତି। ସେପଟେ ଏହାକୁ ନେଇ ରାଜନୀତି ମଧ୍ୟ ବେଶ ଜୋର ଧରିଛି। ଆଗକୁ ଦିଲ୍ଲୀ ନିର୍ବାଚନ ଥିବା ବେଳେ ଏହି ଘଟଣାକୁ ନେଇ ବିରୋଧୀ-ଶାସକଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଜୋର ଧରିଛି।  

'ଦୁଇ ଦିନରେ ହେବ ଫାଶୀ'

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ଫାଶୀକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଫାଶୀରୁ ମୁକୁଳିବା ପାଇଁ ଯେତିକି ପ୍ରୟାସ କରୁଛନ୍ତି, ସେତିକି ସେତିକି ନ୍ୟାୟିକ ବ୍ୟବସ୍ଥା ମଧ୍ୟରେ ଛନ୍ଦି ହୋଇ ପଡ଼ୁଛନ୍ତି। ସେପଟେ ଏହାକୁ ନେଇ ରାଜନୀତି ମଧ୍ୟ ବେଶ ଜୋର ଧରିଛି। ଆଗକୁ ଦିଲ୍ଲୀ ନିର୍ବାଚନ ଥିବା ବେଳେ ଏହି ଘଟଣାକୁ ନେଇ ବିରୋଧୀ-ଶାସକଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଜୋର ଧରିଛି।  

ଅଧିକ ପଢନ୍ତୁ: ଫାଶୀ ବେଳେ ଜଲ୍ଲାଦ ଯଦି ଅଚେତ ହୁଅନ୍ତି...

ଅଭିଯୁକ୍ତ ମୁକେଶ ଆବେଦନ କରିଥିବା ରାଜକ୍ଷମାକୁ ନେଇ ଆମ ଆଦମୀ ପାର୍ଟିକୁ ବିରୋଧୀ ବିଜେପି କଡ଼ା ସମାଲୋଚନା କରିଥିଲା। ଏହାର କଡ଼ା ଜବାବ ଦେଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଥିବା ମନୀଷ ସିସୋଦିଆ। ସେ କହିଛନ୍ତି କି, ଆମକୁ ଦୁଇ ଦିନ ପାଇଁ ଦିଲ୍ଲୀ ପୋଲିସ ପ୍ରଶାସନକୁ ଦିଆଯାଉ। ଏହା ସହିତ ଦିଲ୍ଲୀରେ ଆଇନ ଶୃଙ୍ଖଳା ମଧ୍ୟ ଆମକୁ ହସ୍ତାନ୍ତର କରାଯାଉ। ତା ପରେ ଆମେ ଯଦି ଦୁଇ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଫାଶୀ ନ ଦେଇଛୁ ତେବେ ବିରୋଧୀମାନେ ଆମକୁ ଅଙ୍ଗୁଳି ଉଠାଇବେ।  

ସୂଚନାଯୋଗ୍ୟ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଥିଲେ କି ଦିଲ୍ଲୀ ସରକାରଙ୍କ ଅବହେଳା ପାଇଁ ନିର୍ଭୟା ଦୋଷୀଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଫାଶୀ ହୋଇ ପାରିନାହିଁ। ଏପରିକି ସେମାନଙ୍କୁ କେବେ ଫାଶୀ ହେବା ତାହାର କୌଣସି ସଠିକ ସୂଚନା ମଧ୍ୟ ମିଳୁନାହିଁ। ସୁପ୍ରିମକୋର୍ଟ ଦୋଷୀମାନଙ୍କ ଯାଚିକା ଖାରଜ କରିବା ପରେ ମଧ୍ୟ କେଜରିଓ୍ୱାଲ ସରକାରକୁ ନୋଟିସ ଦେବାକୁ ପ୍ରାୟ ଅଢେଇ ବର୍ଷ ସମୟ ଲାଗିଗଲା। 

ଅଧିକ ପଢନ୍ତୁ: ନିର୍ଭୟା ମାମଲା: ମାସେ ଘୁଞ୍ଚିଲା ଫାଶୀ ତାରିଖ !

ଏହାର ଜବାବ ମଧ୍ୟ ସିସୋଦିଆ ଦେଇଛନ୍ତି। ସେ କହିଥିଲେ ଏହା ନିଶ୍ଚିତ ପକ୍ଷେ ଦୁର୍ଭାଗ୍ୟର କଥା। କେନ୍ଦ୍ର କ୍ୟାବିନେଟର ସେ ଜଣେ ବରିଷ୍ଠ ମନ୍ତ୍ରୀ। ଏଭଳି ମନ୍ତବ୍ୟ ତାଙ୍କୁ ଶୋଭା ପାଉନି ବୋଲି ସେ କହିଥିଲେ। ବିଜେପି ନିକଟରେ ନିର୍ବାଚନ ଲଢିବା ପାଇଁ କୌଣସି ମୁଦ୍ଦା ନଥିବାରୁ ଏଭଳି ମନ୍ତବ୍ୟ ଦେଉଛି। ନିର୍ବାଚନ ଲଢିବା ପାଇଁ ବିଜେପି ଏହାକୁ ଜାଣିଶୁଣି ଇସ୍ୟୁ କରୁଛି ବୋଲି ସେ କହିଥିଲେ।  

ସିସୋଦିଆ ଆହୁରି ମଧ୍ୟ କହିଥିଲେ କି, ଲ' ଆଣ୍ଡ ଅର୍ଡର ଆପଣଙ୍କ ନିକଟରେ ରହିଛି। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଆପଣଙ୍କ ନିକଟରେ ରହିଛି। ତିହାର ଜେଲ ପ୍ରଶାସନ ଆପଣଙ୍କ ନିକଟରେ ମଧ୍ୟ ରହିଛି। ଏସବୁ ଥାଇ ମଧ୍ୟ ଆପଣ ଆମକୁ ଦୋଷ ଦେଉଛନ୍ତି। ଏଭଳି ସମ୍ବେଦନଶୀଳ ମାମଲା ଯଦି ଆପଣ ସମ୍ଭାଳି ପାରୁନାହାନ୍ତି, ଦୟାକରି ଏହାର କଟାକ୍ଷ କରନ୍ତୁ ନାହିଁ ବୋଲି ସିସୋଦିଆ କହିଥିଲେ। ଏହି ସବୁ ଦାୟିତ୍ୱ ଏବଂ ବିଭାଗ ଆମକୁ ଦିଅନ୍ତୁ। ଦୁଇ ଦିନ ମଧ୍ୟରେ ଆମେ ସେମାନଙ୍କୁ ଦଣ୍ଡିତ କରିବୁ ବୋଲି ସିସୋଦିଆ କହିଥିଲେ।   

ଅଧିକ ପଢନ୍ତୁ: ଆଉ ଦେଖା କରିବାକୁ ଆସୁନାହାନ୍ତି ପତ୍ନୀ...