ଆହୁରି ଅଧିକ ଶସ୍ତା ହେଲା ସୁନା-ରୁପା, ଜାଣି ନିଅନ୍ତୁ କ'ଣ ରହିଛି ଆଜି ରେଟ୍
Advertisement

ଆହୁରି ଅଧିକ ଶସ୍ତା ହେଲା ସୁନା-ରୁପା, ଜାଣି ନିଅନ୍ତୁ କ'ଣ ରହିଛି ଆଜି ରେଟ୍

ମଙ୍ଗଳବାର ରୁପା ଦରରେ ମଧ୍ୟ ହ୍ରାସ ରେକର୍ଡ କରାଯାଇଛି । ଆଜି ୧୨୮ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ଦର ୪୪,୬୦୭ ଟଙ୍କାରେ ପହଞ୍ଚିଛି । ସୋମବାର ଗୋଟିଏ କିଲୋଗ୍ରାମ ସୁନାର ମୂଲ୍ୟ ୪୪,୭୩୫ ଟଙ୍କା ଥିଲା ।  

ଆହୁରି ଅଧିକ ଶସ୍ତା ହେଲା ସୁନା-ରୁପା, ଜାଣି ନିଅନ୍ତୁ କ'ଣ ରହିଛି ଆଜି ରେଟ୍

ନୂଆଦିଲ୍ଲୀ: ଆହୁରି ଅଧିକ ଶସ୍ତା ହୋଇଯାଇଛି ସୁନା । ଘରୋଇ ବଜାରରେ ମୂଲ୍ୟବାନ ଧାତୁର ଚାହିଁଦାରେ ହ୍ରାସ ଦେଖା ଦେଇଛି । ଏହାସହ ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ମଜଭୁତ ହେବା ଫଳରେ ମଙ୍ଗଳବାର ଦିଲ୍ଲୀର ସର୍ରଫା ବଜାରରେ ସୁନା ମୂଲ୍ୟରେ ୯୫ ଟଙ୍କାର ହ୍ରାସ ରେକର୍ଡ କରାଯାଇଛି । ଫଳରେ ୧୦ ଗ୍ରାମ ସୁନାର ମୂଲ୍ୟ ୩୮,୪୬୦ ଟଙ୍କାରେ ପହଞ୍ଚିଛି । ସେହିପରି ସୋମବାର ସୁନା ଦରରେ ହ୍ରାସ ଦେଖା ଦେଇଥିଲା । ଫଳରେ ୧୦ ଗ୍ରାମର ସୁନା ଦର ୩୮,୫୫୮ ଟଙ୍କାରେ ବନ୍ଦ ହୋଇଥିଲା ।

ସେହିପରି ମଙ୍ଗଳବାର ରୁପା ଦରରେ ମଧ୍ୟ ହ୍ରାସ ରେକର୍ଡ କରାଯାଇଛି । ଆଜି ୧୨୮ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ଦର ୪୪,୬୦୭ ଟଙ୍କାରେ ପହଞ୍ଚିଛି । ସୋମବାର ଗୋଟିଏ କିଲୋଗ୍ରାମ ସୁନାର ମୂଲ୍ୟ ୪୪,୭୩୫ ଟଙ୍କା ଥିଲା ।  

ଅନ୍ତର୍ଜାତୀୟ ବଜାରରେ ଏହି ୨ଟି ଧାତୁର ଦରରେ ବୃଦ୍ଧି ରେକର୍ଡ କରାଯାଇଛି । ସୁନାର ଦର ୧,୪୬୩ ଡଲାର ପ୍ରତି ଆଉନ୍ସ ରହିଛି । ଏହାସହ ରୁପା ଦର ୧୬.୬୨ ପ୍ରତି ଆଉନ୍ସ ରହିଛି । ସୋମବାର ସୁନା ଦରରେ ୩.୭୭ ଡଲାର ପ୍ରତି ଆଉନ୍ସ ବୃଦ୍ଧି ପାଇଁ ୧,୪୬୩.୨୮ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଥିଲା । ସେହିପରି ରୁପା ହାଜିରରେ ମଧ୍ୟ ୦.୦୪ ପ୍ରତିଶତ ବୃଦ୍ଧି ପାଇଁ ୧୬.୬୦ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଥିଲା ।