ଅନ୍ଧାରରେ ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ
Advertisement
Article Detail0/zeeodisha/odisha614361

ଅନ୍ଧାରରେ ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ବିଦ୍ୟାଳୟକୁ ଶିକ୍ଷକ ଶିକ୍ଷୟତ୍ରୀ ଠିକ ସମୟରେ ଆସୁନଥିବା ବେଳେ ଦିଆଯାଉଥିବା  ମଧ୍ୟାହ୍ନ ଭୋଜନ ମଧ୍ୟ ନିମ୍ନମାନର ବୋଲି ଛାତ୍ରଛାତ୍ରୀ  ଅଭିଯୋଗ କରିଛନ୍ତି

ଅନ୍ଧାରରେ ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ପ୍ରେମାନନ୍ଦ ପୁଜାରୀ, ମୋହନା: ଆଜିର ପିଲା କାଲିର ଭବିଷ୍ୟତ I ପିଲାଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ସରକାର ଗାଁ ଠାରୁ ସହର ବିଭିନ୍ନ ସ୍ଥାନରେ ବିଦ୍ୟାଳୟ ସ୍ଥାପନ କରି ଆନୁସାଙ୍ଗିକ ବ୍ୟବସ୍ଥା ସାଙ୍ଗକୁ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତ କରୁଛନ୍ତି I ଏଥିପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ରାଜ୍ୟ ରାଜ କୋଷରୁ ଖର୍ଚ୍ଚ କରାଯାଉଛି କୋଟି କୋଟି ଟଙ୍କା  I ହେଲେ ଗ୍ରାମାଞ୍ଚଳର ଚାଲୁଥିବା ବିଦ୍ୟାଳୟର ଅବସ୍ଥା ପୁରା ଓଲଟା, ବିଦ୍ୟାଳୟରେ ପିଲା ତୁଳନାରେ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତ ହୋଇଥିଲେ ବି ସରକାର ନିୟମକୁ ଫୁ କରି ଆସୁନାହାନ୍ତି ବିଦ୍ୟାଳୟ I ଗଜପତି ଜିଲ୍ଲା ମୋହନା ବ୍ଲକ ବିରିକୋଟ ପଞ୍ଚାୟତର ଲୁଥୁରୀ ପ୍ରାଥମିକ ବିଦ୍ୟାଳୟରେ ଏପରି ଅବସ୍ଥା ଦେଖିବାକୁ ମିଳିଛି I 

fallbackବିଦ୍ୟାଳୟଟି  ୨୦୦୭ରେ ସ୍ଥାପିତ ହୋଇଥିବା ବେଳେ ବର୍ତ୍ତମାନ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ମୋଟ ୪୦ଜଣ ଛାତ୍ରଛାତ୍ରୀ I ଏଥିପାଇଁ ନିଯୁକ୍ତ ଅଛନ୍ତି ତିନି ଜଣ ଶିକ୍ଷକ ଶିକ୍ଷୟତ୍ରୀ I କିନ୍ତୁ ଅଧିକାଂଶ ସମୟରେ ପ୍ରଧାନ ଶିକ୍ଷକ ଅଫିସ କାମ ଦର୍ଶାଇ ବାହାରେ ରହୁଥିବା ବେଳେ ସହକାରୀ ଶିକ୍ଷୟତ୍ରୀ ଜଣକ ସର୍ବଦା ପ୍ରାର୍ଥନା ପରେ ଆସି ମଧ୍ୟାହ୍ନ ଭୋଜନ ପରେ ଚାଲିଯାଉଥିବା ଅଭିଯୋଗ ହୋଇଛି  I ଯାହା ଫଳରେ ଜଣେ ମାତ୍ର ଶିକ୍ଷକଙ୍କ ଭରସାରେ ବିଦ୍ୟାଳୟ ଚାଲିଥିବା ଦେଖିବାକୁ ମିଳିଛି I  ଅପରପକ୍ଷେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଇଁ ଦୁଇଟି ଗୃହ ରହିଥିବା ଗୋଟିଏ ଗୃହରେ ଶିକ୍ଷକ ପାଠ ପଢାଉଥିଲେ ଅନ୍ୟ ଶ୍ରେଣୀରେ ପିଲାମାନେ ନିଜେ ନିଜେ ପାଠ ପଢୁଛନ୍ତି I ଏଭଳି ସ୍ଥିତିରେ ପିଲାଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ହେଇଯାଉଛି I