ଘନ କୁହୁଡି ହେଲା କାଳ, ଦୁର୍ଘଟଣାରେ ୬ ମୃତ
Advertisement
Article Detail0/zeeodisha/odisha617238

ଘନ କୁହୁଡି ହେଲା କାଳ, ଦୁର୍ଘଟଣାରେ ୬ ମୃତ

ଉତ୍ତର ପ୍ରଦେଶ ଗ୍ରେଟର ନୋଏଡାରେ ଏକ କାର ଦୁର୍ଘଟଣାର ଶିକାର ହୋଇଛି । ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି । 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଶୀତର ଲହରୀ ଜାରି ରହିଥିବା ବେଳେ ଘନ କୁହୁଡି କାଳ ପାଲଟିଛି । ଘନ କୁହୁଡି ଯୋଗୁଁ ବିମାନ, ରେଳ ଏବଂ ସାଧାରଣ ରାସ୍ତାଘାଟରେ ମଧ୍ୟ ଯିବା ଆସିବା ସମ୍ଭବ ହେଉନି । ଉତ୍ତର ପ୍ରଦେଶ ଗ୍ରେଟର ନୋଏଡାରେ ଏକ କାର ଦୁର୍ଘଟଣାର ଶିକାର ହୋଇଛି । ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । 

ସୂଚନା ମୁତାବକ, ରବିବାର ମଧ୍ୟ ରାତିରେ ଏହି ଦୁର୍ଘଟଣା ଘଟିଛି । ଘନ କୁହୁଡି ଯୋଗୁଁ କାରଟି ଏକ ଆଗକୁ ଦେଖି ନ ପାରି ଏକ କେନାଲକୁ ଖସି ପଡିଥିଲା । ତେବେ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୫ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ କାରରେ ସମୁଦାୟ ୧୧ ଜଣ ଥିଲେ । 

ଆହୁରି ପଢ଼ନ୍ତୁ; ଦିନେ ଯେଉଁଠି ୧୧ ଜଣ ଆତ୍ମହତ୍ୟା କରିଥିଲେ, ଏବେ ତାହା 'ଜୀବନ ରକ୍ଷାକାରୀ ଘର'