'ମୋ ପୁଅକୁ ବି ଜାଳିଦିଅ'
Advertisement
Article Detail0/zeeodisha/odisha603844

'ମୋ ପୁଅକୁ ବି ଜାଳିଦିଅ'

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ସମଗ୍ର ଦେଶରେ ଉଦବେଗ ପ୍ରକାଶ ପାଇଛି । ଅଭିଯୁକ୍ତ ଫାଶୀଦଣ୍ଡ ଦେବା ପାଇଁ ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଜଣେ ଅଭିଯୁକ୍ତର ମାଆଙ୍କ ବୟାନ । ପୁଅର ସବୁଭୁଲକୁ କ୍ଷମା କରିବାର ଶକ୍ତି ରଖୁଥିବା ମାଆର ମନ ବି ପାଷାଣ ପାଲଟିଯାଇଛି । ଏପରିକି ପୁଅକୁ ଜାଳି ଦେବାକୁ କହିବା ପାଇଁ ବି ସେ ପଛାଇ ନାହାଁନ୍ତି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ସମଗ୍ର ଦେଶରେ ଉଦବେଗ ପ୍ରକାଶ ପାଇଛି । ଅଭିଯୁକ୍ତ ଫାଶୀଦଣ୍ଡ ଦେବା ପାଇଁ ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଜଣେ ଅଭିଯୁକ୍ତର ମାଆଙ୍କ ବୟାନ । ପୁଅର ସବୁଭୁଲକୁ କ୍ଷମା କରିବାର ଶକ୍ତି ରଖୁଥିବା ମାଆର ମନ ବି ପାଷାଣ ପାଲଟିଯାଇଛି । ଏପରିକି ପୁଅକୁ ଜାଳି ଦେବାକୁ କହିବା ପାଇଁ ବି ସେ ପଛାଇ ନାହାଁନ୍ତି । 

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଜଣେ ଅଭିଯୁକ୍ତର ମା' କହିଛନ୍ତି, ''ମୋ ପୁଅକୁ ଫାଶୀ ହେବା ଦରକାର । ନହେଲେ ସେ ଝିଅକୁ ଯେମିତି ପୋଡିଛି, ତାକୁ ମଧ୍ୟ ସେମିତି ପୋଡି ଦିଆଯାଉ । ମୋ ଘରେ ବି ଝିଅ ଅଛନ୍ତି । ଏବେ ସେ ଝିଅର ପରିବାର କେଉଁ ସ୍ଥିତି ଦେଇ ଗତି କରୁଥିବା, ମୁଁ ମଧ୍ୟ ତାହା ଅନୁଭବ କରିପାରୁଛି । ମୁଁ ଯଦି ମୋ ପୁଅ କଥା ଚିନ୍ତା କରିବି, ତେବେ ସମାଜ ମୋତେ ଘୃଣା କରିବ ।''

ସାକ୍ଷାତକାର ବେଳେ ସେ ଆହୁରି ମଧ୍ୟ କହିଛନ୍ତି, ''ଅଭିଯୁକ୍ତ ପୁଅ ଚେନ୍ନାକେଶବୁଲୁ କିଡନୀ ରୋଗରେ ପୀଡିତ । ପ୍ରତି ୬ ମାସରେ ଥରେ ତାକୁ ହସ୍ପିଟାଲ ନିଆଯାଏ । ସେ ୫ମାସ ତଳେ ବିବାହ କରିଥିଲା । ତା ପସନ୍ଦ ମୁତାବକ ଝିଅ ବି ଆମେ ଠିକ କରିଥିଲୁ । ପରିବାରର କୌଣସି ବୋଝ ତା ଉପରେ ନ୍ୟସ୍ତ କରାଯାଇନାହିଁ । ''

ବୁଧବାର ରାତିରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା । ଗୁରୁବାର ସକାଳୁ ଏକ କଲଭର୍ଟ ତଳୁ ତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଥିଲା ।  

ଆହୁରି ପଢନ୍ତୁ; ହାଇଦ୍ରାବାଦ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ନେଇ ଏମିତି କହିଲା ବଲିଉଡ