ଥଣ୍ଡା ଦିନେ କେଶ ଝଡ଼ିବା ଏବଂ ରୁପି ଯୋଗୁଁ ଚିନ୍ତିତ କି ? ରସୁଣ କରିପାରେ ଆପଣଙ୍କୁ ପୁରା ସାହାଯ୍ୟ...
Advertisement
Article Detail0/zeeodisha/odisha616464

ଥଣ୍ଡା ଦିନେ କେଶ ଝଡ଼ିବା ଏବଂ ରୁପି ଯୋଗୁଁ ଚିନ୍ତିତ କି ? ରସୁଣ କରିପାରେ ଆପଣଙ୍କୁ ପୁରା ସାହାଯ୍ୟ...

ରସୁଣ କେଶକୁ ଶକ୍ତ ଓ ହେଲଦି କରିବାରେ ସହାୟକ ହୋଇଥାଏ । ରସୁଣରେ ସଲଫର୍ ଓ ସେଲେନିୟମ ରହିଛି ।ଯାହା କେଶ ପାଇଁ ବହୁତ ଫାଇଦା ଆଣିଥାଏ ।

ପ୍ରତୀକାତ୍ମକ ଫଟୋ

ତ୍ରିବେଣୀ ମହାପାତ୍ର, ନୂଆଦିଲ୍ଲୀ: ଶୀତ ଦିନେ କେଶର ଯତ୍ନ ନେବା ନିହାତି ଆବଶ୍ୟକ । ତେବେ ଏଥିପାଇଁ ଆପଣ ବ୍ୟସ୍ତ ହେବାର କୌଣସି ଆବଶ୍ୟକ ନାହିଁ । ଘରୋଇ ଉପଚାର ଦ୍ୱାରା ଆପଣ ଆପଣଙ୍କ କେଶର ଯତ୍ନ ନେଇପାରିବେ । ତେବେ ଆସନ୍ତୁ ଜାଣିବା  ରସୁଣ କିପରି ଆପଣଙ୍କ କେଶକୁ ଠିକ୍ କରିବାରେ ସାହାଯ୍ୟ କରିଥାଏ ।

ରସୁଣ କେଶକୁ ଶକ୍ତ ଓ ହେଲଦି କରିବାରେ ସହାୟକ ହୋଇଥାଏ । ରସୁଣରେ ସଲଫର୍ ଓ ସେଲେନିୟମ ରହିଛି ।ଯାହା କେଶ ପାଇଁ ବହୁତ ଫାଇଦା ଆଣିଥାଏ । ରସୁଣ କେବେଳ କେଶକୁ ବଢାଇବାରେ ସହାୟକ ହୋଇଥାଏ ତାହା ନୁହେଁ ମୁଣ୍ଡରେ ଥିବା କେଶକୁ ଶକ୍ତ କରିବାରେ ମଧ୍ୟ ସହାୟକ ହୋଇଥାଏ ।

ରସୁଣକୁ ପାରମ୍ପରିକ ଭାବେ ଖାଇବାରେ ବ୍ୟବହାର କରାଯାଇଥାଏ । ଏହା ବ୍ୟତୀତ ରସୁଣକୁ ବିଭିନ୍ନ ରୋଗକୁ ଠିକ୍ କରିବାରେ ମଧ୍ୟ ବ୍ୟବହାର କରାଯାଇଥାଏ ।ରସୁଣରେ ଅନେକ ଔଷଧିୟ ଗୁଣ ରହିଛି ।କେଶ ପାଇଁ ରସୁଣ ବହୁ ଉପକାରୀ । ଯାହା କେଶକୁ ଶକ୍ତ ଓ ହେଲଦି କରିଥାଏ । ଖାସ କରି ଯେଉଁ ଲୋକ ନିଜର କେଶ ପାଇଁ ବହୁ ଚିନ୍ତିତ ଥାଆନ୍ତି ସେମାନଙ୍କ ପାଇଁ ରସୁଣ ବହୁ ଫାଇଦା ଦେଇଥାଏ ।

ରୁପିରୁ ମୁକ୍ତି ପାଇବା ପାଇଁ / ରସୁଣରେ ଅଲିସନ୍ ଏକ ଆଣ୍ଟି ଫଙ୍ଗଲ୍ ଗୁଣ ରହିଥାଏ । ଯାହା କବକକୁ ମାରିପାରେ ।କେଶର ଗ୍ରୋଥ୍ ପାଇଁ କଞ୍ଚା ରସୁଣ ବହୁ ଲାଭ ଦାୟକ ହୋଇଥାଏ । ଏଥିରେ ଭିଟାମିନ୍ ସି ରହିଥାଏ ।ରସୁଣରେ ଥିବା ସେଲେନିୟମ୍ ରକ୍ତ ସଞ୍ଚାଳନ ବଢାଇଥାଏ । ଯଦି ଆପଣ ରୁପି ସମସ୍ୟାରେ ଅଛନ୍ତି ତେବେ ରସୁଣ ଆପଣଙ୍କୁ ଏଥିରୁ ମୁକ୍ତି ଦେବାରେ ସହାୟକ ହେବ । ଏକ ପାତ୍ରରେ ୬-୭ ରସୁଣ ବାଟି ତାର ରସ ବାହାର କରନ୍ତୁ । ଆଉ ଏଥିରେ ଏକ ଚାମଚ୍ ମହୁ ମିଶାଇ କେଶରେ ଲଗାନ୍ତୁ । ଏହାକୁ ୨୫ ମିନିଟ୍ ଲଗାଇ ରଖିବା ପରେ ସାମ୍ପୁରେ ଧୋଇ ଦିଅନ୍ତୁ । ସପ୍ତାହରେ ୨ ଥର ଏପରି କରିବା ଦ୍ୱାରା କେଶକୁ ଲାଭ ମିଳିଥାଏ ।

କେଶ ଝଡିବାରୁ ବଞ୍ଚିବା ପାଇଁ ପ୍ରଥମେ ୪ ଚାମଚ ରସୁଣ ରସ ଏବଂ ୪ ଚାମଚ ପାଣି ମିଶାନ୍ତୁ ।ଏବେ ଏହି ଲେପକୁ ଦିନରେ ଥରେ ମୁଣ୍ଡରେ ଲଗାନ୍ତୁ । ଏହିପରି ପ୍ରତିଦିନ କରିବା ଦ୍ୱାରା ଆପଣଙ୍କ କେଶ ଝଡ଼ିବା କମ୍ ହୋଇଯିବ ।

ରସୁଣ, ଅଲିଭ୍ ଅଏଲ୍, ଯୋଯବା ଅଏଲ୍ ଏବଂ ନଡ଼ିଆ ତେଲ/୧୫ଟି ବଡ଼ ରସୁଣର ପାଖୁଡ଼ା ପେଷ୍ଟ ବନାନ୍ତୁ ।ଏଥିରେ ୪ଟି ବଡ଼ ଚାମୋଚ ଅଲିଭ୍ ଅଏଲ୍ ଭଲକରି  ମିଶାନ୍ତୁ ଓ ଏଥିସହ ଅଧା କପ୍ ନଡ଼ିଆ ତେଲ, ଯୋଜବା ତେଲ ଓ ଟି ଟ୍ରି ତେଲ ମଧ୍ୟ ମିଶାନ୍ତୁ । ଆଉ ଏହାକୁ ଆପଣଙ୍କ ସ୍କଲ୍ପରେ ଲଗାନ୍ତୁ । ଆଉ ଏହାକୁ ୧୫ ମିନିଟ୍ ଯାଏ ଗରମ ତଉଲିଆରେ ବାନ୍ଧି ରଖନ୍ତୁ ।ପରେ ଏହାକୁ ନିଜର ପସନ୍ଦର ସାମ୍ପୁରେ ଧୋଇବା ପରେ ପବନରେ ସୁଖାନ୍ତୁ ।

ଆୟୁର୍ବେଦ ଆମ ଶରୀରରେ ବହୁ ଅସନ୍ତୁଳନକୁ ଠିକ୍ କରିଥାଏ । ତେଣୁ ଆୟୁର୍ବେଦ ବିଶେଷଜ୍ଞଙ୍କ କହିବା କଥା ଦିନକୁ ୩ରୁ ୪ ଗ୍ରାମ ରସୁଣ ପେଷ୍ଟ ସେବନ କଲେ ଶରୀରକୁ ଫାଇଦା ମିଳିଥାଏ ।

ଆହୁରି ପଢନ୍ତୁ; ଯିବାକୁ ପଡିବନି ପାର୍ଲର, ଚାଉଳ ଦେବ ଚମକ