ଜନତାଙ୍କ ଠାରୁ ସିନା ସାବାସୀ, ଆଇନ ଚକ୍କରରେ ଫସିଯିବନି ତ ପୋଲିସ ?
Advertisement
Article Detail0/zeeodisha/odisha606083

ଜନତାଙ୍କ ଠାରୁ ସିନା ସାବାସୀ, ଆଇନ ଚକ୍କରରେ ଫସିଯିବନି ତ ପୋଲିସ ?

ଫୈସଲା ଅନ ଦ ସ୍ପଟ୍: ଏବେ କ'ଣ ହେବ ?

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା । ଅଭିଯୁକ୍ତଙ୍କୁ ଏନକାଉଣ୍ଟର ପରେ ଚର୍ଚ୍ଚା ସରଗରମ । ଏବେ କ'ଣ ହେବ ?  ମାନବାଧିକାର ଆୟୋଗ କ'ଣ କରିବେ ? ଏନକାଉଣ୍ଟରକୁ ନେଇ କ'ଣ ରହିଛି ଗାଇଡଲାଇନ ? ଜନତାଙ୍କ ଠାରୁ ସିନା ସାବାସୀ, ଆଇନ ଚକ୍କରରେ ଫସିଯିବନି ତ ପୋଲିସ ? ଜାଣନ୍ତୁ, ଆଗକୁ କେଉଁ ମୋଡ ନେଇପାରେ ଏହି ଘଟଣା । 

ରାଷ୍ଟ୍ରୀୟ ମାନବାଧିକାର ଆୟୋଗଙ୍କୁ ରିପୋର୍ଟ ଦେବ ପୋଲିସ

କେଉଁ ପରିସ୍ଥିତିରେ ସମସ୍ତ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କଲା ପୋଲିସ ? ଏନକାଉଣ୍ଟର କ'ଣ ଏକମାତ୍ର ବିକଳ୍ପ ଥିଲା ? ଗାଇନଲାଇନ ଅନୁସାରେ, ହେପାଜତ ମୃତ୍ୟୁ ମାମଲାରେ ଗୃହ ମନ୍ତ୍ରଣାଳୟ ମାଧ୍ୟମମରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗଙ୍କୁ ପୁରା ଘଟଣାର ରିପୋର୍ଟ ପୋଲିସକୁ ଦେବାକୁ ପଡିବ । ଏହି ମାମଲାରେ ଆରମ୍ଭରୁ ହିଁ ସ୍ୱତନ୍ତ୍ର ଗାଇଡଲାଇନ ରହିଛି । ତେଣୁ ରାଜ୍ୟ ସରକାରଙ୍କୁ ରାଷ୍ଟ୍ରୀୟ ମାନବାଧିକାର ଆୟୋଗଙ୍କ ପାଖରେ ପୁରା ରିପୋର୍ଟ ଦେବାକୁ ପଡିବ ।

fallback

ସଂସଦରେ ଗୃହମନ୍ତ୍ରଣାଳୟକୁ ଉତ୍ତର ରଖିବାକୁ ପଡିପାରେ

ଯେହେତୁ ବର୍ତ୍ତମାନ ସଂସଦରେ ଶୀତକାଳିନ ଅଧିବେଶନ ଚାଲିଛି, ତେଣୁ ଗୃହମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ଉତ୍ତର ରଖିବାକୁ ପଡିପାରେ । ହାଇଦ୍ରାବାଦ ଏନକାଉଣ୍ଟର ଘଟଣା ଉପରେ ପୁରା ନଜର ରଖିଛି ଗୃହ ମନ୍ତ୍ରାଳୟ । ଏହି ଘଟଣା ସମ୍ପର୍କରେ ଏବେ ସମସ୍ତ ଅପଡେଟ ନେଉଛି ବିଭାଗ । କାହିଁକିନା ଏହା ପୋଲିସ ହେପାଜତରେ ହୋଇଛି । 

କାହିଁକି ଅଭିଯୁକ୍ତଙ୍କୁ ଏନକାଉଣ୍ଟର କଲା ପୋଲିସ ?

ପୋଲିସର ସୂଚନା ମୁତାବକ, ଦିଶା ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାର ଅଧିକ ତଦନ୍ତ ପାଇଁ ଚେତନାପାଲି ଓଭରବ୍ରିଜ ନିକଟକୁ ଅଭିଯୁକ୍ତଙ୍କୁ ନିଆଯାଇଥିଲା । କାହିଁକିନା ଏହି ଓଭରବ୍ରିଜ ତଳୁ ହିଁ ଦିଶାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା । ତେବେ ପୋଲିସକୁ ତଦନ୍ତରେ ସହଯୋଗ ନକରି ଖସି ପଳାଇବାକୁ ଉଦ୍ୟମ କରିଥିଲେ ସମସ୍ତ ଅଭିଯୁକ୍ତ । ଆଉ ଏମାନଙ୍କୁ କାବୁ କରିବାରେ ବିଫଳ ହେବାରୁ ଏନକାଉଣ୍ଟର କରିବାକୁ ପୋଲିସ ବାଧ୍ୟ ହୋଇଥିଲା । 

କୁହାଯାଉଛି, ପୋଲିସକୁ ଚକମା ଦେଇ ଖସି ପଳାଇବାକୁ ଅନ୍ୟ ୩ ଅଭିଯୁକ୍ତଙ୍କୁ ପ୍ରଥମେ ଇସାରା କରିଥିଲା ମୁଖ୍ୟ ଅଭିଯୁକ୍ତ ଟ୍ରକ ଡ୍ରାଇଭର । ଆଉ ତାହା ଇସାରାରେ ସମସ୍ତେ ଏକା ସାଙ୍ଗରେ ଦୌଡିବାକୁ ଲାଗିଥିଲେ । 

ଆହୁରି ପଢନ୍ତୁ; ପୋଲିସ ପାଖରେ ଅସ୍ତ୍ରଶସ୍ତ୍ର କେବଳ ସଜେଇ ରଖିବା ପାଇଁ ନୁହେଁ: ବିଜେପି ସାଂସଦ