ଆଜି ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାକୁ ନେଇ କମ୍ପିବ ସଂସଦ
Advertisement

ଆଜି ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାକୁ ନେଇ କମ୍ପିବ ସଂସଦ

ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ଏବେ ସାରା ଦେଶରେ ଉଦବେଗ ପ୍ରକାଶ ପାଉଛି । ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି । ଆଜି ସଂସଦରେ ମଧ୍ୟ ଏହି ପ୍ରସଙ୍ଗ ଉଠିବ । କଂଗ୍ରେସ ସାଂସଦ ରେବନ୍ତ ରେଡ୍ଡୀ ଏହି ପ୍ରସଙ୍ଗ ଉଠାଇବେ ବୋଲି ଜଣାପଡିଛି । ସେହିପରି କେନ୍ଦ୍ର ପଶୁପାଳନ ରାଜ୍ୟମନ୍ତ୍ରୀ ସଞ୍ଜୀବ ବଲିୟାନ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ । 

ଫାଇଲ ଫଟୋ

ନୂଆଦିଲ୍ଲୀ: ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ଏବେ ସାରା ଦେଶରେ ଉଦବେଗ ପ୍ରକାଶ ପାଉଛି । ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି । ଆଜି ସଂସଦରେ ମଧ୍ୟ ଏହି ପ୍ରସଙ୍ଗ ଉଠିବ । କଂଗ୍ରେସ ସାଂସଦ ରେବନ୍ତ ରେଡ୍ଡୀ ଏହି ପ୍ରସଙ୍ଗ ଉଠାଇବେ ବୋଲି ଜଣାପଡିଛି । ସେହିପରି କେନ୍ଦ୍ର ପଶୁପାଳନ ରାଜ୍ୟମନ୍ତ୍ରୀ ସଞ୍ଜୀବ ବଲିୟାନ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ । 

ସେପଟେ ଏହି ମାମଲାର ତୁରନ୍ତ ଶୁଣାଣି ଉପରେ ଗୁରୁତ୍ୱାରୋପ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ। ଚନ୍ଦ୍ରଶେଖର ରାଓ । ମାମଲାର ଶୁଣାଣି ଫାଷ୍ଟଟ୍ରାକ କୋର୍ଟରେ ହେବ । ଖୁବଶୀଘ୍ର ତଦନ୍ତ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । 

ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଜଣେ ଅଭିଯୁକ୍ତର ମାଆଙ୍କ ବୟାନ । ପୁଅର ସବୁଭୁଲକୁ କ୍ଷମା କରିବାର ଶକ୍ତି ରଖୁଥିବା ମାଆର ମନ ବି ପାଷାଣ ପାଲଟିଯାଇଛି । ଏପରିକି ପୁଅକୁ ଜାଳି ଦେବାକୁ କହିବା ପାଇଁ ବି ସେ ପଛାଇ ନାହାଁନ୍ତି । 

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଜଣେ ଅଭିଯୁକ୍ତର ମା' କହିଛନ୍ତି, ''ମୋ ପୁଅକୁ ଫାଶୀ ହେବା ଦରକାର । ନହେଲେ ସେ ଝିଅକୁ ଯେମିତି ପୋଡିଛି, ତାକୁ ମଧ୍ୟ ସେମିତି ପୋଡି ଦିଆଯାଉ । ମୋ ଘରେ ବି ଝିଅ ଅଛନ୍ତି । ଏବେ ସେ ଝିଅର ପରିବାର କେଉଁ ସ୍ଥିତି ଦେଇ ଗତି କରୁଥିବା, ମୁଁ ମଧ୍ୟ ତାହା ଅନୁଭବ କରିପାରୁଛି । ମୁଁ ଯଦି ମୋ ପୁଅ କଥା ଚିନ୍ତା କରିବି, ତେବେ ସମାଜ ମୋତେ ଘୃଣା କରିବ ।''

ସାକ୍ଷାତକାର ବେଳେ ସେ ଆହୁରି ମଧ୍ୟ କହିଛନ୍ତି, ''ଅଭିଯୁକ୍ତ ପୁଅ ଚେନ୍ନାକେଶବୁଲୁ କିଡନୀ ରୋଗରେ ପୀଡିତ । ପ୍ରତି ୬ ମାସରେ ଥରେ ତାକୁ ହସ୍ପିଟାଲ ନିଆଯାଏ । ସେ ୫ମାସ ତଳେ ବିବାହ କରିଥିଲା । ତା ପସନ୍ଦ ମୁତାବକ ଝିଅ ବି ଆମେ ଠିକ କରିଥିଲୁ । ପରିବାରର କୌଣସି ବୋଝ ତା ଉପରେ ନ୍ୟସ୍ତ କରାଯାଇନାହିଁ । ''  

ଆହୁରି ପଢନ୍ତୁ; କର୍ତ୍ତାରପୁର କରିଡର ନିର୍ମାଣ ପଛରେ ନା'ପାକ୍ ଷଡ଼ଯନ୍ତ୍ର