ଡ୍ରାଗନ ସହ ମୁକାବିଲା: ଏମରଜେନ୍ସି ଲ୍ୟାଡିଂ ରନୱେ ବିକଶିତ କରୁଛି ଆଇଏଏଫ
Advertisement
Article Detail0/zeeodisha/odisha691059

ଡ୍ରାଗନ ସହ ମୁକାବିଲା: ଏମରଜେନ୍ସି ଲ୍ୟାଡିଂ ରନୱେ ବିକଶିତ କରୁଛି ଆଇଏଏଫ

ଡ୍ରାଗନ ସେନାର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଏମରଜେନ୍ସି ଲ୍ୟାଡିଂ ରନୱେ ବିକଶିତ କରୁଛି ଭାରତୀୟ ବାୟୁସେନା |  

ଡ୍ରାଗନ ସହ ମୁକାବିଲା: ଏମରଜେନ୍ସି ଲ୍ୟାଡିଂ ରନୱେ ବିକଶିତ କରୁଛି ଆଇଏଏଫ

ଶ୍ରୀନଗର: ଲଦାଖ ଠାରେ ସେନାବାହିନୀ ମୁହାଁମୁହିଁ ହେବା ଘଟଣା ପରେ ଚୀନର ମୁକାବିଲା ପାଇଁ ଅଣ୍ଟା ଭିଡିଛି ଭାରତ | ଏହିକ୍ରମରେ ଡ୍ରାଗନକୁ ଜବାବ ଦେବା ପାଇଁ ଆବଶ୍ୟକୀୟ ସାମରିକ ରଣନୀତି ଆଧାରରେ କାର୍ଯ୍ୟ କରିବା ଆରମ୍ଭ ଭାରତୀୟ ବାୟୁସେନା (ଆଇଏଏଫ) | ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ କାଶ୍ମୀରର ୪୪ ନମ୍ବର ଜାତୀୟ ରାଜପଥରେ ଆପଦକାଳୀନ ଅବତରଣ ରନୱେ(ଏମରଜେନ୍ସି ଲ୍ୟାଡିଂ ରନୱେ)  ନିର୍ମାଣ କରୁଛି ଆଇଏଏଫ |   

ପ୍ରାୟ ସାଢେ ୩ କିଲୋମିଟର ଦୂରତା ବିଶିଷ୍ଟ ରନୱେର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖିଛି ଭାରତୀୟ ବାୟୁସେନା | ଯାହାକୁ ବିପଦ ସମୟରେ ଯୁଦ୍ଧ ବିମାନ ଅବତରଣ ପାଇଁ ବ୍ୟବହାର କରାଯାଇ ପାରିବ | କାଶ୍ମୀର ଘାଟିରେ ଏପରି ଧରଣର ରନୱେ ନିର୍ମାଣ ଆପଦକାଳୀନ ସ୍ଥିତିରେ ସେନା ଏବଂ ସୁରକ୍ଷାବଳକୁ ସହଯୋଗ ଯୋଗାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ |  କାରଣ କାଶ୍ମୀର ସୀମା ଭାରତର ପ୍ରତିଦ୍ୱନ୍ଦୀ କୁହାଯାଉଥିବା ପାକିସ୍ତାନ ଏବଂ ଚୀନ ସହ ସଂଯୁକ୍ତ | 

ଏହା ସହିତ ଗତବର୍ଷ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବେଳେ ଏହାର ବ୍ୟବହାର କରାଯାଇ ପାରିଥାନ୍ତା | ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ବେଳେ ଏହାକୁ ଉପଯୋଗ କରାଯାଇ ପାରିବ | ଲଦାଖ ଠାରେ ଡ୍ରାଗନ ଆର୍ମି ସହ ଭାରତୀୟ ସେନା ମୁହାଁମୁହିଁ ହୋଇ ରହିଥିବା ବେଳେ ଏହି ରନୱେର ନିର୍ମାଣ କାର୍ଯ୍ୟ ଚାଲିଛି | ଲଦାଖକୁ ଦେଶ ସହ ଯୋଡିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ୪୪ ନମ୍ବର ଜାତୀୟ ରାଜପଥ | ଯାହା କାଶ୍ମୀର ମଧ୍ୟ ଦେଇ ଯାଇଛି | ଶ୍ରୀନଗର-ବେନିହାଲ ରାସ୍ତାରେ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି | 

ବର୍ଷ ୨୦୧୭ରେ ଏହାର ନିର୍ମାଣ ନେଇ ଯୋଜନା କରାଯାଇଥିଲା | ସମଗ୍ର ଦେଶରେ ଏପରି ଧରଣର ୧୨ଟି ଏୟାରଷ୍ଟ୍ରିପ ନିର୍ମାଣ କରିବାକୁ ବ୍ୟବସ୍ଥା ହୋଇଛି | କାଶ୍ମୀରକୁ ଛାଡି ରାଜସ୍ଥାନ, ଉତ୍ତର ପ୍ରଦେଶ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଓଡିଶା ଏବଂ ଗୁଜୁରାଟ ଆଦି ରାଜ୍ୟରେ ଏମରଜେନ୍ସି ଲ୍ୟାଡିଂ ରନୱେ ନିର୍ମିତ ହେବାର ଅଛି | ଆଠ ମାସ ମଧ୍ୟରେ ଆପଦକାଳୀନ ଅବତରଣ ରନୱେ ନିର୍ମାଣ କାର୍ଯ୍ୟ ସାରିବାକୁ ସମୟ  ଧାର୍ଯ୍ୟ ହୋଇଥିଲା | ଲକ ଡାଉନ ଏବଂ ଖରାପ ପାଗଲ କାରଣରୁ ଏହା ବାଧାପ୍ରାପ୍ତ ହୋଇଛି | ଦକ୍ଷିଣ କାଶ୍ମୀରରେ  ନିର୍ମିତ ହେଉଥିବା ସାଢେ ୩ କିଲୋମିଟର ଦୂରତା ବିଶିଷ୍ଟ ଆପଦକାଳୀନ ଅବତରଣ ରନୱେ ପାଇଁ ୧୧୯ କୋଟିର ବ୍ୟୟବରାଦ କରାଯାଇଛି |