ଭାରତୀୟ ମହିଳା କ୍ରିକେଟରଙ୍କ ପରାକ୍ରମ
Advertisement
Article Detail0/zeeodisha/odisha651338

ଭାରତୀୟ ମହିଳା କ୍ରିକେଟରଙ୍କ ପରାକ୍ରମ

ଐତିହାସିକ ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଦମ୍ ଦେଖାଇବେ ଭାରତୀୟ ମହିଳା କ୍ରିକେଟର । 

ଫଟୋ ସୌଜନ୍ୟ: ଟ୍ୱିଟର@BCCI

ମେଲବୋର୍ଣ୍ଣ: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ବିଶ୍ୱବାସୀଙ୍କୁ ନିଜ ପରାକ୍ରମ ଦେଖାଇବା ପାଇଁ ଭାରତୀୟ ମହିଳାଙ୍କ ପାଖରେ ରହିଛି ବହୁତ ବଡ଼ ସୁଯୋଗ । କାହିଁକିନା ଅନ୍ତର୍ଜାତୀୟ ମହିଳା ଦିବସରେ ହିଁ ଖେଳାଯାଉଛି ମହିଳା ଟି-୨୦ ବିଶ୍ୱକପର ମେଗା ଫାଇନାଲ । ଫାଇନାଲରେ ମୁହାଁମୁହିଁ ହେଉଛନ୍ତି  ଇଣ୍ଡିଆ ଓ  ଅଷ୍ଟ୍ରେଲିଆ । 

ଐତିହାସିକ ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଦମ୍ ଦେଖାଇବେ ଭାରତୀୟ ମହିଳା କ୍ରିକେଟର । ବିଶ୍ୱ ଦେଖିବ ଭାରତୀୟ ମହିଳାଙ୍କ ଦମଦାର ପ୍ରଦର୍ଶନ । ପ୍ରଥମଥର ପାଇଁ ଚମ୍ପିଆନ ତାଜ୍ ପିନ୍ଧିବା ଲକ୍ଷରେ ଓମେନ ଇନ୍ ବ୍ଲୁ ପଡ଼ିଆକୁ ଓହ୍ଲାଇବ । ସମଗ୍ର  ବିଶ୍ୱର ନଜର ଏବେ ଏହି ଫାଇନାଲ ମ୍ୟାଚ ଉପରେ । ଶହେ କୋଟି ଭାରତୀୟଙ୍କ ସ୍ୱପ୍ନର କପକୁ ସାଥିରେ ଧରି ଫେରିବେ ଭାରତୀୟ ମହିଳା କ୍ରିକେଟ ଟିମ୍ ...!

ଭାରତୀୟ ମହିଳା ଏବେ ସମସ୍ତ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇସାରିଛନ୍ତି । ଆଉ ଆଜି କ୍ରୀଡ଼ା କ୍ଷେତ୍ରରେ ପାରଦର୍ଶିତା ଦେଖାଇବା ପାଇଁ ରହିଛି ବଡ଼ ସୁଯୋଗ । ମେଲବୋର୍ଣ୍ଣ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଫୁଲ ଜୋଶରେ ରହିଛନ୍ତି ହରମନପ୍ରୀତ ସେନା । ଶେଫାଳି ବର୍ମା, ଓପନର ସ୍ମୃତି ମାନ୍ଧନାଙ୍କ ବ୍ୟାଟରୁ ହେବ ରନ୍ ବର୍ଷା । ପୁନମ ଯାଦବଙ୍କ ଉପରେ ମଧ୍ୟ ସଭିଙ୍କ ଅନେକ ଆଶା ଓ ଆକାଂକ୍ଷା ରହିଛି । 

ଆହୁରି ପଢ଼ନ୍ତୁ; ଭୁଶୁଡ଼ିଲା ଚୀନର କ୍ୱାରେଣ୍ଟାଇନ ସେଣ୍ଟର