ବଦଲା ଚକରରେ ଆଇଏସଆଇଏସ, ଆମେରିକାକୁ ଦେଲା ଧମକ
Advertisement
Article Detail0/zeeodisha/odisha591420

ବଦଲା ଚକରରେ ଆଇଏସଆଇଏସ, ଆମେରିକାକୁ ଦେଲା ଧମକ

ରକ୍ତରେ ହୋଲି ଖେଳୁଥିବା ଆଇଏସଆଇଏସର ମୁଖ୍ୟ ଅବୁ ବକର ଅଲ ବାଗଦାଦିର ନିହତ ପରେ କିଏ ହେବ ଏହି ଆତଙ୍କୀ ସଙ୍ଗଠନର ମୁଖ୍ୟ ? ବାଗଦାଦିର ଉତ୍ତରାଧିକାରୀ କିଏ ?  ଏମିତି କିଛି ପ୍ରଶ୍ନ ମୁଣ୍ଡ ଟେକିଥିବା ବେଳେ ବାଗଦାଦିର ଉତ୍ତରାଧିକାରୀ ନାଁ ଘୋଷଣା କରିଛି ଆଇଏସଆଇଏସ । ଅବୁ ଇବ୍ରାହିମ ଅଲ ହାଶମି ଅଲ କୁରେଶ ଏହି ସଙ୍ଗଠନର ମୁଖ୍ୟ ହୋଇଥିବା ଜଣାପଡିଛି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ରକ୍ତରେ ହୋଲି ଖେଳୁଥିବା ଆଇଏସଆଇଏସର ମୁଖ୍ୟ ଅବୁ ବକର ଅଲ ବାଗଦାଦିର ନିହତ ପରେ କିଏ ହେବ ଏହି ଆତଙ୍କୀ ସଙ୍ଗଠନର ମୁଖ୍ୟ ? ବାଗଦାଦିର ଉତ୍ତରାଧିକାରୀ କିଏ ?  ଏମିତି କିଛି ପ୍ରଶ୍ନ ମୁଣ୍ଡ ଟେକିଥିବା ବେଳେ ବାଗଦାଦିର ଉତ୍ତରାଧିକାରୀ ନାଁ ଘୋଷଣା କରିଛି ଆଇଏସଆଇଏସ । ଅବୁ ଇବ୍ରାହିମ ଅଲ ହାଶମି ଅଲ କୁରେଶ ଏହି ସଙ୍ଗଠନର ମୁଖ୍ୟ ହୋଇଥିବା ଜଣାପଡିଛି । 

ଏକ ଅଡିଓ ଟେପ ଜାରି କରି ଏହାର ସୂଚନା ଦିଆଯାଇଛି । ଆଇଏସଆଇଏସ ସଙ୍ଗଠନର ମୁଖପାତ୍ର ଅବୁ ହମଜା ଅଲ କୁରେଶୀ ଏକ ଅଡିଓ ଟେପ ଜାରି କରି ପରବର୍ତ୍ତୀ ମୁଖ୍ୟଙ୍କ ନାଁ ଘୋଷଣା କରିଛି । ୭ ମିନିଟର ଏହି ଅଡିଓରେ କେବଳ ବାଗଦାଦିର ମୃତ୍ୟୁକୁ ନେଇ ଶୋକବ୍ୟକ୍ତ କରାଯାଇନି, ଆହୁରି ମଧ୍ୟ ବଦଲା ନେବାକୁ ଧମକ ଦିଆଯାଇଛି । 

ଶନିବାର ଆମେରିକା ସେନା ସର୍ଜିକାଲ ଷ୍ଟ୍ରାଇକ କରି ବାଗଦାଦିକୁ ମାରିବାରେ ସଫଳ ହୋଇଥିଲା । ଆଉ ବାଗଦାଦି ମରିଥିବା କଥାକୁ ସ୍ୱୀକାର କରିଛି ଆଇଏସଆଇଏସ । ବାଗଦିଦିର ପ୍ରଥମ ବିକଳ୍ପ କୁହାଯାଉଥିବା ଅବୁ ହାସନ ଅଲ ମୁଜାହିର ମଧ୍ୟ ଏହି ଅପରେସନରେ ମୃତ୍ୟୁବରଣ କରିଛି । ତେବେ ଆମେରିକା ସେନାର ଏହି ପଦକ୍ଷେପ ପରେ ରାଗରେ କୁହୁଳୁଛି ଆଇଏସଆଇଏସ। ସିଧାସଳଖ ଆମେରିକା ରାଷ୍ଟ୍ରପତିଙ୍କୁ ଧମକ ଦିଆଯାଇଛି । 

ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ବହୁତ ବଡ ଭୁଲ କରିଛନ୍ତି । ଆଉ ତାଙ୍କୁ ତାର ଶାସ୍ତି ଭୋଗିବାକୁ ପଡିବ ।  ଏହାର ପରିଣାମ ଅତ୍ୟନ୍ତ ଅୟଙ୍କର ହେବ । ଏମିତି କିଛି କହି ଅଡିଓ ଟେପ ମାଧ୍ୟମରେ ଆମେରିକାକୁ ଡରେଇଛି ଆଇଏସଆଇଏସ । ବଦଲା କେଉଁଠି ଓ କେତେବେଳେ ନିଆଯିବ, ତାହା କେହି ଜାଣିପାରିବେନି ବୋଲି ସଙ୍ଗଠନ ଧମକ ଦେଇଛି ।