RISAT-2BR1: ଅନ୍ତରୀକ୍ଷରୁ ଶତ୍ରୁର ଗତିବିଧି ଉପରେ ରଖିବ ନଜର
Advertisement

RISAT-2BR1: ଅନ୍ତରୀକ୍ଷରୁ ଶତ୍ରୁର ଗତିବିଧି ଉପରେ ରଖିବ ନଜର

ଏହି ସାଟେଲାଇଟ ସୀମା ସହ ଶତ୍ରୁ ପକ୍ଷ ଉପରେ ତୀକ୍ଷ୍ମ ନଜର ରଖିବା ସମର୍ଥ ।

RISAT-2BR1: ଅନ୍ତରୀକ୍ଷରୁ ଶତ୍ରୁର ଗତିବିଧି ଉପରେ ରଖିବ ନଜର

ଶ୍ରୀହରିକୋଟା: ଇସ୍ରୋର ମହାକାଶ ଅଭିଯାନକୁ ମିଳିଛି ଆଉ ଏକ ସଫଳତା । ମହାକାଶରେ ସ୍ପାଏ ସାଟେଲାଇଟ RISAT-2BR1କୁ ସଫଳତାର ସହ ସ୍ଥାପନ କରଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର । ଏହି ସାଟେଲାଇଟ ସୀମା ସହ ଶତ୍ରୁ ପକ୍ଷ ଉପରେ ତୀକ୍ଷ୍ମ ନଜର ରଖିବା ସମର୍ଥ ।  ଆଜି ଦିନ ୩ ଟା ୨୫ମିନିଟରେ ସତୀଶ ଧୱନ ମହାକାଶ ଗବେଷଣା କେନ୍ଦ୍ରର ପ୍ରଥମ ଲଞ୍ଚପ୍ୟାଡ଼ରୁ ଲଞ୍ଚ ହୋଇଥିଲା ସାଟେଲାଇଟ ।  PSLVC-48 ମାଧ୍ୟମରେ ଅନ୍ୟ ୯ଟି ବିଦେଶୀ ବାଣିଜ୍ୟିକ ସାଟେଲାଇଟ ମଧ୍ୟ ପ୍ରେରଣ କରିଛି ଇସ୍ରୋ ।

 ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ବୁଧବାର ଅପରାହଣରେ ମହାକାଶ ପ୍ରେଣ କରିଛି ୯ଟି ବାଣିଜ୍ୟିକ ଉପଗ୍ରହ । ଭାରତର ଅତ୍ୟାଧୁନିକ ସ୍ପାଏ ସାଟେଲାଇଟ RISAT-2BR1 ସହ ଅନ୍ୟ ୯ଟି ସାଟେଲାଇଟକୁ ସଫଳତାର ସହିତ ଲଞ୍ଚ କରାଯାଇଛି ।  PSLVର ୫୦ ତମ ମିଶନରେ PSLVC-48 ଶ୍ରୀହରିକୋଟା ସତୀଶ ଧୱନ ସ୍ପେସ ସେଣ୍ଟରର ପ୍ରଥମ ଲଞ୍ଚପ୍ୟାଡ଼ରୁ ଉତକ୍ଷେପିତ ହୋଇଛି ହୋଇଛି RISAT-2BR1 । ଇସ୍ରୋ ପକ୍ଷରୁ ମହାକାଶକୁ ପଠାଯାଇଥିବା ଆର୍ ଆଇ-ସାଟ୍ - ଟୁ ବିଆର୍ ୱାନ ଦେଶର ଦ୍ୱିତୀୟ ଗୁଇନ୍ଦା ଉପଗ୍ରହ । ଏହି ସାଟେଲାଇଟର ଓଜନ ୬୨୮ କିଲୋ ରହିଛି । ଏହି ଉପଗ୍ରହରେ ଲାଗିଥିବା ଶକ୍ତିଶାଳୀ କ୍ୟାମେରାରେ ଶତ୍ରୁ ପକ୍ଷ ଉପରେ ନଜର ରଖାଯାଇପାରିବ ।  ଭାରତୀୟ ଉପଗ୍ରହ RISAT-2BR1 ସହ  ଆମେରିକାର ଟେକନୋଲୋଜି ଡେମୋନଷ୍ଟ୍ରେସନ ଟାୟବାକ- 0129, ମଲ୍ଟି ମିଶନ ଲେମୁର -4 , ଇସ୍ରାଏଲର ରିମୋଟ ସେସିଙ୍ଗ ଡ୍ୟୁଚିଫିଟ- 3, ଇଟାଲିର ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଡାୟବାକ-0092 ଜାପାନର ଉପଗ୍ରହକୁ ମହାକାଶକୁ ପ୍ରେରଣ କରାଯାଇଛି ।
ଏହା ପୂର୍ବରୁ ଆର୍ ଆଇ-ସାଟ୍ - ୨ବି ନାମରେ ଅନ୍ୟ ଏକ ଗୁଇନ୍ଦା ଉପଗ୍ରହକୁ ଇସ୍ରୋ ସଫଳତା ପୂର୍ବକ ମହାକାଶକୁ ପଠାଯାଇଥିଲା । ଦେଶର ସୁରକ୍ଷା ପାଇଁ ସଦାସର୍ବଦା ସହାୟତା ଯୋଗାଇ ଆସିଥିବା ଇସ୍ରୋ, ଆଧୁନିକ RISAT-2BR1 ସାଟେଲାଇଟ ପ୍ରେରଣ କରି ଭାରତ ସୀମା ସୁରକ୍ଷାକୁ ଗୁରୁତ୍ୱ ଦେଇଛି ।