ଜିଓ ଗ୍ରାହକଙ୍କୁ ମିଳିବ ୩୦ ମିନିଟ୍ ମାଗଣା କଲ୍, କିନ୍ତୁ କରିବାକୁ ପଡିବ ଏହି କାମ
Advertisement
Article Detail0/zeeodisha/odisha584898

ଜିଓ ଗ୍ରାହକଙ୍କୁ ମିଳିବ ୩୦ ମିନିଟ୍ ମାଗଣା କଲ୍, କିନ୍ତୁ କରିବାକୁ ପଡିବ ଏହି କାମ

  କିଛିଦିନ ପୂର୍ବେ ଗ୍ରାହକଙ୍କୁ ବଡ ଝଟକା ଦେଇଥିଲା ରିଲାଏନ୍ସ ଜିଓ । ମାଗଣା କଲ୍ ସେବାକୁ ବନ୍ଦ କରିବାର ଘୋଷଣା କରିଥିଲା କମ୍ପାନୀ । ଯାହା ଫଳରେ ଜିଓ ଗ୍ରାହକ ଅନ୍ୟ ନେଟୱର୍କକୁ କଲ୍ କଲେ ଶୁଲ୍କ ଆଦାୟ କରିବ । ବର୍ତ୍ତମାନ ନିଜ ଗ୍ରାହକଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ କମ୍ପାନୀ ୩୦ ମିନିଟର ମାଗଣା କଲ୍ ସେବା ପ୍ରଦାନ କରିବ । ନିଜ ଗ୍ରାହକଙ୍କୁ ଖୁସି କରିବା ପାଇଁ ଜିଓ ଏପରି କରିବାକୁ ଯାଉଛି ବୋଲି ଜଣାପଡିଛି । ଅନ୍ୟପକ୍ଷେ ଏହି ଅଫର ସୀମିତ ସମୟ ପାଇଁ ରହିବ ।

  •  ମାଗଣା କଲ୍ ସେବାକୁ ବନ୍ଦ କରିବାର ଘୋଷଣା କରିଥିଲା ଜିଓ ।
  • ଜିଓର ଏହି ନିଷ୍ପତ୍ତି ପରେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। 
  •  ବର୍ତ୍ତମାନ ନିଜ ଗ୍ରାହକଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ କମ୍ପାନୀ ୩୦ ମିନିଟର ମାଗଣା କଲ୍ ସେବା ପ୍ରଦାନ କରିବ ।
  • ବର୍ତ୍ତମାନର ପ୍ଲାନ ଚାଲୁଥିବା ଯାଏ ଆପଣ ଅନ୍ୟ ନେଟୱର୍କକୁ ମାଗଣା କଲ କରି ପାରିବେ ।

Trending Photos

 ଜିଓ ଗ୍ରାହକଙ୍କୁ ମିଳିବ ୩୦ ମିନିଟ୍ ମାଗଣା କଲ୍, କିନ୍ତୁ କରିବାକୁ ପଡିବ ଏହି କାମ

ନୂଆଦିଲ୍ଲୀ:  କିଛିଦିନ ପୂର୍ବେ ଗ୍ରାହକଙ୍କୁ ବଡ ଝଟକା ଦେଇଥିଲା ରିଲାଏନ୍ସ ଜିଓ । ମାଗଣା କଲ୍ ସେବାକୁ ବନ୍ଦ କରିବାର ଘୋଷଣା କରିଥିଲା କମ୍ପାନୀ । ଯାହା ଫଳରେ ଜିଓ ଗ୍ରାହକ ଅନ୍ୟ ନେଟୱର୍କକୁ କଲ୍ କଲେ ଶୁଲ୍କ ଆଦାୟ କରିବ । ବର୍ତ୍ତମାନ ନିଜ ଗ୍ରାହକଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ କମ୍ପାନୀ ୩୦ ମିନିଟର ମାଗଣା କଲ୍ ସେବା ପ୍ରଦାନ କରିବ । ନିଜ ଗ୍ରାହକଙ୍କୁ ଖୁସି କରିବା ପାଇଁ ଜିଓ ଏପରି କରିବାକୁ ଯାଉଛି ବୋଲି ଜଣାପଡିଛି । ଅନ୍ୟପକ୍ଷେ ଏହି ଅଫର ସୀମିତ ସମୟ ପାଇଁ ରହିବ ।

ରିପୋର୍ଟ ଅନୁସାରେ, ରିଲାଏନ୍ସ ଜିଓର ଏହି ନିଷ୍ପତ୍ତି ପରେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଗ୍ରାହକମାନେ ଅନଲାଇନ ପିଟିସନ ମଧ୍ୟ ଦାଖଲ କରିଛନ୍ତି। ଯାହାକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ନିଷ୍ପତ୍ତି ନେଇଛି । ଅନ୍ୟପକ୍ଷେ ଏହି ମାଗଣା କଲ ଟକ ଟାଇମ ରିଚାର୍ଜ କରିବା ପରେ ହିଁ ମିଲିବ ।

ଏଠାରେ କହି ରଖୁଛୁ ଯେ,  ଗ୍ରାହକ ଅନ୍ୟ ନେଟୱର୍କରେ କଲ କଲେ ଜିଓ ଶୁଲ୍କ ଆଦାୟ କରିବାର ଘୋଷଣା କରିବା ପରେ କମ୍ପାନୀ ତରଫରୁ କିଛି ଫ୍ୟାକ୍ସ ଜାରି କରାଯାଇଛି । ଯାହା ସମସ୍ତ ଗ୍ରାହକଙ୍କୁ କରିବାକୁ ପଡ଼ିବ। ଜିଓ ଗ୍ରାହକଙ୍କୁ ମେସେଜ  ମାଧ୍ୟମରେ ନୋଟିଫିକେଶନ ଦିଆଯାଉଛି । ଜିଓ ସେହି ଗ୍ରାହକଙ୍କୁ ୩୦ ମିନିଟର ମାଗଣା କଲ ପ୍ରଦାନ କରିବ, ଯିଏ ଏହି ଘୋଷଣାର ୭ ଦିନ ମଧ୍ୟରେ ରିଚାର୍ଜ କରିବେ । ଅର୍ଥାତ ଗ୍ରାହକଙ୍କ ହାତରେ ମାତ୍ର ୩ ଦିନ ବା ଅକ୍ଟୋବର ୧୭ ଯାଏ ସମୟ ରହିଛି । 

ବର୍ତ୍ତମାନର ପ୍ଲାନ ଚାଲୁଥିବା ଯାଏ ଆପଣ ଅନ୍ୟ ନେଟୱର୍କକୁ ମାଗଣା କଲ କରି ପାରିବେ, କିନ୍ତୁ ଯେମିତି ପୁରୁଣା ଭେଲେଡିଟି ଶେଷ 
ହେବ ଆପଣଙ୍କୁ ନୂଆ ପ୍ଲାନ ନେବାକୁ ପଡିବ । ସେତେବେଳେ ଅନ୍ୟ ନେଟୱର୍କକୁ କଲ କଲେ ଆପଣଙ୍କ ଠାରୁ ଶୁଲ୍କ ଆଦାୟ କରିବ କମ୍ପାନୀ । ଯଦି ଆପଣଙ୍କ ଭେଲେଡିଟି କିଛିଦିନ ପରେ ଶେଷ ହେବାକୁ ଯାଉଛି, ତେବେ ଆପଣ ୩୦ ମିନିଟ ମାଗଣା କଲର ସୁବିଧା ପାଇ ପାରିବେ ନାହିଁ ।