ଚମତ୍କାର: ପ୍ରଥମେ ଧକ୍କା ଦେଲା ବାଇକ, ତା'ପରେ ଅଚାନକ ଆସିଲା ବସ୍, ଶେଷରେ...
Advertisement
Article Detail0/zeeodisha/odisha1133362

ଚମତ୍କାର: ପ୍ରଥମେ ଧକ୍କା ଦେଲା ବାଇକ, ତା'ପରେ ଅଚାନକ ଆସିଲା ବସ୍, ଶେଷରେ...

ଗତ ରବିବାର ଜିଲ୍ଲାରେ ହୋଇଥିବା ଏକ ସଡ଼଼କ ଦୁର୍ଘଟଣାର ଭିଡି଼ଓ ସୋସିଆଲ ମିଡ଼ିଆ ଯୋଗେ ଖୁବ ଜୋର ସୋରରେ ଭାଇରାଲ ହେବାର ଲାଗିଛି।

ଚମତ୍କାର: ପ୍ରଥମେ ଧକ୍କା ଦେଲା ବାଇକ, ତା'ପରେ ଅଚାନକ ଆସିଲା ବସ୍, ଶେଷରେ...

ନୂଆଦିଲ୍ଲୀ: ଓଡି଼ଆରେ ଏତ ଲୋକବାଣୀ ଅଛି ଯାହା ହେଉଛି, "ଯାହାକୁ ରଖିବେ ଅନନ୍ତ କି କରିବ ବଳବନ୍ତ"। ଯାହାର ଅର୍ଥ ହେଉଛି ଯଦି ଭଗବାନ ବଞ୍ଚାଇବାକୁ ଚାହାଁନ୍ତି ତାହେଲ ତାହାର କେହି କିଛି କ୍ଷତି ପାରିବେ ନାହିଁ। କେରଳର କନ୍ନୁର ଜିଲ୍ଲାର ତାଲିପରମ୍ବାସ୍ଥିତ ଚୋରୁକଳା ଠାରେ ଦେଖିବାକୁ ମିଳିଛି ଏହାର ଉଦାହରଣ। ଗତ ରବିବାର ଜିଲ୍ଲାରେ ହୋଇଥିବା ଏକ ସଡ଼଼କ ଦୁର୍ଘଟଣାର ଭିଡି଼ଓ ସୋସିଆଲ ମିଡ଼ିଆ ଯୋଗେ ଖୁବ ଜୋର ସୋରରେ ଭାଇରାଲ ହେବାର ଲାଗିଛି। ଏହି ଘଟଣାର ସିସିଟିଭି ଫୁଟେଜ ଆସିବା ପରେ ଲୋକେ ଏହି ଦୁର୍ଘଟଣାର ସାମ୍ନା କରିଥିବା ବାଳକକୁ ବହୁତ ଭାଗ୍ୟଶାଳୀ କହିଛନ୍ତି। 

ସିସିଟିଭି ଫୁଟେଜରେ କେରଳରେ ସାଧାରଣ ଟ୍ରାଫିକ୍ ସହିତ ଏକ ଗାଡ଼ି ବିଶିଷ୍ଟ ରାସ୍ତା (Single Lane Eoad) ଦୃଶ୍ୟମାନ ହେଉଛି। ସେଠାରେ ସାଇକେଲ ଚଳାଉଥିବା ଜମେ ବାଳକକୁ ଦ୍ରୁତ ବେଗରେ ଆସୁଥିବା ଜଣେ ବାଇକ୍ ଆରୋହୀଙ୍କ ଧକ୍କା ହେଉଥିବାର ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟର କଥା ଏହି ଘଟଣାରେ ବାଇକ ତଳେ ପଡ଼ିନଥିବା ବେଳେ ସାଇକେଲ ରାସ୍ତାରେ ପଡ଼ିଯାଇଥିଲା। ବାଇକ ସହ ଧକ୍କା ହେବା ପରେ ସାଇକେଲ ଚଳାଉଥିବା ବାଳଳ ସୌଭାଗ୍ୟବଶତ ରାସ୍ତାର ଅପର ପାର୍ଶ୍ୱକୁ ଛିଟକି ପଡ଼ିଥିଲା। ଧକ୍କା ହେବା ପରେ ସେହି ବାଇକ ରାସ୍ତାରୁ ଚାଲିଯିବା ଅଚନକ ଆସିଯାଇଥିଲା ଏକ ବସ୍। ହେଲେ ସୌଭ୍ୟଗ୍ୟବଶତଃ ସେହି ବାଳକ ବସ ତଳକୁ ଆସିବାରୁ ବର୍ତ୍ତି ଯିବା ସହ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା।

ଯଦି ଏହି ଘଟଣାର ସିସିଟିଭି ଫୁଟେଜ ଦେଖାଯାଏ ତାହେଲେ ଏଥିରେ ଦେଖିବାକୁ ମିଳୁଛି ଯେ କେରଳ ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ଚାଳିତ ଏକ ବସ୍ ଦୁର୍ଘଟଣା ଘଟୁଥିବା ରାସ୍ତାରେ ଆସୁଛି ଯାହା ବାଇକ ପଛରେ ରହିଛି। ବାଇକ-ସାଇକେଲ ମଧ୍ୟରେ ଧକ୍କା ହେବା ପରେ ତତକ୍ଷଣାତ୍  ବସ୍ ବ୍ରେକ୍ ଲଗାଇବାକୁ ସମୟ ପାଇନଥିଲେ ଏହାର ଡ୍ରାଇଭର। ଯାହାର ଫଳସ୍ୱରୂପ ବସ ସାଇକେଲ ଉପରେ ଚଢି ଚାଲିଯାଇଥିଲା। ଭିଡିଓରେ ଦେଖିବାକୁ ମିଳୁଛି ଯେ ରାସ୍ତାର ଅପର ପାର୍ଶ୍ୱରେ ଠିଆ ହୋଇଥିବା ବାଳକ ଠିକ୍ ଠାକ୍ ଥିବା ଭଳି ମନେ ହେଉଥିଲା ଏବଂ ସାଇକେଲ ବସ ଚଢି ଚାଲିଯିବା ପରେ ସେ ଘଟଣାସ୍ଥଳରେ ଠିଆ ହୋଇଥିଲା।

Also Read: ଘରକୁ ବାଣ ନେଇ ଯାଉଥିବା ବେଳେ ଅଘଟଣ; ରାସ୍ତାରେ ଚାଲିଗଲା ବାପ-ପୁଅଙ୍କ ଜୀବନ

ସିସିଟିଭି ଫୁଟେଜ ଦେଖିବା ପରେ ଏହା ଜଣାପଡୁଛି ଯେ ସାଇକେଲ ଚଳାଉଥିବା ବାଳକ ନିୟନ୍ତ୍ରଣ ହରାଇବା ସହ ବ୍ରେକ୍ ଲଗାଇ ପାରିନଥିଲା। ସେ ଏକ  ମାଟି ରାସ୍ତାରୁ ମୁଖ୍ୟ ରାସ୍ତା ଆଡକୁ ପ୍ରବେଶ କରିଥିଲେ। ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ।