କିଡନୀ ଖରାପ ହେଲେ ଶରୀରରେ ଦେଖାଦେଇଥାଏ ଏହି ସବୁ ଲକ୍ଷଣ
Advertisement

କିଡନୀ ଖରାପ ହେଲେ ଶରୀରରେ ଦେଖାଦେଇଥାଏ ଏହି ସବୁ ଲକ୍ଷଣ

ଗୋଟିଏ କିଡନୀ କାମକରିବା ବନ୍ଦ କରିଦେଲେ ମଧ୍ୟ ଅନ୍ୟ କିଡନୀ ସାହାର୍ଯ୍ୟରେ ମଣିଷ ବଞ୍ଚିରହିପାରିବ। କିନ୍ତୁ ଗୋଟେ କିଡନୀ ଦ୍ୱାରା ବଞ୍ଚିରହିବା କଷ୍ଟକର। ଯଦି କିଡନୀ ଖରାପ ହେବା ଆରମ୍ଭରୁ ଏହା  ଜଣାପଡିଯାଏ ତେବେ ସେହି ସମୟରେ ଚିକିତ୍ସା ସମ୍ଭବ।

 

  • ଗୋଟିଏ  କିଡନୀ କାମକରିବା ବନ୍ଦ କରିଦେଲେ ମଧ୍ୟ ଅନ୍ୟ କିଡନୀ ସାହାର୍ଯ୍ୟରେ ମଣିଷ ବଞ୍ଚିରହିପାରିବ
  • କିନ୍ତୁ ଗୋଟେ କିଡନୀ ଦ୍ୱାରା ବଞ୍ଚିରହିବା କଷ୍ଟକର
  • ଯଦି କିଡନୀ ଖରାପ ହେବା ଆରମ୍ଭରୁ ଏହା  ଜଣାପଡିଯାଏ ତେବେ ସେହି ସମୟେରେ ଚିକିତ୍ସା ସମ୍ଭବ
  • ତେବେ ଆସନ୍ତୁ ଜାଣିବା  କିଡନୀ ଖରାପ ହେବାର କିଛି ଲକ୍ଷଣ ସମ୍ପର୍କରେ

Trending Photos

କିଡନୀ ଖରାପ ହେଲେ ଶରୀରରେ ଦେଖାଦେଇଥାଏ ଏହି ସବୁ ଲକ୍ଷଣ

ଭୁବନେଶ୍ୱର: ଆମ ଶରୀରର ସବୁ ଅଙ୍ଗ ଭଳି ବୃକକ(କିଡନୀ)ଏକ ମୂଖ୍ୟ ଅଙ୍ଗ। କିଡନୀ ରକ୍ତକୁ ସଫା କରିବାସହ ଶରୀରର ସବୁ ହାନିକାରକ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ। ଶରୀରରେ ସାଧାରଣତଃ ଦୁଇଟି କିଡନୀ ରହିଥାଏ। ଯେଉଁଥିରୁ ଗୋଟିଏ  କିଡନୀ କାମକରିବା ବନ୍ଦ କରିଦେଲେ ମଧ୍ୟ ଅନ୍ୟ କିଡନୀ ସାହାର୍ଯ୍ୟରେ ମଣିଷ ବଞ୍ଚିରହିପାରିବ। କିନ୍ତୁ ଗୋଟେ କିଡନୀ ଦ୍ୱାରା ବଞ୍ଚିରହିବା କଷ୍ଟକର। ଯଦି କିଡନୀ ଖରାପ ହେବା ଆରମ୍ଭରୁ ଏହା  ଜଣାପଡିଯାଏ ତେବେ ସେହି ସମୟେରେ ଚିକିତ୍ସା ସମ୍ଭବ। ତେବେ ଆସନ୍ତୁ ଜାଣିବା  କିଡନୀ ଖରାପ ହେବାର କିଛି ଲକ୍ଷଣ ସମ୍ପର୍କରେ।
- ଯଦି ଆପଣଙ୍କ ପେଟର ବାମ ପାଖ କିମ୍ବା ଡାହାଣ ପାଖ ଜୋରେ କାଟୁଛି  ତେବେ ଡେରି ନକରି ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏହା ଆପଣଙ୍କ କିଡ଼ନୀର  କିଛି ସମସ୍ୟା ହେତୁୁ ହୋଇଥାଇପାରେ। ତେଣୁ ଏଥିପାଇଁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ।
- କିଡନୀ ଖରାପ ହେଲେ  ଶରୀରରେ ହାନିକାରକ ପଦାର୍ଥମାନ ଜମାହେବାରେ ଲାଗିଯାଏ।  ହାତ ଏବଂ ଗୋଡ ଦରଜ ହୋଇଥାଏ। ପରିଶ୍ରାର  ରଙ୍ଗ ଗାଢ ହେବା ସହ ଶରୀରର ରଙ୍ଗରେ ପରିବର୍ତ୍ତନ ଦେଖାଯାଇଥାଏ।

fallback- ପରିଶ୍ରାରେ ରକ୍ତ ପଡିଲେ  ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁୁ। ଏହା କିଡନୀ ଖରାପ ହେବାର ଲକ୍ଷଣ ହୋଇପାରେ। - ବାରମ୍ବାର ପରିଶ୍ରା ଲାଗିବା କିଡନୀ ଜନିତ ରୋଗର ଲକ୍ଷଣ ଅଟେ, ପରିଶ୍ରା ନ ଲାଗିବା ମଧ୍ୟ କିଡନୀ ରୋଗର ଲକ୍ଷଣ।

- ଯଦି ଆପଣଙ୍କୁ ପରିଶ୍ରା ଲଗୁଥଥାଏ ମାତ୍ର ପରିଶ୍ରା କରିବାକୁଗଲେ ହୋଇନଥାଏ , କିଡନୀ ଜନିତ ସମସ୍ୟାରୁ ଏହିଭଳି ହୋଇଥାଇପାରେ ତେଣୁ ବିଳମ୍ବ ନକରି ଶୀଘ୍ର ଡାକ୍ତର ଦେଖାନ୍ତୁ ।
- ଛୋଟ ଛୋଟ କାମକରିବା ଦ୍ୱାରା ଦୂର୍ବଳ ଲାଗିବା। ଥକି ପଡିବା ଇତ୍ୟାଦି କିଡନୀ ଖରାପ ହେବାର ଲକ୍ଷଣ ଅଟେ ତେଣୁ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ।