ରାଶି ଅନୁସାରେ ଜାଣନ୍ତୁ ମନୋବଳକୁ କିପରି ସୁଦୃଢ କରିବେ
Advertisement
Article Detail0/zeeodisha/odisha605063

ରାଶି ଅନୁସାରେ ଜାଣନ୍ତୁ ମନୋବଳକୁ କିପରି ସୁଦୃଢ କରିବେ

ଜନ୍ମ ଜାତକରେ କିଛି ଗ୍ରହ ଏକାଠି ରହିଥିଲେ ମନୋବଳ ଦୃଢ ହୋଇଥାଏ । ଜ୍ୟୋତିଷବିତଙ୍କ କହିବା ଅନୁସାରେ ରଙ୍ଗ ଓ ମନ୍ତ୍ର ପ୍ରଭାବ​ରେ ମନୋବଳକୁ ସୁଦୃଢ କରାଯାଇପାରିବ । 

ରାଶି ଅନୁସାରେ ଜାଣନ୍ତୁ  ମନୋବଳକୁ କିପରି  ସୁଦୃଢ କରିବେ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତୃତୀୟ, ପଞ୍ଚମ, ଷଷ୍ଠ ଓ ଏକାଦଶ ସ୍ଥାନରେ ରହିବା ଦ୍ୱାରା ମନୋବଳ ଓ ଆତ୍ମବିଶ୍ୱାସ ଦୃଢ ହୋଇଥାଏ । ସୂର୍ଯ୍ୟ ତଥା ମଙ୍ଗଳ ଗ୍ରହ ମନୋବଳର କାରକ ହୋଇଥାଆନ୍ତି । ଜନ୍ମ ଜାତକରେ କିଛି ଗ୍ରହ ଏକାଠି ରହିଥିଲେ ମନୋବଳ ଦୃଢ ହୋଇଥାଏ । ଜ୍ୟୋତିଷବିତଙ୍କ କହିବା ଅନୁସାରେ ରଙ୍ଗ ଓ ମନ୍ତ୍ର ପ୍ରଭାବ​ରେ ମନୋବଳକୁ ସୁଦୃଢ କରାଯାଇପାରିବ । ତେବେ ଆସନ୍ତୁ ଜାଣିବା ରାଶି ଅନୁଯାୟୀ କିଭଳି ମନୋବଳ ସୁଦୃଢ କରିପାରିବେ । 

ମେଷ: ମେଷ  ରାଶିଙ୍କ ମନୋବଳ ସୁଦୃଢ ଥାଏ । କିନ୍ତୁ ସେମାନଙ୍କ ଚଞ୍ଚଳ ମନ ଯୋଗୁଁ  ସମସ୍ୟାର ସମ୍ମୁଖୀନ ହୋଇ ଥାଆନ୍ତି । ସୂର୍ଯ୍ୟଙ୍କୁ ପ୍ରତିଦିନ  ନାଲି ଫୁଲ ଦେଇ ଅର୍ଘ କରିଲେ ମନୋବଳ ଦୃଢ ହୋଇଥାଏ ।

ବୃଷ: ଏହି ରାଶି ବ୍ୟକ୍ତିବିଶେଷଙ୍କ ମନୋବଳ ବହୁତ ସୁଦୃଢ ଥାଏ ନହେଲେ ବହୁତ ଦୁର୍ବଳ ହୋଇଥାଏ । ନାଲି ରଙ୍ଗର କପଡା ପାଖରେ ରଖିବା ଲାଭପ୍ରଦ ହୋଇଥାଏ  ।

ମିଥୁନ: ଏମାନଙ୍କ ମନୋବଳ ଅତ୍ୟନ୍ତ ଦୁର୍ବଳ । ଏମାନଙ୍କୁ ସଦାବେଳେ  ଅନ୍ୟର ସାହାରର ଅବଶ୍ୟକ ହୋଇଥାଏ । ସବୁଜ ରଙ୍ଗର ଅଧିକ ବ୍ୟବହାର କରିବା ଫଳପ୍ରଦ ।

କର୍କଟ: କର୍କଟ ରାଶି ବ୍ୟକ୍ତିଙ୍କ ମନୋବଳ ଶୀଘ୍ର ଦୁର୍ବଳ ହୋଇଯାଏ । ସୂର୍ଯ୍ୟଙ୍କୁ ହଳଦି ମିଶା ପାଣି ଅର୍ପଣ କରନ୍ତୁ ଏବଂ ହଳଦିଆ ରଙ୍ଗ ବ୍ୟବହାର କରିବା ଦ୍ୱାରା  ମନୋବଳ ସୁଦୃଢ ହେବ ।

ସିଂହ: ଏହି ରାଶିର ଲୋକମାନେ ସାହସୀ ହୋଇଥାନ୍ତି । କଳା ରଙ୍ଗରୁ  ଯଥା ସମ୍ଭବ ଦୂରେଇ ରୁହନ୍ତୁ ଏବଂ ସୂର୍ଯ୍ୟାଦୟ ପୂର୍ବରୁ ଉଠିବା ଦ୍ୱାରା ମନୋବଳ ସୁଦୃଢ ହୋଇଥାଏ ।
କନ୍ୟା: ଏହି ରାଶିର ଲୋକମାନେ ଜିଦି ସ୍ୱଭାବର ହୋଇଥାନ୍ତି । ଏମାନଙ୍କ ମନୋବଳ ସାମାନ୍ୟ ରହିଥାଏ । ଧଳା ରଙ୍ଗ ଏମାନଙ୍କ ମାନସିକ ଅବସ୍ଥାକୁ ଶାନ୍ତ ରଖିବାରେ ସହାୟକ ହୋଇଥାଏ  ।

ତୁଳା: ଏମାନଙ୍କ  ଆତ୍ମବିଶ୍ୱାସ କେତେବେଳେ ଦୃଢ ତ କେତେବେଳେ  ଦୁର୍ବଳ ହୋଇଥାଏ । ନୀଳ ରଙ୍ଗର ବ୍ୟବହାର ଅଧିକ କରିବା ଲାଭପ୍ରଦ ହୋଇଥାଏ । ନିୟମିତ ଭାବେ  ଶନି ମନ୍ତ୍ର ଜପ କରନ୍ତୁ ।

ବିଛା: ଏହି ରାଶିର ଲୋକମାନେ  ଭାବନାର ସଠିକ୍ ପ୍ରୟୋଗ କରିପାରନ୍ତି ନାହିଁ । ସୂର୍ଯ୍ୟଦେବତାଙ୍କୁ ଚାଉଳ ସହ ଜଳ ଅର୍ପଣ କଲେ ମନୋବଳ ଦୃଢ ହୁଏ ।

ଧନୁ:  ଏହି ରାଶିର ବ୍ୟକ୍ତିଙ୍କ ମନୋବଳ ଅତ୍ୟନ୍ତ ଦୃଢ ।  ନିଜ ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମକର: ଏମାନଙ୍କ ମନୋବଳ ବହୁତ ଦୃଢ । ଧଳା ରଙ୍ଗର ବ୍ୟବହାର ଅଧିକ କରନ୍ତୁ ।

କୁମ୍ଭ: ଏହି ରାଶିର ବ୍ୟକ୍ତିଙ୍କ ମନୋବଳ ସେମାନଙ୍କ  କାର୍ଯ୍ୟ ଉପରେ ନିର୍ଭର କରେ ।  ସୂର୍ଯ୍ୟଦେବତାଙ୍କୁ ଜଳ ଅର୍ପଣ କରନ୍ତୁ ।

ମୀନ: ଏହି ରାଶିର ବ୍ୟକ୍ତିଙ୍କ ମନ ଦୃଢ ଥାଏ । ନିୟମିତ ଭାବେ ହନୁମାନଙ୍କ ପୂଜା କରନ୍ତୁ ।