ପାନ୍ ନମ୍ୱର ନିୟମକୁ ଜାଣନ୍ତୁ, ନହେଲେ ଦେବାକୁ ପଡ଼ିବ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା
Advertisement
Article Detail0/zeeodisha/odisha611664

ପାନ୍ ନମ୍ୱର ନିୟମକୁ ଜାଣନ୍ତୁ, ନହେଲେ ଦେବାକୁ ପଡ଼ିବ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା


ଯେବେ ଆପଣ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଭରୁଛନ୍ତି ଏବଂ ଯଦି ଭୁଲ୍ ପାନ୍ ନମ୍ୱର ଦେଇ ଦେଇଛନ୍ତି ତ ଆୟକର ଅଧିନିୟମ ୧୯୬୧, ଧାରା ୨୭୧ ଅନୁଯାୟୀ ଆପଣଙ୍କ ଉପରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯାଇପାରେ ।

 

ପାନ୍ ନମ୍ୱର ନିୟମକୁ ଜାଣନ୍ତୁ, ନହେଲେ ଦେବାକୁ ପଡ଼ିବ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା

ପ୍ରଦ୍ୟୁମ୍ନ କୁମାର ମାଝୀ, ନୂଆଦିଲ୍ଲୀ: ପାନ୍ କାର୍ଡ ବନେଇବା ପାଇଁ ଏବେ ଲୋକଙ୍କ ପାଇଁ ସହଜ ହୋଇଗଲାଣି । ଲୋକମାନେ ଜାଣିଛନ୍ତି କି ବ୍ୟାଙ୍କ ଖାତା ଖୋଲିବା ଠାରୁ ଆରମ୍ଭ କରି ଅନେକ ସରକାରୀ କାମରେ ପ୍ୟାନ କାର୍ଡ ଆବଶ୍ୟକ ପଡ଼ିଥାଏ ।

ପାନ୍ କାର୍ଡ ଏବେ ଏମିତି ଡକ୍ୟୁମେଣ୍ଟ ହୋଇଯାଇଛି ଯାହା ଅତି ସହଜରେ ବନିଯାଇଥାଏ ଏବଂ ଅନେକ କ୍ଷେତ୍ରରେ ପରିଚୟପତ୍ର ଭାବେ ମଧ୍ୟ କାମ କରିଥାଏ । କ'ଣ ଆପଣ ଜାଣିଛନ୍ତି ଯଦି ପାନ୍ କାର୍ଡର ଭୁଲ୍ ନମ୍ୱର ଦେଇ ଦେଇଛନ୍ତି ତ ଆପଣ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ ।  ଏଠାରେ ଆମେ ଆପଣଙ୍କୁ ପାନ୍ କାର୍ଡ ସହ ସଂପୃକ୍ତ କିଛି ତଥ୍ୟ ଦେଉଛୁ ।

ଯେବେ ଆପଣ ନିଜର ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଭରୁଛନ୍ତି ଏବଂ ଭୁଲ୍ ପାନ୍ ନମ୍ୱର ଦେଇ ଦେଇଛନ୍ତି ତ ଆୟକର ଅଧିନିୟମ ୧୯୬୧,  ଧାରା ୨୭୨ ଅନୁଯାୟୀ ଆପଣଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା ଲାଗିପାରେ । ଆପଣ ଯେବେ ଆଇଟିଆର୍ ଭରୁଛନ୍ତି କିମ୍ୱା ଯେବେ ପାନ୍ ନମ୍ୱର ଦେଉଛନ୍ତି ଆପଣ ସାବଧାନତାର ସହ ପାନ୍ ନମ୍ୱର ଦିଅନ୍ତୁ ।

fallbackଆପଣ ନିଜ ନାଁରେ  ଏକାଧିକ ପାନ୍ କାର୍ଡ ରଖିଥିଲେ ମଧ୍ୟ ପେନାଲଟି ଲାଗିପାରେ

ଯଦି ଆପଣଙ୍କୁ  ଥରେ ପାନ୍ କାର୍ଡ ମିଳିବା ପରେ ଦ୍ୱିତୀୟ ଥର ପ୍ୟାନ୍ କାର୍ଡ ବନାଇବା ଆବଶ୍ୟକ ପଡ଼ିନଥାଏ ।  ଥରେ କାର୍ଡ ବନାଇଲେ କାର୍ଡଧାରୀଙ୍କ ସାରା ଜୀବନ ପାଇଁ  ଭ୍ୟାଲିଡ୍ ରହିଥାଏ । ଯଦି ଆପଣଙ୍କ ହଜିଯାଉଛି ତ ସେହି ପାନ୍ ନମ୍ୱର ଦ୍ୱିତୀୟ କପି ବନାଇବାକୁ ଆବଶ୍ୟକତା ପଡ଼ିବ ।

ଦୁଇଟି ପାନ୍ କାର୍ଡ ଥିଲେ ମଧ୍ୟ ଆୟକର ନିୟମ  ଅନୁସାରେ ଧାରା ୨୭୨ ଅନୁଯାୟୀ ବ୍ୟକ୍ତିଙ୍କୁ ୧୦ ହଜାରରୁ ଅଧିକ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରେ । ଦୁଇଟି ପାନ୍ କାର୍ଡ ରଖିବା ଆଇନ ବିରୋଧୀ । ଯଦି ଆପଣ ଭୁଲ୍ ବସତ ଦୁଇଟି କାର୍ଡ ବନାଇ ଦେଇଛନ୍ତି ଗୋଟିଏକୁ ଫେରାଇ ଦିଅନ୍ତୁ ଏବଂ ଅଚଳ କରିଦିଅନ୍ତୁ ।

ଡିସେମ୍ୱର ୩୧ ମଧ୍ୟରେ କରିନିଅନ୍ତୁ ଆଧାରକାର୍ଡ ସହ ପାନ୍ କାର୍ଡ ଲିଙ୍କ୍
ଆଧାର କାର୍ଡକୁ ପାନ୍ କାର୍ଡ ସହ ଲିଙ୍କ୍ କରାଇବା ପାଇଁ ସରକାର ୨୦୧୯ ମସିହା ଡିସେମ୍ୱର ୩୧ ଯାଏଁ ଅବଧି ବୃଦ୍ଧି କରିଛନ୍ତି । ଅନେକ ଥର ସମୟ ସୀମା ବଢ଼ାଯାଇଛି  ଏବଂ ଆବଶ୍ୟକ ନୁହେଁ ଯେ ସରକାର ପୁଣି ଥରେ ଅବଧି ବଢ଼ାଇପାରନ୍ତି । ଯେଉଁ ଆଧାରକାର୍ଡ ଧାରୀ ପାନ୍ କାର୍ଡ ସହ ଲିଙ୍କ୍ ନକରିଥିବେ ତାଙ୍କ କାର୍ଡକୁ ଅବୈଧ ଘୋଷଣା କରାଯାଇପାରେ ।