ସିଏଏ ବିରୋଧୀ ପୋଷ୍ଟର ଲଗାଇ ପାରିବେନି 'ଦିଦି'
Advertisement
Article Detail0/zeeodisha/odisha614594

ସିଏଏ ବିରୋଧୀ ପୋଷ୍ଟର ଲଗାଇ ପାରିବେନି 'ଦିଦି'

ଏନଆରସି ଓ ସିଏଏ ସମର୍ଥନରେ କୋଲକାତାରେ ବିଜେପି ରାଲି...ରାଜଘାଟରେ ଆଇନ ବିରୋଧରେ କଂଗ୍ରେସର ସତ୍ୟାଗ୍ରହ....ଦିଦିଙ୍କୁ ପଶ୍ଚିମବଙ୍ଗ ହାଇକୋର୍ଟରୁ ଝଟକା...

 

ଫାଇଲ ଫଟୋ

ପ୍ରକାଶ ରଞ୍ଜନ ପରିଡା, ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନାଗରିକତା ଆଇନ ସମର୍ଥନରେ ରାଲି କରିଛି ବିଜେପି  । କୋଲକାତାରେ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ବିଶାଲ ରାଲି ଆୟୋଜିତ ହୋଇଛି ।  ରାଲିଲେ ଦଳର ବରିଷ୍ଠ ନେତା କୈଳାଶ ବିଜୟବର୍ଗୀୟ, ରୂପା ଗାଂଗୁଲୀ, ସନ୍ଦୀପ ଘୋଷଙ୍କ ସମେତ ବହୁ ନେତା ସାମିଲ ହୋଇଛନ୍ତି । ରାଜ୍ୟ ସରକାର ଆଇନ ଅମାନ୍ୟ କରୁଥିବା ଅଭିଯୋଗ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛି ବିଜେପି । ରାଲି ଆୟୋଜନ ପାଇଁ ପୂର୍ବରୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିନଥିବାରୁ ଏହାକୁ ନେଇ ମମତା ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଜେପି ନଡ୍ଡା । ଆଇନର ବିରୋଧ କରୁଥିବା ମମତା ସରକାରଙ୍କୁ ହାଇକୋର୍ଟ ପକ୍ଷରୁ ଝଟକା ଲାଗିଛି । ଏନଆରସି ଓ ସିଏଏ  ଆଇନ ବିରୋଧୀ ବିଜ୍ଞାପନ ହଟାଇ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ କଂଗ୍ରେସ ପକ୍ଷରୁ ରାଜଘାଟରେ ଏନଆରସି ଓ ସିଏଏ  ବିରୋଧରେ ସତ୍ୟାଗ୍ରହ ହୋଇଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ମନମୋହନ ସିଂହ ପ୍ରମୂଖ ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି ।

ସୋମବାର କୋଲକାତା ବିଜୟ ରାଲିଲେ ଦଳର ବରିଷ୍ଠ ନେତା କୈଳାଶ ବିଜୟବର୍ଗୀୟ, ରୂପା ଗାଂଗୁଲୀ, ସନ୍ଦୀପ ଘୋଷଙ୍କ ସମେତ ବହୁ ନେତା ସାମିଲ ହୋଇଥିଲେ । ସୁବୋଧ ମଲିକ ସ୍କୋୟାରରୁ ରାଲି ଆରମ୍ଭ ହୋଇ ଶ୍ୟାମା ବଜାରରେ ଶେଷ ହୋଇଛି । ନାଗରିକତା ଆଇନକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ମିଥ୍ୟା ପ୍ରଚାର ବିଷୟରେ ଲୋକଙ୍କୁ ସଚେତନ କରାଯାଇଛି । ରାଜ୍ୟରେ ଅରାଜକତା ବୃଦ୍ଧି ପାଇଛି ଓ ରାଜ୍ୟ ସରକାର ଆଇନ ଅମାନ୍ୟ କରୁଥିବା ଅଭିଯୋଗ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛି ବିଜେପି । ରାଲି ଆୟୋଜନ ପାଇଁ ପୂର୍ବରୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିନଥିବାରୁ ଏହାକୁ ନେଇ ମମତା ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଜେପି ନଡ୍ଡା । ସେପଟେ ମମତା ସରକାରଙ୍କୁ ଲାଗିଛି ହଇକୋର୍ଟରୁ ଝଟକା । ଏନଆରସି ଓ ସିଏଏ  ବିରୋଧୀ ପୋଷ୍ଟର ହଟାଇ ଦେବାକୁ ପଶ୍ଚିମବଙ୍ଗ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ପଶ୍ଚିମବଙ୍ଗରେ ଏନଆରସି ଓ ସିଏଏ  ଲାଗୁ ନ କରିବାକୁ ଘୋଷଣା କରିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଥିଲେ ମମତା ସରକାର ।

କୋଲକାତାରେ ବିଜେପି ଏନଆରସି ଓ ସିଏଏ ସମର୍ଥନରେ ରାଲି ହୋଇଥିବା ବେଳେ କଂଗ୍ରେସ ପକ୍ଷରୁ ସୋମବାର ଦିଲ୍ଲୀ ରାଜଘାଟରେ ଆଇନ ବିରୋଧରେ ସତ୍ୟାଗ୍ରହ ହୋଇଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ସତ୍ୟାଗ୍ରହରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସାଲିମ ହୋଇଛନ୍ତି । ସତ୍ୟାଗ୍ରହରେ ସାମିଲ ହୋଇଥିବା ଅଶୋକ ଗେହଲଟ ଓ ବାଲା ସାହେବ ଥୋରାଟ ରାଜସ୍ଥାନ ଓ ମହାରାଷ୍ଟ୍ରରେ ଏନଆରସି ଓ ସିଏଏ  ଲାଗୁ କରାଇ ଦିଆଯିବ ନାହିଁ ବୋଲି କହିଛନ୍ତି ।

ଆହୁରି ପଢନ୍ତୁ; କଂଗ୍ରେସ ମୁକ୍ତ ଭାରତ; ଆକାଶ କଇଁଆ ଚିଲିକା ମାଛ !