ଦୋସ୍ତି ଆଉ କେତେ ଦିନ ?
Advertisement
Article Detail0/zeeodisha/odisha601066

ଦୋସ୍ତି ଆଉ କେତେ ଦିନ ?

'ସାମ୍ନା' ରେ କୁହାଯାଇଛି, ଅଜିତ ପାୱାର ଦଳୀୟ କାର୍ଯ୍ୟାଳୟରୁ ବିଧାୟକଙ୍କ ସମର୍ଥନ ପତ୍ର ଚୋରି କରି ରାଜ୍ୟପାଳଙ୍କୁ ଦେଖାଇଛନ୍ତି । ଆଉ ରାଜ୍ୟପାଳ ମଧ୍ୟ ସେହି ପତ୍ର ଦେଖି ବିଶ୍ୱାସ କରିଗଲେ ଏବଂ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଦେଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଯେଉଁ ଦଳ ୨୫ ବର୍ଷର ପୁରୁଣା ମିତ୍ର ଉଦ୍ଧବ ଠାକରେଙ୍କ ମିତ୍ରତାକୁ ସମ୍ମାନ ଦେଲା ନାହିଁ, ସେ କ'ଣ ଅଜିତ ପାୱାରଙ୍କ ସହ ସବୁଦିନ ଦୋସ୍ତି କରିପାରିବ ? ସମୟ ଆସିବ, ଦିନେ ଅଜିତଙ୍କୁ ବି ଆଡେଇ ଦେବ ବିଜେପି । ଆଉ ବିଜେପି ସହ ମିଶି ବହୁମତ ପ୍ରମାଣ ଦେବାରେ ଅଜିତ ମଧ୍ୟ କେବେ ସଫଳ ହେବେ ନାହିଁ । ଆଜି ଦଳୀୟ ମୁଖପତ୍ର 'ସାମ୍ନା'ରେ ଏଭଳି କିଛି ଢଙ୍ଗରେ ଉଭୟ ବିଜେପି ଏବଂ ଅଜିତ ପାୱାରଙ୍କ ଉପରେ ଜୋରଦାର ବର୍ଷିଛି ଶିବସେନା ।

'ସାମ୍ନା' ରେ କୁହାଯାଇଛି, ଅଜିତ ପାୱାର ଦଳୀୟ କାର୍ଯ୍ୟାଳୟରୁ ବିଧାୟକଙ୍କ ସମର୍ଥନ ପତ୍ର ଚୋରି କରି ରାଜ୍ୟପାଳଙ୍କୁ ଦେଖାଇଛନ୍ତି । ଆଉ ରାଜ୍ୟପାଳ ମଧ୍ୟ ସେହି ପତ୍ର ଦେଖି ବିଶ୍ୱାସ କରିଗଲେ ଏବଂ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଦେଲେ । ଯେଉଁ 'ଭକ୍ତଗଣ' ଦିନେ ଅଜିତ ପାୱାରଙ୍କୁ ଜେଲ ପଠାଇବୁ ବୋଲି କହୁଥିଲେ, ଏବେ ସେମାନେ ଭିନ୍ନ ନାରା ଦେଉଛନ୍ତି । ଫଡନାଭିସ, ଅଜିତ ପାୱାର ଆଗକୁ ବଢନ୍ତୁ, ଆମେ ତୁମ ସାଥିରେ ଅଛୁ ବୋଲି ଏବେ 'ଭକ୍ତଗଣ' ନାରା ଦେଉଥିବା ମୁଖପତ୍ରରେ କଟାକ୍ଷ କରିଛି ଶିବସେନା । 

ଏଥିରେ ଆହୁରି ମଧ୍ୟ କୁହାଯାଇଛି, ଏନସିପି ନେତାଙ୍କୁ ଭାରତୀୟ ଜନତା ପାର୍ଟି ପ୍ରଲୋଭନ ଦେଖାଇଛି । ଆଉ ଏମାନେ ରାଜ୍ୟକୁ ଧୋକା ଦେଇଛନ୍ତି । ଯେଉଁ ଦଳ ଶିବସେନାର ୨୫ ବର୍ଷର ମିତ୍ରତାକୁ ବୁଝିପାରିଲା ନାହିଁ, ସେ କଣ ଅଜିତ ପାୱାରଙ୍କ ସହ ମିତ୍ରତା ନିଭେଇବ ବୋଲି କଟାକ୍ଷ କରିଛି 'ସାମ୍ନା' । ଏମିତି ଏକ ସମୟ ଆସିବ, ଯେତେବେଳେ ଅଜିତ ପାୱାରଙ୍କୁ ମଧ୍ୟ କିକ୍ ଦେବ ବିଜେପି ବୋଲି ଏଥିରେ ଚେତାଇ ଦିଆଯାଇଛି । 

ସେପଟେ ଆସନ୍ତାକାଲି ଆସିବ 'ମହାରାଷ୍ଟ୍ର' ରାୟ । ବିଧାନସଭାରେ ଆସ୍ଥା ଭୋଟ ନେଇ ବିରୋଧୀ ଯେଉଁ ଦାବି କରିଛନ୍ତି, ସେନେଇ ନିଜର ରାୟ ପ୍ରକାଶ କରିବେ ଦେଶର ସର୍ବୋଚ୍ଚ ଅଦାଲତ । ଆଜି ପାଖାପାଖି ୨ ଘଣ୍ଟା ଧରି ସମସ୍ତ ପକ୍ଷ ନିଜ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ । ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଜଷ୍ଚିସ ଜଷ୍ଟିସ ସଞ୍ଜୀବ ଖାନ୍ନା, ଏନଭି ରମନ ଓ ଜଷ୍ଟିସ ଅଶୋକ ଭୂଷଣ ଏହାର ଶୁଣାଣି କରୁଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ ଉପରେ ନିର୍ଭର କରୁଛି ପୁରା ମହାରାଷ୍ଟ୍ର ରାଜନୀତି । 

ଆହୁରି ପଢନ୍ତୁ; ଆସନ୍ତାକାଲି 'ମହାରାଷ୍ଟ୍ର' ରାୟ, କେମିତି ଥିଲା ଆଜିର ଶୁଣାଣି ?