ସିଏଏକୁ ସମର୍ଥନ କରି ନ୍ୟୁୟର୍କରେ ପ୍ରବାସୀ ଭାରତୀୟଙ୍କ ପ୍ରଦର୍ଶନ
Advertisement
Article Detail0/zeeodisha/odisha617223

ସିଏଏକୁ ସମର୍ଥନ କରି ନ୍ୟୁୟର୍କରେ ପ୍ରବାସୀ ଭାରତୀୟଙ୍କ ପ୍ରଦର୍ଶନ

ବର୍ତ୍ତମାନ ସିଏଏ, ଏଆରସି ଏବଂ ଏମପିଆରକୁ ନେଇ ଦେଶର ରାଜନୀତି ସରଗରମ ରହିଛି । ବିଶେଷକରି ସିଏଏକୁ ନେଇ ଗତ କିଛିଦିନ ହେଲା ସମଗ୍ର ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବହୁ ସ୍ଥାନରେ ହିଂସାକାଣ୍ଡ ମଧ୍ୟ ଘଟିଛି । ଏପରିକି ୨୦ରୁ ଉର୍ଦ୍ଧ୍ୱ ବିକ୍ଷୋଭକାରୀଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଅନ୍ୟପଟେ ସିଏଏକୁ ବିଭିନ୍ନ ସଙ୍ଗଠନ ସମର୍ଥନ ମଧ୍ୟ କରୁଛନ୍ତି । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ବର୍ତ୍ତମାନ ସିଏଏ, ଏଆରସି ଏବଂ ଏମପିଆରକୁ ନେଇ ଦେଶର ରାଜନୀତି ସରଗରମ ରହିଛି । ବିଶେଷକରି ସିଏଏକୁ ନେଇ ଗତ କିଛିଦିନ ହେଲା ସମଗ୍ର ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବହୁ ସ୍ଥାନରେ ହିଂସାକାଣ୍ଡ ମଧ୍ୟ ଘଟିଛି । ଏପରିକି ୨୦ରୁ ଉର୍ଦ୍ଧ୍ୱ ବିକ୍ଷୋଭକାରୀଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଅନ୍ୟପଟେ ସିଏଏକୁ ବିଭିନ୍ନ ସଙ୍ଗଠନ ସମର୍ଥନ ମଧ୍ୟ କରୁଛନ୍ତି । 

ଏହି କ୍ରମରେ ଆମେରିକାରେ ଥିବା ପ୍ରବାସୀ ଭାରତୀୟମାନେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ ଜଣାଇଛନ୍ତି । ରବିବାର ନ୍ୟୁୟର୍କର ଟାଇମ୍ସ ସ୍କ୍ୱାୟାରରେ ବହୁ ପ୍ରବାସୀ ଭାରତୀୟ ଏକାଠି ହୋଇଥିଲେ । ହାତରେ ବ୍ୟାନର ଧରି ସିଏଏ ଉପରେ ତାଙ୍କ ପୂର୍ଣ୍ଣ ସମର୍ଥନ ରହିଥିବା ଜଣାଇଥିଲେ ପ୍ରବାସୀ ଭାରତୀୟ । 

ଆହୁରି ପଢନ୍ତୁ; କେରଳ ସରକାରଙ୍କ ଅଭିନବ ପ୍ରୟାସ, ରାତିରେ ଚାଲିଲେ ମହିଳା