ଅବସରନେଲା କାରଗିଲ ଯୋଦ୍ଧା ମିଗ୍-୨୭; ଯୋଧପୁରରେ ଶେଷ ଉଡ଼ାଣ ଭରିଲେ ୭ ଯୁଦ୍ଧ ବିମାନ
Advertisement
Article Detail0/zeeodisha/odisha616084

ଅବସରନେଲା କାରଗିଲ ଯୋଦ୍ଧା ମିଗ୍-୨୭; ଯୋଧପୁରରେ ଶେଷ ଉଡ଼ାଣ ଭରିଲେ ୭ ଯୁଦ୍ଧ ବିମାନ

ପାକିସ୍ତାନ ସହ ହୋଇଥିବା କାରଗିଲ ଯୁଦ୍ଧର ହିରୋ ଲଢୁଆ ବିମାନ ମିଗ୍-୨୭  ବାୟୁସେନାରୁ ଅବସର ନେଇଛି । ରାଜସ୍ଥାନର ଯୋଦ୍ଧପୁର ଏୟାରବେସରୁ ୭ଟି ମିଗ୍-୨୭  ଯୁଦ୍ଧ ବିମାନ ନିଜର ଶେଷ ଉଡ଼ାଣ ଭରିଛନ୍ତି ।

ଅବସରନେଲା କାରଗିଲ ଯୋଦ୍ଧା ମିଗ୍-୨୭;  ଯୋଧପୁରରେ ଶେଷ ଉଡ଼ାଣ ଭରିଲେ ୭ ଯୁଦ୍ଧ ବିମାନ

ପ୍ରଦ୍ୟୁମ୍ନ କୁମାର ମାଝୀ, ନୂଆଦିଲ୍ଲୀ: କାରଗିଲ ଯୁଦ୍ଧରେ ଭାରତ ପାଇଁ 'ବ୍ରହ୍ମାସ୍ତ୍ର' ସାଜିଥିବା ଫାଇଟର ଏୟାରକ୍ରାଫ୍ଟ 'ମିଗ୍-୨୭' ଏବେ ଇତିହାସ ପାଲଟିଲା । କାରଣ ଆଜି ଭାରତୀୟ ବାୟୁସେନାରୁ ଅବସର ନେଇଛି କାରଗିଲ ଯୁଦ୍ଧର ହିରୋ 'ମିଗ୍-୨୭' । ଯୋଧପୁର ଏୟାରବେସରୁ ଶେଷ ଥର ପାଇଁ ଉଡ଼ାଣ ଭରିବା ପରେ ସ୍କର୍ପିଓ ସ୍କ୍ୱାଡ୍ରନର ୭ଟି  'ମିଗ୍-୨୭' ଯୁଦ୍ଧ ବିମାନ ଅବସର ନେଇଛନ୍ତି । ଯୋଧପୁରରେ ଥିବା ସ୍କ୍ୱାଡ୍ରନ କେବଳ ଭାରତର ନୁହେଁ, ଏହା ମିଗ୍-୨୭ ଦୁନିଆର ମଧ୍ୟ ଶେଷ ସ୍କ୍ୱାଡ୍ରନ । ଗତ ପ୍ରାୟ ୪୦ ବର୍ଷ ଧରି ଭାରତୀୟ ବାୟୁସେନାକୁ ସେବା ଯୋଗାଇଥିଲା ଏହି ମିଗ୍-୨୭ ସ୍କ୍ୱାଡ୍ରନ । ଯୁଦ୍ଧ ବିମାନ  ମିଗ୍-୨୭ର ବିଦାୟ ସମାରୋହରେ ସାମିଲ ହୋଇଥିବା ବିମାନ କାରଗିଲ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପାକିସ୍ତାନ ସହ ହୋଇଥିବା କାରଗିଲ ଯୁଦ୍ଧର ହିରୋ ଯୁଦ୍ଧ ବିମାନ ମିଗ୍-୨୭ ଆଜି ବାୟୁସେନାରୁ ଅବସର ନେଇଛନ୍ତି । ଏହି ଅବସରରେ ବାୟୁସେନାର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବିଦାୟକାଳୀନ ଅବସରରେ  ମିଗ୍-୨୭କୁ ସଲାମି ମଧ୍ୟ ଦିଆଗଲା । ମିଗ୍-୨୭ ତିନି ଦଶକରୁ ଭାରତର ବାୟୁସେନାର ସେବା କରିଆସିଛି ।

୭ ସ୍କ୍ୱାଡ୍ରନ  ଯୁଦ୍ଧ ବିମାନକୁ ୨୦୨୦ ମାର୍ଚ୍ଚ ୩୧ ତାରିଖରେ ନମ୍ୱର ପ୍ଲେଟେଡ୍ କରାଯିବ । ଯୋଧପୁର ଏୟାରବେସରେ ହୋଇଥିବା ଏହି ବିଦାୟକାଳୀନ ସମ୍ୱର୍ଦ୍ଧନା ଉତ୍ସବରେ ବାୟୁସେନାର ଅନେକ ଅଧିକାରୀ ଉପସ୍ଥିତ ଥିଲେ । ବାୟୁସେନାର ଏବେ ମିଗ୍-୨୭ ବଦଳରେ ମିଗ୍-୨୧ ଯୁଦ୍ଧ ବିମାନ ନିଆଯିବ ।

fallbackକାହିଁକି ଗୁରୁତ୍ୱପୂର୍ଣ୍ଣ ମିଗ୍-୨୭ ?

ତିନି ଦଶକରୁ ଅଧିକ ଉଲ୍ଲେଖନୀୟ ସେବା ପରେ, ଭାରତୀୟ ବାୟୁ ସେନାରୁ ମିଗ୍-୨୭ ଲଢ଼ୁଆ ବିମାନ ବାୟୁ ସେନା ଷ୍ଟେସନ, ଯୋଧପୁରରେ ଏକ ଭବ୍ୟ ସମାରୋହରେ ଅବସର ଦିଆଗଲା । ମିଗ୍-୨୭କୁ ୧୯୮୫ ମସିହାରେ ଭାରତୀୟ ବାୟୁ ସେନାରେ ସାମିଲ କରାଯାଇଥିଲା । ମିଗ୍-୨୭ର ଆକାଶ ମାର୍ଗରୁ ଭୂପୃଷ୍ଠରେ ଆକ୍ରମଣ ପାଇଁ କ୍ଷମତ ରହିଛି । ବାୟୁ ସେନା ସମସ୍ତ ପ୍ରମୁଖ ଅପରେସନରେ ସାମିଲ ହେବା ସହ  ମିଗ୍-୨୭ ୧୯୯୯ ମସିହାରେ କାରଗିଲ୍ ଯୁଦ୍ଧରେ ମଧ୍ୟ ପ୍ରମୁଭ ଭୂମିକା ଗ୍ରହଣ କରିଥିଲା ।

ଭାରତୀୟ ବାୟୁ ସେନାରେ ସ୍କ୍ୱାର୍ଡନ୍ ୨୯ର ଏକମାତ୍ର ୟୁନିଟ୍ ଅଟେ, ଯେଉଁଥିରେ  ମିଗ୍-୨୭ର  ଉନ୍ନତ ଜ୍ଞାନକୌଶଳର ବ୍ୟବହାର କରାଯାଇଛି ।  ମିଗ୍-୨୭ର ୨୦୦୬ର ଉନ୍ନତ ଜ୍ଞାନକୌଶଳର ଶେଷ ସ୍କ୍ୱାଡ୍ରନରେ ବର୍ତ୍ତମାନ ଯାଏ ସକ୍ରିୟ  ରହିଥିଲା । ମିଗ୍ ସିରିଜର  ନୂତନ ପ୍ରକାର ମିଗ୍-୨୩  ବିଏନ୍, ମିଗ୍-୨୩ ଏମଏଫ୍ ଏବଂ ବିଶୁଦ୍ଧ ମିଗ୍ ୨୭ ଆଗରୁ ବାୟୁସେନାରୁ ଅବସର ନେଇସାରିଛନ୍ତି ।

fallbackକେବେ ହୋଇଥିଲା ସ୍କ୍ୱାଡ୍ରନର ସ୍ଥାପନା ?
ସ୍କ୍ୱାଡ୍ରନର ସ୍ଥପନା ୧୯୫୮ ମସିହା ମାର୍ଚ୍ଚ ୧୦ ତାରିଖରେ ଗଲବାରାରେ ଔରାଗନ(ତୁଫାନ) ଏୟାରକ୍ରାଫ୍ଟ ସହ ହୋଇଥିଲା । ବାୟୁ ସେନାରେ ସ୍କ୍ୱାଡ୍ରନର ବିଭିନ୍ନ ଲଢୁଆ ବିମାନ ମିଗ୍-୨୧, ମିଗ୍-୭୭, ମିଗ୍-୨୧, ଟାଇପ୍ ୯୬, ମିଗ୍-୨୭ ଏମଏଲ୍ ଏବଂ ମିଗ୍-୨୭ ଅପଗ୍ରେଡ୍ ବ୍ୟବହାର କରାଯାଇଛି ।  

ଭାରତୀୟ ବାୟୁ ସେନାରେ ୧୯୮୫ରେ ସାମିଲ୍ କରାଯାଇଥିବା ଏହା ଅନ୍ତିମ ସକ୍ଷମ ଲଢୁଆ ବିମାନ ଭୂପୂଷ୍ଠରେ ଆକ୍ରମଣ ପାଇଁ ସକ୍ଷମର ଆଧାର ରହିଆସିଛି । ବାୟୁ ସେନାର ସମସ୍ତ ପ୍ରମୁଖ ଅପରେସନରେ ଭାଗ ନେବା ସହ ମିଗ୍-୨୭ ୧୯୯୯ କାରଗିଲ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।  

ଯୋଦ୍ଧପୁରରେ ଆୟୋଜିତ ମିଗ୍-୨୭ର ଅବସରକାଳୀନ ସମ୍ୱର୍ଦ୍ଧନା ଉତ୍ସବରେ ଭାରତୀୟ ବାୟୁସେନାର ଷ୍ଟେସନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ ଦକ୍ଷିଣ-ପଶ୍ଚିମ କମାଣ୍ଡିଂ-ଇନ୍-ଚିଫ୍ ଏହାର ମାର୍ଶଲ ଏସ.କେ. ଘୋଟିୟା  ଅଧ୍ୟକ୍ଷତା କରିଥିଲେ ।