ନାବାଳିକା ବଳାତ୍କାର ମାମଲା: ଦୋଷୀଙ୍କୁ ୨୦ ବର୍ଷ ଜେଲ୍‌
Advertisement
Article Detail0/zeeodisha/odisha613683

ନାବାଳିକା ବଳାତ୍କାର ମାମଲା: ଦୋଷୀଙ୍କୁ ୨୦ ବର୍ଷ ଜେଲ୍‌

ନାବାଳିକାଙ୍କ ମା’ ଓ ବାପା ଦିନ ମଜୁରିଆ ଭାବେ କାମ କରୁଥିବାରୁ ଅଧିକାଂଶ ସମୟ ଘରେ ରୁହନ୍ତି ନାହିଁ । 

ନାବାଳିକା ବଳାତ୍କାର ମାମଲା: ଦୋଷୀଙ୍କୁ ୨୦ ବର୍ଷ ଜେଲ୍‌

ରଘୁନାଥ ସାହୁ, ଅନୁଗୁଳ: ଅନୁଗୁଳ ଜିଲା ବଅଁରପାଳ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଗର୍ଭବତୀ କରିବା ମାମଲାର ବିଚାର କରି ଶନିବାର ଅତିରିକ୍ତ ଜିଲା ଓ ଦୌରାଜଜ ତଥା ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ଅଭିଯୁକ୍ତ ରସାନନ୍ଦ ବେହେରା(୪୫)ଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । 

ଘଟଣାରୁ ପ୍ରକାଶ ଯେ ସମ୍ପୃକ୍ତା ନାବାଳିକାଙ୍କ ମା’ ଓ ବାପା ଦିନ ମଜୁରିଆ ଭାବେ କାମ କରୁଥିବାରୁ ଅଧିକାଂଶ ସମୟ ଘରେ ରୁହନ୍ତି ନାହିଁ । ଏହାର ସୁଯୋଗ ନେଇ ରସାନନ୍ଦ ନାବାଳିକାକୁ ପ୍ରେମ ଜାଲରେ ଫସାଇ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ । ନାବାଳିକା ଜଣଙ୍କ ଗର୍ଭବତୀ ହେବା ଜଣାପଡ଼ିବା ପରେ ଅଭିଯୁକ୍ତ ତାଙ୍କୁ ହତ୍ୟା ଧମକ ଦେଉଥିଲେ । ଏ ନେଇ ନାବାଳିକାଙ୍କ ମା ଓ ବାପା ବଅଁରପାଳ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହି ଘଟଣାରେ ମୋଟ୍‌ ୧୭ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ମାନ୍ୟବର ବିଚାରପତି ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସରୋଜ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ ।