ଧରାପଡ଼ିବ ଦାଉଦ ଇବ୍ରାହିମ
Advertisement

ଧରାପଡ଼ିବ ଦାଉଦ ଇବ୍ରାହିମ

ଖୁବ୍ ଶୀଘ୍ର ଆପଣ ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ ପୋଲିସ କଷ୍ଟୋଡିରେ ଥିବା ଖବର ପାଇଯିବେ। ସେଥିପାଇଁ ଆରମ୍ଭ ହୋଇ ସାରିଛି ପ୍ରକ୍ରିୟା । ଏଣିକି ଇଣ୍ଟର ପୋଲ୍ ନୁହେଁ, ଖୋଦ୍ ମୁମ୍ବାଇ ପୋଲିସ ଧରିବ ଦାଉଦକୁ । ଆଉ ଖୋଲିବ ତା'ର ସବୁ କଳା ସାମ୍ରାଜ୍ୟର କଚ୍ଚା ଚିଠା ।

  • ଖୁବ୍ ଶୀଘ୍ର ଆପଣ ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ ପୋଲିସ କଷ୍ଟୋଡିରେ ଥିବା ଖବର ପାଇଯିବେ
  • ଏଣିକି ଇଣ୍ଟର ପୋଲ୍ ନୁହେଁ, ଖୋଦ୍ ମୁମ୍ବାଇ ପୋଲିସ ଧରିବ ଦାଉଦକୁ 
  • ଆଉ ଖୋଲିବ ତା'ର ସବୁ କଳା ସାମ୍ରାଜ୍ୟର କଚ୍ଚା ଚିଠା
  • ଅଣ୍ଡରୱାର୍ଲ୍ଡ ଡିକ୍ସିନାରୀର ସବୁଠୁ ବଡ଼ ଖୁଲାସା
  • ଦାଉଦର ଭାଇ ଖୋଲିଲା ଡି' କମ୍ପାନୀର କୋର୍ଡ ୱାର୍ଡ

Trending Photos

Most wanted Dawood will be hands of by Mumbai Police

ହିତାଂଶୁ ଶେଖର ମହାନ୍ତ, ନୂଆଦିଲ୍ଲୀ: ଆଜ୍ଞା ହଁ, ଖୁବ୍ ଶୀଘ୍ର ଆପଣ ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ ପୋଲିସ କଷ୍ଟୋଡିରେ ଥିବା ଖବର ପାଇଯିବେ। ସେଥିପାଇଁ ଆରମ୍ଭ ହୋଇ ସାରିଛି ପ୍ରକ୍ରିୟା । ଏଣିକି ଇଣ୍ଟର ପୋଲ୍ ନୁହେଁ, ଖୋଦ୍ ମୁମ୍ବାଇ ପୋଲିସ ଧରିବ ଦାଉଦକୁ । ଆଉ ଖୋଲିବ ତା'ର ସବୁ କଳା ସାମ୍ରାଜ୍ୟର କଚ୍ଚା ଚିଠା । ପୋଲିସ ଡାଳେ ଡାଳେ ଗଲେ ଅପରାଧୀ କେମିତି ପତ୍ରେ ପତ୍ରେ ଯାଏ, ତା'ର ରହିଛି ଅନେକ ଉଦାହରଣ । ସେମିତି ଏକ ଲୋମଟାଙ୍କୁରା ଘଟଣା ଆଜି ଅଣ୍ଡର ୱାର୍ଲ୍ଡ ସମ୍ପର୍କରେ ଆପଣଙ୍କ ଜ୍ଞାନକୁ ଆହୁରି ଋଦ୍ଧିମନ୍ତ କରିବ । ଇଏ ଏମିତି ଏକ କାହାଣୀ, ଯେଉଁ କାହାଣୀର ଖଳନାୟକ କେବଳ ଦେଶ ନୁହେଁ ସାରା ଦୁନିଆ ପାଇଁ ବିପଦ। ଭାରତ ପାଇଁ ତ ଖୁବ୍ ଭୟଙ୍କର । ଆମେ ଯାହା କଥା କହିବାକୁ ଯାଉଛୁ, ତା'କୁ ସାରା ଭାରତ କହେ ଡନ୍ । ଅଣ୍ଡର ୱାର୍ଲ୍ଡର ଡନ୍। ନାଁ ତା'ର ଦାଉଦ ଇବ୍ରାହିମ। ଦୀର୍ଘ କେଇ ଦଶନ୍ଧି ଧରି ଇଣ୍ଟରପୋଲ୍ ପାଇଁ ମୋଷ୍ଟ ୱାଣ୍ଟେଡ୍। ଆମେ ଆପଣଙ୍କୁ ଦାଉଦ ଇବ୍ରାହିମ ସମ୍ପର୍କରେ ଏମିତି କିଛି କହିବାକୁ ଯାଉଛୁ, ଯାହା ଶୁଣିବା ପରେ ଆପଣଙ୍କ କାନ ଠିଆ ହୋଇଯିବ । ଆପଣ ଜାଣିପାରିବେ ଆଜିକାଲି କେମିତି ସେ ଏକ ଅଜଣା ଜାଗାରୁ ଅଣ୍ଡର ୱାର୍ଲ୍ଡର ଦୁନିଆକୁ ଅପରେଟ୍ କରୁଛି ।

ଅଣ୍ଡରୱାର୍ଲ୍ଡ ଡିକ୍ସିନାରୀର ସବୁଠୁ ବଡ଼ ଖୁଲାସା:

ଦାଉଦର ଭାଇ ଖୋଲିଲା ଡି' କମ୍ପାନୀର କୋର୍ଡ ୱାର୍ଡ
ଦାଉଦ ଇବ୍ରାହିମକୁ ଏବେ କ'ଣ ଡାକୁଛି ଅଣ୍ଡରୱାର୍ଲ୍ଡ ?
'ମାମୁ'ଙ୍କୁ କାହିଁକି ଡରୁଛି ଦାଉଦ ଇବ୍ରାହିମ ?

ମୁମ୍ବାଇ ପୋଲିସର କଷ୍ଟୋଡିରେ ଏବେ ମୋଷ୍ଟ ୱାଣ୍ଟେଡ୍ ଦାଉଦର ଡାହାଣ ହାତ ବୋଲାଉଥିବା ତା'ର ଭାଇ ଇକବାଲ କାସକର । ମୁମ୍ବାଇ ପୋଲିସ ତ ଛାର, ଇଣ୍ଟର ପୋଲକୁ ମଧ୍ୟ ଚକମା ଦେଇ ବର୍ଷ ବର୍ଷ ଧରି ଡି କମ୍ପାନୀ କଳା ସାମ୍ରାଜ୍ୟର ଏକ ପ୍ରମୁଖ ମୋହରା ସାଜିଥିବା ସେହି ଖଳନାୟକ ପୋଲିସ ଜେରା ବେଳେ ଓଗାଳିଛି ଡି କମ୍ପାନୀର ରାଜ୍ । ପୋଲିସକୁ ଦେଇଛି କିଛି ଏମିତି ଗୋପନ ତଥ୍ୟ, ଯାହା ଜାଣିବା ପରେ ଆପଣଙ୍କର ମଧ୍ୟ ଲୋମମୂଳ ଟାଙ୍କୁରି ଉଠିବ । ବିଲ୍ଡରମାନଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗରେ ଖୁବ୍ ନିକଟରେ ଗିରଫ ହୋଇଥିବା ଦାଉଦ ଇବ୍ରାହିମର ଭାଇ ଇକବାଲ କାସକରକୁ ପଚରାଉଚରା ସମୟରେ ପୋଲିସ ହାତରେ ଲାଗିଛି ଅଣ୍ଡରୱାର୍ଲ୍ଡ ଭାଷାର ନୂଆ ନୂଆ କୋର୍ଡୱାର୍ଡର ପୂରା ବହି । ମୁମ୍ବାଇ ପୋଲିସ୍ ଓ ଗୁଇନ୍ଦା ଏଜେନ୍ସି ରାଡାରରୁ ବର୍ତ୍ତିବା ପାଇଁ ପୂରାପୂରି ବଦଳି ଯାଇଛି ଅଣ୍ଡର ୱାର୍ଲ୍ଡର ଭାଷା । ଏବେ ଅଣ୍ଡର ୱାର୍ଲ୍ଡ ଦୁନିଆର ଛୋଟମୋଟ ସଇତାନଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ଡନ୍ ଏବେ କେଉଁ କୋଡ୍ ୱାର୍ଡର ବ୍ୟବହାର କରୁଛନ୍ତି ସେ ବିଷୟରେ ଆମେ ଆପଣଙ୍କୁ ଦେଉଛୁ ପୂରା ତଥ୍ୟ ।

fallback

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ଏକ ଲକ୍ଷ ଟଙ୍କା ପାଇଁ 'ଏକ ପେଟି' ବଦଳରେ ଯେଉଁ ଶବ୍ଦ ବ୍ୟବହାର କରାଯାଉଛି, ତାହା ହେଉଛି, 'ଏକ ଡିବ୍ବା'... ସେମିତି ଗୋଟିଏ କୋଟି ଟଙ୍କା ପାଇଁ 'ଏକ ଖୋକା' ବଦଳରେ କୁହାଯାଉଛି 'ଏକ ବକ୍ସ'... ମାନେ 'ଡିବ୍ବା' ହେଉଛି 'ଲକ୍ଷ' ଆଉ 'ବାକ୍ସ' ହେଉଛି 'କୋଟି' । ଠିକ୍ ସେମିତି ଅନ୍ୟ ଶବ୍ଦସବୁ ପାଇଁ ମଧ୍ୟ ଡି କମ୍ପାନୀ ବଦଳାଇ ଦେଇଛି ନିଜର କୋଡ୍ ୱାର୍ଡ। ଡି କମ୍ପାନୀ ଏବେ ଦିଲ୍ଲୀକୁ କହୁଛି 'କଚାରୀ' । '୯ ଏମ୍ଏମ୍ ପିସ୍ତଲ' ପାଇଁ ବ୍ୟବହାର ହେଉଛି '୯ ନମ୍ବର ଚପଲ' ନାମରେ ନୂଆ କୋଡ୍। ଆଉ '୩୨ ବୋର୍ ବନ୍ଧୁକ' ପାଇଁ ବ୍ୟବହାର ହେଉଛି '୩୨ ନମ୍ବର ଚପଲ' ଶବ୍ଦ । 

ଏବେ ଜାଣିବା ଡନ୍ ଦାଉଦ୍ ଇବ୍ରାହିମକୁ ଅଣ୍ଡର ୱାର୍ଲ୍ଡ କ'ଣ ବୋଲି ଡାକୁଛି: 

ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଦାଉଦ ଇବ୍ରାହିମକୁ ଏବେ 'ବଡ଼େଭାଇ' ବୋଲି କୁହାଯାଉଛି, ସେମିତି ଇକବାଲ କାସକରକୁ ଏବେ 'ଶେଠ୍' କହି ଡାକୁଛି ଅଣ୍ଡରୱାର୍ଲ୍ଡ । ଆଉ ଅଣ୍ଡର ୱାର୍ଲ୍ଡର ଚିରଶତ୍ରୁ ପୋଲିସ ପାଇଁ ବ୍ୟବହାର କରାଯାଉଛି କୋଡ୍ ୱାର୍ଡ 'ଖରାପ ଲୋକ' ନହେଲେ 'ହାତୀ' । ଖାଲି ସେତିକି ନୁହେଁ, ଏନକାଉଣ୍ଟର ସ୍ପେଶାଲିଷ୍ଟଙ୍କୁ 'ମାମୁ' ବୋଲି କହି ସମ୍ବୋଧନ କରୁଛି ଅଣ୍ଡର ୱାର୍ଲ୍ଡ ।

ଅଣ୍ଡର ୱାର୍ଲ୍ଡ ଦୁନିଆରେ ଫୋନରେ ହେଉଥିବା ବାର୍ତ୍ତାଳାପକୁ ଇଣ୍ଟରସେପ୍ଟ କରିବା ଏବଂ ତାକୁ ଡି-କୋଡ୍ କରିବା ସୁରକ୍ଷା ଏଜେନ୍ସୀଗୁଡ଼ିକ ପାଇଁ ଖୁବ୍ ବଡ଼ ଚାଲେଞ୍ଜ । 'ଇନଫରମେସନ' ବା 'ସୂଚନା'କୁ ଏବେ ଅଣ୍ଡର ୱାର୍ଲ୍ଡ ଭାଷାରେ 'ପରଫ୍ୟୁମ୍' ବୋଲି କୁହାଯାଉଛି । ଠିକ୍ ସେମିତି ଅଣ୍ଡର ୱାର୍ଲ୍ଡରେ 'ସାର୍ପ ଶୁଟର୍ସ'ଙ୍କ ନୂଆ ନାଁ ହେଉଛି  'କାରିଗର' । ଏକ୍ସଟରସନ ପାଇଁ ଡରାଇବା, ଧମକାଇବା ଓ ଫାୟାରିଂ କରିବାକୁ ଏବେ ଅଣ୍ଡର ୱାର୍ଲ୍ଡ କହୁଛି, 'ହାତ୍ ଲଗା ଦୋ' । 'ମାରି ଦିଅ' ବୋଲି ନ କହି ଅଣ୍ଡର ୱାର୍ଲ୍ଡ ନିଜ ନୂଆ ପରିଭାଷାରେ କହୁଛି 'ଆଗକୁ ବଢ଼' । ଅଣ୍ଡର ୱାର୍ଲ୍ଡ ସାମ୍ରାଜ୍ୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଶବ୍ଦ ହେଉଛି 'ପାସପୋର୍ଟ' । କାରଣ ଅନ୍ତର୍ଜାତୀୟ ଅପରାଧୀମାନେ ଦେଶ ତୁଳନାରେ ବେଶି ରୁହନ୍ତି ବିଦେଶରେ । ସେଥିପାଇଁ ସେମାନେ ପାସପୋର୍ଟ ପାଇଁ ଆଉ ଏକ କୋଡ୍ ୱାର୍ଡ ବାହାର କରିଛନ୍ତି । ତା'କୁ କୁହାଯାଉଛି 'ପିଠା', ସେମିତି ଆଜିର ତାରିଖରେ 'ଡ୍ରାଇଭର'କୁ 'ହମାଲ' ଏବଂ 'ହୱାଲା' ପାଇଁ 'ଡାଏରୀ' ଶବ୍ଦର ବ୍ୟବହାର କରୁଛି ଅଣ୍ଡର ୱାର୍ଲ୍ଡ ।

fallback

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇକବାଲ କାସକରକୁ ମୁମ୍ବାଇର ଠାଣେ ପୋଲିସ କରୁଛି ଘମାସାନ୍ ଜେରା ।  ଆଉ ପଚରା ଉଚରା ସମୟରେ କାସକର ଓଗାଳିଛି କିଛି ଭୟାନକ ଗୋପନୀୟ ତଥ୍ୟ । ଏହି ସୂଚନା ପୋଲିସକୁ ଅଣ୍ଡର ୱାର୍ଲ୍ଡ ବିରୋଧରେ ତଦନ୍ତ କରିବାକୁ ବଳ ଯୋଗାଇବ । ଇକବାଲ କାସକର କହିଛି, ଏକ୍ସଟରସନର ମୁଖିଆ ଆଉ କେହି ନୁହେଁ ସେ ହେଉଛି ଖୋଦ୍ 'ଛୋଟା ସକିଲ୍' । ଯିଏ ଦାଉଦ ଇବ୍ରାହିମର ଅନ୍ୟତମ ଖାସମଖାସ୍ ଲୋକ କୁହାଯାଇ ପାରିବ, ଜଣେ ଦାଉଦର 'ରାଇଟ୍ ହ୍ୟାଣ୍ଡ' ହେଲେ ଆଉ ଜଣେ ତା'ର 'ଲେଫ୍ଟ ହ୍ୟାଣ୍ଡ' । ଆଉ ଦାଉଦ ଇବ୍ରାହିମ ପାକିସ୍ତାନରେ ବସି ଏ ଗ୍ୟାଙ୍ଗକୁ ଅପରେଟ କରୁଛି ।  ଠାଣେ ପୋଲିସ ହାତରେ ଏହି ଗୋପନ ତଥ୍ୟ ଲାଗିଯିବା ପରେ ପୋଲିସ ଅଣ୍ଟା ଭିଡ଼ିଛି, ଯେପରି ଖୁବ୍ ଶୀଘ୍ର 'ସକିଲ ଶେଖ୍' ଓରଫ 'ଛୋଟା ସକିଲ'କୁ ଏହି ମାମଲାରେ ଅଭିଯୁକ୍ତ ସଜାଇ ପାରିବ । ଆଉ ଦାଉଦ ରୂପକ ଚେନର ଗୋଟିଏ କଡ଼ି ଥରେ ପୋଲିସର ହାତରେ ଲାଗିଛି ମାନେ ଧିରେ ଧିରେ ପୂରା ଚେନ ବି ହାତକୁ ଆସିବାକୁ ଆଉ ବେଶି ଡେରି ନାହିଁ ।