ଆଜି ନୟାଗଡ଼ ବନ୍ଦ
Advertisement

ଆଜି ନୟାଗଡ଼ ବନ୍ଦ

ଏହି ବନ୍ଦ ଡାକରା ଦେଇଛି ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟି । 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୟାଗଡ଼: ଆଜି ୧୨ ଘଣ୍ଟିଆ ନୟାଗଡ଼ ବନ୍ଦ । ଏହି ବନ୍ଦ ଡାକରା ଦେଇଛି ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟି । ଚିନିକଳ ଶ୍ରମିକ ଓ କର୍ମଚାରୀଙ୍କ ବକେୟା ରାଶି ଫେରସ୍ତ ଏବଂ ଚିନକଳକୁ ପୁନଃ କାର୍ଯ୍ୟକ୍ଷମ କରିବା ଇତ୍ୟାଦି ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି । 

ବନ୍ଦ ପାଳନ ସକାଳ ୬ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏ ଚାଲିବ । କ୍ରିୟାନୁଷ୍ଠାନ କମିଟି  ପକ୍ଷରୁ ନୟାଗଡ଼ରେ ରେଳରୋକ କରାଯାଇଛି । ବନ୍ଦ ପ୍ରଭାବରେ ଜିଲ୍ଲାରେ ଗମନାଗମନ    ଗୋଟିଏ ପ୍ରକାର ଠପ୍ ହୋଇଯାଇଛି । ଦୋକାକ ବଜାର ମଧ୍ୟ ବନ୍ଦ ରହିଛି । ଜିଲ୍ଲାର କୃଷକ, ଶ୍ରମିକ ଆଦି ଅନେକ ସଙ୍ଗଠନ ଏହି ବନ୍ଦ ପାଳନକୁ ସମର୍ଥନ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ; କମିଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍