ସରକାରଙ୍କ ଉଦାସୀନତା, ଅବହେଳିତ ପର୍ଯ୍ୟଟନ ସ୍ଥଳୀ
Advertisement

ସରକାରଙ୍କ ଉଦାସୀନତା, ଅବହେଳିତ ପର୍ଯ୍ୟଟନ ସ୍ଥଳୀ

ପ୍ରାକୃତିକ ସୋନ୍ଦର୍ଯ୍ୟ ଓ ସମ୍ପଦର ଗନ୍ତାଘର ଆମ ରାଜ୍ୟ ଓଡ଼ିଶା । ରାଜ୍ୟରେ ଖଣିଖାଦାନ ଭରି ରହିବା ସହ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ । ରାଜ୍ୟର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସବୁବେଳେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଆମ ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ସମୃଦ୍ଧ କରିବା ପାଇଁ ଅନେକ ଯୋଜନା ବି ପ୍ରଣୟନ ହେଉଛି । ଏହାରି ଭିତରେ କିଛି ପର୍ଯ୍ୟଟନସ୍ଥଳୀକୁ ମାନ୍ୟତା ମିଳିଥିବା ବେଳେ ଆଉ କିଛି ରହିଯାଇଛି ପ୍ରଶାସନର ଦୃଷ୍ଟି ଆଢୁଆଳରେ । 

ସରକାରଙ୍କ ଉଦାସୀନତା, ଅବହେଳିତ ପର୍ଯ୍ୟଟନ ସ୍ଥଳୀ

ଭୁବନେଶ୍ୱର: ପ୍ରାକୃତିକ ସୋନ୍ଦର୍ଯ୍ୟ ଓ ସମ୍ପଦର ଗନ୍ତାଘର ଆମ ରାଜ୍ୟ ଓଡ଼ିଶା । ରାଜ୍ୟରେ ଖଣିଖାଦାନ ଭରି ରହିବା ସହ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ । ରାଜ୍ୟର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସବୁବେଳେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଆମ ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ସମୃଦ୍ଧ କରିବା ପାଇଁ ଅନେକ ଯୋଜନା ବି ପ୍ରଣୟନ ହେଉଛି । ଏହାରି ଭିତରେ କିଛି ପର୍ଯ୍ୟଟନସ୍ଥଳୀକୁ ମାନ୍ୟତା ମିଳିଥିବା ବେଳେ ଆଉ କିଛି ରହିଯାଇଛି ପ୍ରଶାସନର ଦୃଷ୍ଟି ଆଢୁଆଳରେ । 

ଟୁରିଷ୍ଟ ପ୍ଲେସରେ ପାନୀୟଜଳ, ରାସ୍ତା, ଶୌଚାଳୟ ଏବଂ ରାତ୍ରି ଯାପନ ଭଳି ବ୍ୟବସ୍ଥା ହୋଇପାରିଲେ ତାହା ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆହୁରି ଆକର୍ଷିତ କରିପାରନ୍ତା । ଯାହାର ଫଳ ସ୍ୱରୂପ ରାଜ୍ୟ ରୋଜକୋଷକୁ ଅଧିକ ଅର୍ଥ ଆସିପାରନ୍ତା । ବର୍ତ୍ତମାନ ଶୀତ ଋତୁରେ ଚାଲିଛି ପିକନିକ ଟାଇମ୍ । ଆମ ରାଜ୍ୟର ପ୍ରତି ଜିଲ୍ଲାରେ ରହିଛି ବହୁତ ଛୋଟବଡ ପର୍ଯ୍ୟଟନସ୍ଥଳୀ । ଶୀତ ଋତୁ ଆରମ୍ଭରୁ ହିଁ ଦେଖିବାକୁ ମିଳିଛି ଶହ ଶହ ପର୍ଯ୍ୟଟକଙ୍କ ଭିଡ । ଅନେକ ଅବ୍ୟବସ୍ଥା ଭିତରେ ଅଧିକାଂଶ ପର୍ଯ୍ୟଟନସ୍ଥଳୀ । ପ୍ରସାଶନିକ ଉଦାସୀନତା ହେତୁ କିଛି ପର୍ଯ୍ୟଟନସ୍ଥଳୀ ବି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ଯାହାକୁ ନେଇ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପର୍ଯ୍ୟଟକ । 

ଏସବୁ ପର୍ଯ୍ୟଟନସ୍ଥଳୀ ଭିତରେ ରହିଛି ବୌଦ୍ଧର କୁମ୍ଭୀରଦହ, ଉଦଳାର ଦେବକୁଣ୍ଡ, କୋରାପୁଟର ଗାଲିଗାବଦାର, ପାରାଦୀପର ନେହେରୁବଙ୍ଗଳା, ଚିଲିକାର ମଙ୍ଗଳାଯୋଡି ଏବଂ ଢେଙ୍କାନାଳର ଦଣ୍ଡଧାର ଡ୍ୟାମ୍ । ଏସବୁ ପର୍ଯ୍ୟଟନସ୍ଥଳୀର ଅଧିକ ବିକାଶ ହୋଇପାରିଲେ ଆମ ରାଜ୍ୟର ପର୍ଯ୍ୟଟନ ଶିଳ୍ପର ମଧ୍ୟ ଉନ୍ନତ୍ତି ହୋଇପାରନ୍ତା ।