ନିର୍ଭୟା ମାମଲା: ତିହାର ପ୍ରଶାସନ କାନ୍ଧରେ ଦୋଷୀଙ୍କ ବନ୍ଧୁକ!
Advertisement

ନିର୍ଭୟା ମାମଲା: ତିହାର ପ୍ରଶାସନ କାନ୍ଧରେ ଦୋଷୀଙ୍କ ବନ୍ଧୁକ!

ଫାଶୀ ଘୁଞ୍ଚାଇବ ତିହାର ଜେଲ ପ୍ରଶାସନ...

ନିର୍ଭୟା ମାମଲା: ତିହାର ପ୍ରଶାସନ କାନ୍ଧରେ ଦୋଷୀଙ୍କ ବନ୍ଧୁକ!

ନୂଆଦିଲ୍ଲୀ: ମଝିରେ ଗୋଟିଏ ଦିନ। ୨୦ ତାରିଖ ରାତି ପାହିଲେ ଶେଷ ହେବ ଏକ କଳଙ୍କିତ ଅଧ୍ୟାୟ। ୨୦୧୨ ମସିହାରେ ଘଟିଥିବା ସେହି ଲୋମଟାଙ୍କୁରା ତଥା ଅମାନବୀୟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୪ ଦୋଷୀ ୨୦ ତାରିଖ ସକାଳ ସାଢେ ୫ଟାରେ ଫାଶୀ ଖୁଣ୍ଟରେ ଝୁଲିବେ। ହାତରେ ଖୁବ କମ ସମୟ ଥିଲେ ମଧ୍ୟ ବଞ୍ଚିବାର ଆଶା ଛାଡ଼ି ନାହାନ୍ତି ନିର୍ଭୟା ଦୋଷୀମାନେ। ଗୋଟିଏ ପରେ ଗୋଟିଏ ନ୍ୟାୟିକ ବ୍ୟବସ୍ଥାକୁ ଆପଣେଇବାରେ ଲାଗିଛନ୍ତି।  

ମାତ୍ର ୪ ଅଭିଯୁକ୍ତଙ୍କ ସମସ୍ତ ନ୍ୟାୟିକ ବ୍ୟବସ୍ଥା ଏକ ରକମର ଶେଷ ହୋଇଥିଲେ ମଧ୍ୟ ନ୍ୟାୟିକ ବ୍ୟବସ୍ଥାର ଅବହେଳାକୁ ଏବେ ଢାଲ କରିଛନ୍ତି।   ଏହି ଆଧାରରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ନିର୍ଭୟା ଦୋଷୀ। ବୁଧବାର ନିର୍ଭୟା ଦୋଷୀମାନେ ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ଦାୟର କରିଛନ୍ତି। ଉକ୍ତ ଯାଚିକାରେ ସେମାନେ ଦର୍ଶାଇଛନ୍ତି ଯେ, ପଟିଆଲା ହାଉସ କୋର୍ଟରେ ହୋଇଥିବା ସମସ୍ତ ଶୁଣାଣିରେ ଅବହେଳା କରାଯ଼ାଇଛି। ଏପରିକି ପଟିଆଲା ହାଉସ କୋର୍ଟରେ ଦାଖଲ ହୋଇଥିବା ସମସ୍ତ ଦସ୍ତାବିଜରେ ମଧ୍ୟ ଭୁଲ ତଥ୍ୟ ଉଲ୍ଲେଖ କରାଯ଼ାଇଛି। ଆମ ବିପକ୍ଷରେ ସଠିକ ଭାବେ ତଦନ୍ତ କରାଯାଇ ନାହିଁ ବୋଲି ଉକ୍ତ ଯାଚିକାରେ ଉଲ୍ଲେଖ କରିଛନ୍ତି।

ସେପଟେ ଦୋଷୀମାନଙ୍କର ଏହି ଯାଚିକାକୁ ଗ୍ରହଣ କରିଛନ୍ତି ହାଇକୋର୍ଟ। ଯାଚିକାକୁ ଗ୍ରହଣ କରିବା ସହିତ ତିହାର ଜେଲ ଓ ବିପକ୍ଷ ଓକିଲଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ଗୁରୁବାର ଶୁଣାଣୀ ସମୟରେ ସମସ୍ତ ଦସ୍ତାବିଜ ସହିତ ତଥ୍ୟ ଉପସ୍ଥାପନ କରିବାକୁ କୋର୍ଟ ସେମାନଙ୍କୁ ନୋଟିସ ଜାରି କରିଛନ୍ତି।  

ସୂଚନାଯୋଗ୍ୟ ଆସନ୍ତା ୨୦ ତାରିଖରେ ସକାଳ ପ୍ରାୟ ସାଢେ ୫ଟାରେ ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯ଼ିବ। ଏଥିପାଇଁ ତିହାରରେ ପହଞ୍ଚିଛି ଜହ୍ଲାଦ ପଓ୍ୱନ। ଆଜି ଠାରୁ ଫାଶୀ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଥିବା ସୂଚନା ରହିଛି।