ଏଇ ମୋର ଶେଷ ଇଚ୍ଛା...
Advertisement

ଏଇ ମୋର ଶେଷ ଇଚ୍ଛା...

ଜାଣିଛନ୍ତି, ଏମାନଙ୍କ ଶେଷ ଇଚ୍ଛା କ'ଣ ? 

ଫାଇଲ ଫଟୋ

ନୂଆଦିଲ୍ଲୀ: ଆୟୁଷ ଆଉ ୩ ରାତି । ଆସନ୍ତା ୨୦ ତାରିଖ ଭୋର ୫ଟା ୩୦ରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ । ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ । ଆଜି ସନ୍ଧ୍ୟାରେ ଜହ୍ଲାଦ ପବନ ଆସୁଛି । ଦୁଇ ଦିନ ଧରି ସେ ଫାଶୀ ଦେବାକୁ ପ୍ରସ୍ତୁତ ନେବ । ଡମି ଫାଶୀ ମଧ୍ୟ ଦେବ । ସେପଟେ ଆସନ୍ତାକାଲି କିମ୍ବା ତା'ପର ଦିନ ସମସ୍ତ ୪ ଦୋଷୀଙ୍କ ଡାକ୍ତରୀ ପରୀକ୍ଷା କରାଯିବ । 

ଏପର୍ଯ୍ୟନ୍ତ ୩ ଦୋଷୀ, ପରିବାର ଲୋକଙ୍କ ସହ ଶେଷ ସାକ୍ଷାତ କରିସାରିଲେଣି । ହେଲେ ଏବେ ବି ଦୋଷୀ ଅକ୍ଷୟ ନିଜ ଆତ୍ମୀୟଙ୍କ ସହ ଶେଷ ସାକ୍ଷାତ କରିନି । ଏବେ ୪ ଦୋଷୀଙ୍କୁ  ସ୍ୱତନ୍ତ୍ର ସେଲରେ ରଖାଯାଇଛି । ସେମାନଙ୍କ ଉପରେ ୨୪x୭   ନଜର ରଖାଯାଇଛି । ଏପରିକି ସେମାନଙ୍କ ବ୍ୟବହାର ଉପରେ ମଧ୍ୟ ସ୍ୱତନ୍ତ୍ର ଭାବରେ ଦୃଷ୍ଟି ଦିଆଯାଉଛି । 

ଅନ୍ୟପଟେ ଏବେ ବି ବଞ୍ଚିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ନିର୍ଭୟା ଦୋଷୀ । ମୁକେଶ ବ୍ୟତୀତ ଅନ୍ୟ ୩ ଦୋଷୀ ଅନ୍ତର୍ଜାତୀୟ ଅଦାଲତରେ କବାଟ ଠକ୍ ଠକ୍ କରିଛନ୍ତି । ଦୋଷୀଙ୍କ ପକ୍ଷରୁ  ଆଇନଜୀବୀ ଏପି ସିଂହ ଏହି ମାମଲା ଅନ୍ତର୍ଜାତୀୟ କୋର୍ଟରେ ପହଞ୍ଚାଇଛନ୍ତି । ଦୋଷୀଙ୍କ ପକ୍ଷରୁ ଦର୍ଶାଯାଇଛି, ତ୍ରୁଟିପୂର୍ଣ୍ଣ ତଦନ୍ତ ପ୍ରକ୍ରିୟା ଫଳରେ ସେମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କେବଳ ଏତିକି ନୁହେଁ, ଏବେ ଅନେକ ନ୍ୟାୟିକ ପ୍ରକ୍ରିୟା ବାକି ଅଛି । ଏହା ସତ୍ତ୍ୱେ ମଧ୍ୟ ସେମାନଙ୍କୁ  ଫାଶୀ ଦେବାକୁ ପ୍ରସ୍ତୁତି ଚାଲିଥିବା ନିର୍ଭୟା ଦୋଷୀ ଅଭିଯୋଗ କରିଛନ୍ତି ।  ତୁରନ୍ତ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅନ୍ତର୍ଜାତୀୟ ଅଦାଲତରେ ଅପିଲ କରାଯାଇଛି । 

fallback

ସେପଟେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପୂର୍ବରୁ ଜେଲ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ଆଇନଗତ ପ୍ରଣାଳୀ ଅବଲମ୍ବନ କରୁଛନ୍ତି । ଏହି କ୍ରମରେ ସମସ୍ତ ୪ ଦୋଷୀଙ୍କ ଶେଷ ଇଚ୍ଛା ବିଷୟରେ ପଚରାଯାଇଛି । ଏଠାରେ ଆପଣଙ୍କୁ କହିରଖୁଛୁ, ଶେଷ ଇଚ୍ଛା ଅର୍ଥାତ ମୃତ୍ୟୁ ପୂର୍ବରୁ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତି ଦୋଷୀ ଯାହା ନାଁରେ କରିବାକୁ ଚାହୁଁଥିବେ, କରିପାରିବେ । ତେବେ ନିର୍ଭୟା ଦୋଷୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ଜଣେ ମଧ୍ୟ ଶେଷ ଇଚ୍ଛା ବିଷୟରେ ଜଣାଇନାହାଁନ୍ତି । ଦିନେ କିମ୍ବା ଦୁଇଦିନ ଭିତରେ ନିଜର ଶେଷ ଇଚ୍ଛା ସମ୍ପର୍କରେ ସ୍ପଷ୍ଟ କରିପାରନ୍ତି ନିର୍ଭୟା ଦୋଷୀ । ବର୍ତ୍ତମାନର ସ୍ଥିତି ଦେଖି ମନେ ହେଉଛି, ସତେ ଯେମିତି ଦୋଷୀଙ୍କ ଶେଷ ଇଚ୍ଛା ହିଁ ନାହିଁ !

ଆହୁରି ପଢ଼ନ୍ତୁ; ଚରମ ନିଷ୍ପତ୍ତି ନେଲେ ନିର୍ଭୟା ଦୋଷୀଙ୍କ ଆତ୍ମୀୟ ସ୍ୱଜନ...