ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଇ ହଟହଟା ହେଲେ ମନ୍ତ୍ରୀ ଓ ସାଂସଦ
Advertisement

ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଇ ହଟହଟା ହେଲେ ମନ୍ତ୍ରୀ ଓ ସାଂସଦ

ଉନ୍ନାଓ ପୀଡିତାଙ୍କ ମୃତ୍ୟୁ ପରେ କଡା ବିରୋଧର ସମ୍ମୁଖୀନ ହେଉଛନ୍ତି ଉତ୍ତର ପ୍ରଦେଶ ସରକାର । ମହିଳାଙ୍କୁ ସୁରକ୍ଷା ଦେବାରେ ଯୋଗୀ ସରକାର ଫେଲ ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି । ଆଉ ଏହାରି ଭିତରେ ଆଜି ପୀଡିତାଙ୍କ ପରିବାରକୁ ଭେଟିଥିଲେ ଯୋଗୀ ସରକାରଙ୍କ ଦୁଇ ମନ୍ତ୍ରୀ ଏବଂ ଉନ୍ନାଓ ସାଂସଦ । ମାତ୍ର ଏହି ସମୟରେ କଡା ବିରୋଧର ସମ୍ମୁଖୀନ ହୋଇଥିଲେ ଏମାନେ । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଉନ୍ନାଓ ପୀଡିତାଙ୍କ ମୃତ୍ୟୁ ପରେ କଡା ବିରୋଧର ସମ୍ମୁଖୀନ ହେଉଛନ୍ତି ଉତ୍ତର ପ୍ରଦେଶ ସରକାର । ମହିଳାଙ୍କୁ ସୁରକ୍ଷା ଦେବାରେ ଯୋଗୀ ସରକାର ଫେଲ ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି । ଆଉ ଏହାରି ଭିତରେ ଆଜି ପୀଡିତାଙ୍କ ପରିବାରକୁ ଭେଟିଥିଲେ ଯୋଗୀ ସରକାରଙ୍କ ଦୁଇ ମନ୍ତ୍ରୀ ଏବଂ ଉନ୍ନାଓ ସାଂସଦ । ମାତ୍ର ଏହି ସମୟରେ କଡା ବିରୋଧର ସମ୍ମୁଖୀନ ହୋଇଥିଲେ ଏମାନେ । 

ଆଜି ପୀଡିତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ପାଇଁ ପହଞ୍ଚିଥିଲେ ମନ୍ତ୍ରୀ କମଲ ରାଣୀ ବରୁଣ, ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌଯ୍ୟ ଏବଂ ଉନ୍ନାଓ ସାଂସଦ ସାକ୍ଷୀ ମହାରାଜ । ମାତ୍ର ଏହି ଗସ୍ତକୁ କଡା ବିରୋଧ କରିଥିଲା  ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ୍‌ ଇଣ୍ଡିଆ (NSUI)। ଏହି ସମୟରେ ପୋଲିସ ଏବଂ ସଙ୍ଗଠନର କର୍ମକର୍ତ୍ତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ସରକାର ବିରୋଧୀ ନାରା ଲଗାଇଥିଲେ ଏନଏସୟୁଆଇ ସଦସ୍ୟ । କିଛି ସଦସ୍ୟଙ୍କୁ ପୋଲିସ ହେପାଜତକୁ ମଧ୍ୟ ନେଇଛି । 

ଅନ୍ୟପଟେ ଏହା ପୂର୍ବରୁ ଆଜି ସକାଳୁ ପୀଡିତାଙ୍କ ପରିବାରକୁ ଭେଟିଥିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ନ୍ୟାୟ ନ ମିଳିବା ଯାଏ ଲଢେଇ ଜାରି ରହିବ ବୋଲି ପୀଡିତାଙ୍କ ପରିବାରକୁ ଆଶ୍ୱସନା ଦେଇଥିଲେ ପ୍ରିୟଙ୍କା । ସେହିପରି ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟିର ବହୁ ନେତା ମଧ୍ୟ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି । 

ଗୁରୁବାର ପୀଡିତାଙ୍କୁ ଉନ୍ନତ ଚିକିତ୍ସା ପାଇଁ  ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ହସ୍ପିଟାଲରେ ତାଙ୍କ ପାଇଁ ସ୍ୱତନ୍ତ୍ର ଆଇସିୟୁର ମଧ୍ୟ ବ୍ୟବସ୍ଥା ହୋଇଥିଲା । ଏକ ଡାକ୍ତରୀ ଟିମ ପୀଡିତାଙ୍କ ଚିକିତ୍ସାରେ ଲାଗିଥିଲେ । ତେବେ ଅଭିଯୁକ୍ତମାନେ ପୀଡିତାଙ୍କ ଶରୀରକୁ ୯୦ ପ୍ରତିଶତ ପୋଡି ଦେଇଥିବାରୁ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । 

କ'ଣ ଥିଲା ପୀଡିତାଙ୍କ ଶେଷ କଥା ? 

ସମ୍ପର୍କୀୟଙ୍କ ମୁହଁରୁ ଯିଏ ବି ଶୁଣିବ, ତା ଲୋମ ଟାଙ୍କୁରି ଯିବ । ନିଜ ଭାଇଙ୍କ ସହ ମୃତ୍ୟୁ ପୂର୍ବରୁ କଥା ହୋଇଥିଲେ ଉନ୍ନାଓ ପୀଡିତା । ମେଡିକାଲ ବେଡରେ ପୀଡିତା ନିଜ ଭାଇଙ୍କୁ କହିଥିଲେ, ''ଭାଇ, ମୋତେ ବଞ୍ଚାଇ ଦିଅ'' । ଆଉ ଭାଇ ପ୍ରତିଉତ୍ତରରେ କହିଥିଲେ, ''ହିଁ, ଆମେ ଭଲ କରି ନେଇଯିବୁ'' । ତେବେ ଆମେ ବଞ୍ଚାଇ ପାରିଲୁନି ବୋଲି କୋହଭରା କଣ୍ଠରେ କହିଛନ୍ତି ଦୁଷ୍କର୍ମ ପୀଡିତାଙ୍କ ଭାଇ ।  ଏବେ ଅଭିଯୁକ୍ତମାନେ ସେଇଠିକୁ ଯିବା ଦରକାର, ଯେଉଁଠିକୁ ମୋ ଭଉଣୀ ଯାଇଛି ବୋଲି ସେ ଦାବି କରିଛନ୍ତି । 

ଗୁରୁବାର ପୀଡିତାଙ୍କୁ ଉନ୍ନତ ଚିକିତ୍ସା ପାଇଁ  ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ହସ୍ପିଟାଲରେ ତାଙ୍କ ପାଇଁ ସ୍ୱତନ୍ତ୍ର ଆଇସିୟୁର ମଧ୍ୟ ବ୍ୟବସ୍ଥା ହୋଇଥିଲା । ଏକ ଡାକ୍ତରୀ ଟିମ ପୀଡିତାଙ୍କ ଚିକିତ୍ସାରେ ଲାଗିଥିଲେ । ତେବେ ଅଭିଯୁକ୍ତମାନେ ପୀଡିତାଙ୍କ ଶରୀରକୁ ୯୦ ପ୍ରତିଶତ ପୋଡି ଦେଇଥିବାରୁ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । 

କେମିତି ପୀଡିତାଙ୍କୁ ଆକ୍ରମଣ କରିଥିଲେ ଅଭିଯୁକ୍ତ ?

ଯେତେବେଳେ ଗୁରୁତର ପୀଡିତାଙ୍କୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଉଥିଲା, ସେତେବେଳେ ଚେତାରେ ସେ ଚେତାରେ ଥିଲେ । ପୋଲିସ ଆଗରେ ଅଭିଯୁକ୍ତଙ୍କ ବିଷୟରେ ସବୁକଥା କହିଥିଲେ ପୀଡିତା । ତାଙ୍କ ଦେହରେ ନିଆଁ ଲଗାଇବା ପୂର୍ବରୁ ପ୍ରଥମେ ଅଭିଯୁକ୍ତମାନେ ମାରପିଟ କରିଥିଲେ । ଏପରିକି ଛୁରୀରେ ମଧ୍ୟ ଆକ୍ରମଣ କରିଥିଲେ । ଯିଏ ଦୁଷ୍କର୍ମ ଅଭିଯୁକ୍ତ ଥିଲେ, ସେ ହିଁ ଏହି କାଣ୍ଡ ଭିଆଇଥିବା ପୀଡିତା ସ୍ପଷ୍ଟ କରିଥିଲେ । 

କେତେବେଳେ ଆକ୍ରମଣ କରିଥିଲେ ଅଭିଯୁକ୍ତ ?

ଦୁଷ୍କର୍ମ ମାମଲାର ଶୁଣାଣି ପାଇଁ ରାୟବରେଲୀ ଯାଉଥିଲେ ପୀଡିତା । ଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ରେଲୱେ ଷ୍ଟେସନ ପହଞ୍ଚିବା ପୂର୍ବରୁ ୫ ଅଭିଯୁକ୍ତ ତାଙ୍କୁ ଘେରିଯାଇଥିଲେ । ଏହି ୫ ଅଭିଯୁକ୍ତଙ୍କ ନାଁ ମଧ୍ୟ ମୃତ୍ୟୁ ପୂର୍ବରୁ ସେ କହିଯାଇଛନ୍ତି । ପେଟ୍ରୋଲ ଲଗାଇ ନିଆଁ ଲଗାଇ ଦେଇଥିଲେ ଅଭିଯୁକ୍ତ । 

ଆହୁରି ପଢନ୍ତୁ; ଉନ୍ନାଓ ଦୁଷ୍କର୍ମ ଅଭିଯୁକ୍ତକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବିଜେପି ସାଂସଦ, ଟ୍ରୋଲ ପରେ ହଟାଇଲେ ଟ୍ୱିଟ