ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇଁ ଓଡ୍ରାଫ ଟିମ ପକ୍ଷରୁ ମକଡ୍ରିଲ ଆୟୋଜିତ
Advertisement

ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇଁ ଓଡ୍ରାଫ ଟିମ ପକ୍ଷରୁ ମକଡ୍ରିଲ ଆୟୋଜିତ

ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ବାରମ୍ବାର ବିପଦର ସମ୍ମୁଖୀନ ହୋଇ ଆସୁଥିବା ଓଡ଼ିଶାର ୬ ଗୋଟି ଜିଲ୍ଲାର ୩୨୨ ଗୋଟି ଗ୍ରାମକୁ ସୁନାମି ପ୍ରବଣ ଗାଁ ଭାବେ ଚିହ୍ନଟ କରାଯାଇଛି

ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇଁ ଓଡ୍ରାଫ ଟିମ ପକ୍ଷରୁ ମକଡ୍ରିଲ ଆୟୋଜିତ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ବାରମ୍ବାର ବିପଦର ସମ୍ମୁଖୀନ ହୋଇ ଆସୁଥିବା ଓଡ଼ିଶାର ୬ ଗୋଟି ଜିଲ୍ଲାର ୩୨୨ ଗୋଟି ଗ୍ରାମକୁ ସୁନାମି ପ୍ରବଣ ଗାଁ ଭାବେ ଚିହ୍ନଟ କରାଯାଇଛି, ତେବେ ଏହି ଗ୍ରାମ ଗୁଡିକରେ ସୁନାମିକୁ ମୁକାବିଲା କରିବା ଲାଗି ଗ୍ରାମବାସୀଙ୍କୁ ଓସଡ଼ମା ପକ୍ଷରୁ ଅନେକ ସଚେତନତା କାର୍ଯ୍ୟକ୍ରମ ପୂର୍ବରୁ ହାତକୁ ନିଆଯିବା ସହ ଜିରୋ କାଜୁଆଲିଟି କ୍ଷେତ୍ରରେ ଅନ୍ତର୍ଜାତୀୟ ଓଡ଼ିଶା ସରକାର ସମ୍ମାନୀତ ହୋଇଛନ୍ତି । ତେବେ ବାସ୍ତବରେ ଉକ୍ତ ଗ୍ରାମଗୁଡିକ ଏହି ମହାବିପତ୍ତିକୁ ମୁକାବିଲା କରିବା ଲାଗି କେତେ ପ୍ରସ୍ତୁତ ହୋଇଛନ୍ତି ତାର ସ୍ଥିତି ଅନୁଧ୍ୟାନ କରିବା ଦିଗରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ୧୧ ଜଣିଆ ଅନ୍ତର୍ଜାତୀୟ ସ୍ତରୀୟ ବିଶେଷଜ୍ଞ ଦଳ । ପ୍ରଥମ ଦିନରେ ଗଞ୍ଜାମ ଜିଲ୍ଲା ଗୋପାଳପୁର ନିକଟସ୍ଥ ବକ୍ସିପଲ୍ଲୀ ସ୍ଥିତି ଅନୁଧ୍ୟାନ କରିଥିବାବେଳେ, ଯଦି ଏହି ମାନ୍ୟତା ମିଳେ ଭାରତ ମହାସାଗର ଅଞ୍ଚଳରେ ଥିବା ଦେଶ ଗୁଡିକ ମଧ୍ୟରେ ବକ୍ସିପଲ୍ଲୀ ପ୍ରଥମ ଗ୍ରାମ ହେବ ବୋଲି ଅନୁମାନ କରାଯାଉଛି ।

fallback

ସୁନାମିକୁ ନେଇ ଗୋପାଳପୁର ତଟବର୍ତ୍ତି ଅଞ୍ଚଳରେ ହାଇଏଲର୍ଟ, ଲୋକଙ୍କ ଧନ ଜୀବନକୁ ସୁରକ୍ଷା ଦେବା ଲାଗି ପୂରା ଦମରେ ଲାଗିପଡିଛନ୍ତି ଓଡ୍ରାଫ ଟିମ, କେଉଁଠି ଫସି ରହିଯାଇଥିବା ଘର ଭିତରୁ ଲୋକଙ୍କୁ ଉଦ୍ଧାର କରାଯାଉଛି ତ ଆଉ କେଉଁଠି ବୃଦ୍ଧ ଓ ରୋଗଗ୍ରସ୍ତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି, ଫସିରହିଥିବା ଗ୍ରାମବାସୀଙ୍କୁ ଓଡ୍ରାଫ ଟିମ ସହିତ ହାତ ମିଳାଇ ଉଦ୍ଧାର କରିବା ଦିଗରେ ଲାଗିପଡିଛନ୍ତି ଏସଏଜି ଗ୍ରୁପର ମହିଳାମାନେ । ହୋହଲ୍ଲା ଭିତରେ ନିଜ ନିଜ ଧନଜୀବନକୁ ସୁରକ୍ଷା ଦେବା ଲାଗି ଅନେକ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ ହେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା, ଲାଗୁଥିଲା ଯେମିତି ସୁନାମିଠାରୁ ନିଜକୁ ସୁରକ୍ଷା ଦେବା ଲାଗି ଗ୍ରାମବାସୀ ପୁରା ପ୍ରସ୍ତୁତ । ହେଲେ ଏ ଧରପଗଡ଼ କୌଣସି ସତସତିକା ନୁହେଁ ବରଂ ସୁନାମିକୁ ମୁକାବିଲା କରିବା ଲାଗି ଓଡ୍ରାଫ ଟିମ ଓ ଗ୍ରାମବାସୀ କେତେ ପ୍ରସ୍ତୁତ ସେ ନେଇ ଚାଲିଥିଲା ମୋକଡ୍ରିଲ । ଗୋପାଳପୁର ତଟବର୍ତ୍ତି ବକ୍ସିପଲ୍ଲୀ ଅଞ୍ଚଳରେ ଚାଲିଥିବା ଏଭଳି ପୂର୍ବ ପ୍ରସ୍ତୁତିକୁ ଟିକନିଖ କରି ପରଖିଥିଲେ ବିଶ୍ୱ ସ୍ତରୀୟ ୧୧ ଜଣିଆ ବିଶେଷଜ୍ଞ ପ୍ରତିନିଧି ଦଳ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଏହି ଦଳରେ ଅଷ୍ଟ୍ରେଲିଆର ନିକୋଲସ କଷ୍ଟର, ଇଣ୍ଡୋନେସିଆର ମୀ ବିନିଜି, ଜାକର୍ତାର କେ ପୂର୍ଣ୍ଣା ସୀଙ୍କିଙ୍କ ସହ ଇଣ୍ଡିଆ ନେସନାଲ ଡି ଜଷ୍ଟର ମେନେଜମେଣ୍ଟ ଅଥରିଟିର ଯୁଗ୍ମ ସଚିବ ଡାକ୍ତର ପବନ କୁମାର ସିଂ ଉପସ୍ଥିତ ରହି ସୁନାମିକୁ ମୁକାବିଲ୍ଲା କରିବା ଲାଗି ଗ୍ରାମବାସୀ ଓ ପ୍ରଶାସନ କେତେ ପ୍ରସ୍ତୁତ ତାର ଏକ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ବିଶେଷଜ୍ଞ ଦଳ । 

ଓଡ଼ିଶାରୁ ସୁନାମି ପ୍ରବଣ ଅଞ୍ଚଳ ଭାବେ ୬ ଟି ଜିଲ୍ଲାର ୩୨୨ ଖଣ୍ଡ ଗ୍ରାମକୁ ଚିହ୍ନଟ କରାଯାଇଛି, ସେଥିମଧ୍ୟରେ ବକ୍ସିପଲ୍ଲୀ, ଡିଗିପୁର, ନୂଆ ଵକ୍ସିପଲି, ଭେଙ୍କେଟ ରାୟପୁର, ଏଭଳି ଅଞ୍ଚଳ ରହିଥିବାବେଳେ, ଏହି ଅଞ୍ଚଳରେ ସୁନାମି ଆସିବା ଦ୍ୱାରା ଲୋକଙ୍କ ଧନ ଜୀବନ ପ୍ରତି ବିପଦ ରହିଛି ଓ ପୂର୍ବରୁ ବାତ୍ୟାକୁ ବାରମ୍ବାର ସଫଳ ଭାବେ ମୁକାବିଲା କରି ଆସିଥିବା ଏହି ଗ୍ରାମବାସୀ ସୁନାମି ଆସିବା ସମୟରେ ନିଜକୁ କିଭଳି ପ୍ରସ୍ତୁତ ରହି, ସମୁଦ୍ରର ବିପରିତ ଦିଗକୁ କିଭଳି ଯିବେ ସେ ଦିଗରେ ଏହି ବିଶେଷଜ୍ଞ ଦଳ ଅଧିକ ସଚେତନ କରାଇଥିଲେ, ତେବେ ସରକାରଙ୍କ ଏହି ପୂର୍ବ ସୂଚନା ଗ୍ରାମବାସୀଙ୍କ ସୁରକ୍ଷା କ୍ଷେତ୍ରରେ ବେଶ ସହାୟକ ହେବ ବୋଲି କିଛି ଗ୍ରାମବସିନ୍ଦା ମତ ପ୍ରକାଶ କରିଛନ୍ତି ।

ପୂର୍ବରୁ ମହାବାତ୍ୟା ସମୟରେ ଜିରୋ କାଜୁଆଲିଟି କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ରାଜ୍ୟସରକାରଙ୍କ ପୂର୍ବ ପ୍ରସ୍ତୁତି ଏହି ବିଶ୍ୱସ୍ତରୀୟ ବିଶେଷଜ୍ଞ ଦଳର ମନକୁ ଛୁଇଁ ଥିବାବେଳେ, ଦୁଇ ଦିନ ଧରି ସ୍ଥିତି ଅନୁଧ୍ୟାନ କରିବା ପରେ ୟୁନିସ୍କୋକୁ ରିପୋର୍ଟ ପ୍ରଦାନ କରିବେ। ତେବେ ଏହି ବିଶେଷଜ୍ଞ ଦଳର ରିପୋର୍ଟ ଅଗାମୀ ଦିନରେ ବକ୍ସିପାଲ୍ଲୀ ଗ୍ରାମକୁ ସୁନାମି ମୁକାବିଲା ପ୍ରସ୍ତୁତ ଗ୍ରାମ ଭାବେ ଭାରତ ମହାସାଗରର ଦେଶ ଗୁଡିକ ମଧ୍ୟରେ ପ୍ରଥମ ଗ୍ରାମ ଭାବେ ଚିହ୍ନଟ ହେବା ନେଇ ସମସ୍ତେ ଆଶା ବାନ୍ଧିଛନ୍ତି ।