ପିଆଜ ୧୦୦* ନଟଆଉଟ

କାଟିଲେ ଆଖିରୁ ଲୁହ ବାହାରୁ ଥିଲା । ଏବେ କିଣିଲେ ଆଖିରୁ ଲୁହ ବାହାରୁଛି । ଏଠି ଆମେ କହୁଛି ପିଆଜ କଥା । ଗରିବର ପଖାଳ କଂସା ପାଖରେ ପିଆଜ ଫାଳେ ଏବଂ ଲୁଣର ଆବଶ୍ୟକତା ଥାଏ । କିନ୍ତୁ ଏବେ ଗରିବ କଣ ସମାଜର ବଡ ଲୋକମାନେ ବି ପିଆଜ କିଣିବା ବେଳେ ତିନି ଥର ଭାବୁଛନ୍ତି । 

ପିଆଜ ୧୦୦* ନଟଆଉଟ
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: କାଟିଲେ ଆଖିରୁ ଲୁହ ବାହାରୁ ଥିଲା । ଏବେ କିଣିଲେ ଆଖିରୁ ଲୁହ ବାହାରୁଛି । ଏଠି ଆମେ କହୁଛି ପିଆଜ କଥା । ଗରିବର ପଖାଳ କଂସା ପାଖରେ ପିଆଜ ଫାଳେ ଏବଂ ଲୁଣର ଆବଶ୍ୟକତା ଥାଏ । କିନ୍ତୁ ଏବେ ଗରିବ କଣ ସମାଜର ବଡ ଲୋକମାନେ ବି ପିଆଜ କିଣିବା ବେଳେ ତିନି ଥର ଭାବୁଛନ୍ତି । 

ଦୀର୍ଘ ବର୍ଷର ଇତିହାସରେ କେବେ ପିଆଜ ଦଲ ୧୦୦ ଛୁଇଁ ନ ଥିବାବେଳେ ଏବେ ପିଆଜ ଦର ଶହେ ପାର ହେବାକୁ ବସିଲାଣି । କିଛି ସ୍ଥାନରେ ପିଆଜ ୮୦ ଏବଂ ୯୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କିଛି ସ୍ଥାନରେ ଶହେ ପାର ହୋଇଗଲାଣି । ଏପରିକି ଏହି ଦର ଆହୁରି ବଢିବା ନେଇ ମଧ୍ୟ ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । 

ଖାଲି ପିଆଜ ନୁହେଁ, ପରିବା ଦର ଏମିତି ଯେ ପରିବା ଛୁଇଁବା କଷ୍ଟ । କଲରା, ପୋଟଳ ଏବଂ ଗାଜର ଆଦି ପରିବା ଦର ୮୦ଟଙ୍କା ଥିବାବେଳେ ଅନ୍ୟ ପରିବା ଦର ମଧ୍ୟ ୫୦ରୁ ଅଧିକ ରହିଛି । ଯାହାକୁ ନେଇ ସାଧାରଣ ଲୋକେ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସରକାରୀ ବ୍ୟବସ୍ଥା ଉପରେ ବର୍ଷିଛନ୍ତି ଲୋକେ । ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି । 

ଏବେ ବଜାରରେ କଲରା, ପୋଟଳ ଭଳି ପରିବାର ଦାମ କିଲୋପ୍ରତି ୮୦ ଟଙ୍କା ରହିଛି । ସେହିପରି ମଟର ୮୦, ବିନସ ୫୦, ଟମାଟୋ ୪୦, ଭେଣ୍ଡି ୬୦, ଜହ୍ନି ୭୦, ବାଇଗଣ ୫୦, ବନ୍ଧା କୋବି ୪୦, କାକୁଡି ୬୦ ଟଙ୍କା ରହିଛି । ପନିପରିବା ଉତ୍ପାଦନ କମିଥିବାବେଳେ ବଜାରରୁ ଅଧିକ ପରିବା ଆସୁନି । ତେଣୁ ଏହି ସବୁ ଦର ବଢିଛି । ଏପରିକି ମହାରାଷ୍ଟ୍ର ନାସିକରୁ ପିଆଜ ଓଡିଶାକୁ ଆସୁଥିବାବେଳେ ସେଠାରେ ବର୍ଷା ଯୋଗୁଁ ପିଆଜ କ୍ଷତିଗ୍ରସ୍ତ ହୋଇଛି । ଯେଉଁଥିପାଇଁ ଏବେ ଅହେତୁକ ଭାବେ ଦର ବୃଦ୍ଧି ପାଇଥିବା ବ୍ୟବସାୟୀ କହିଛନ୍ତି । ଏପରିକି ଆହୁରି କିଛି ଦିନ ଏଭଳି ସ୍ଥିତି ଜାରି ରହିବ ବୋଲି ଅନୁମାନ କରାଯାଉଛି । 

ଆହୁରି ପଢନ୍ତୁ; ଓଲିଉଡ୍ ହିରୋ ସ୍ୱରାଜ୍: ଘରେ ଝିଅ, ବାହାରେ ପୁଅ !