ଆଇନକୁ ବିରୋଧ କରି ରାଷ୍ଟପତିଙ୍କ ପାଖରେ ପହଞ୍ଚିଲେ ସୋନିଆ
Advertisement

ଆଇନକୁ ବିରୋଧ କରି ରାଷ୍ଟପତିଙ୍କ ପାଖରେ ପହଞ୍ଚିଲେ ସୋନିଆ

ରାଷ୍ଟ୍ରପତିଙ୍କ ପାଖରେ ପହଞ୍ଚିଲେ ବିରୋଧୀ

ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଜାମିଆ ପରେ ଜାଫରାବାଦରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ।  ସ୍କୁଲ ବସ ଉପରେ ଆକ୍ରମଣ ସହ ପୋଲିସ ଉପରକୁ ପଥରମାଡ଼ କରିଛନ୍ତି ଆନ୍ଦୋଳକାରୀ ।  ଜାଫରାବାଦରେ ହିଂସା ପରେ ସୁରକ୍ଷା କାରଣରୁ କିଛି ସମୟ ପାଇଁ ୭ ମେଟ୍ରୋ ଷ୍ଟେସନ ବନ୍ଦ କରାଯାଇଥିଲା । ସୀଲମପୁର, ମୌଜାପୁର, ଗୋକୁଲପୁର ଷ୍ଚେସନ ବନ୍ଦ ହେବା ସହ ଆନ୍ଦୋଳନ ଯୋଗୁଁ ଦୀର୍ଘ ସମୟ ଧରି ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ପୋଲିସ ବାଧ୍ୟ ହୋଇ ଲୁହ ବୁହା ଗ୍ୟାସ ସହ ଲାଠି ଚାଳନା କରିଥିଲା । ହିଂସାକାଣ୍ଡର ଭିଡିଓ ଫୁଟେଜ ସଂଗ୍ରହ କରିବା ସହ ପୋଲିସ ହିଂସାକାଣ୍ଡ ଘଟାଇଥିବା ଆନ୍ଦୋଳନକାରୀଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରୁଛି । ସେପଟେ ଜାମିଆ ମାମଲାରେ ଗିରଫ ୧୦ ଅଭିଯୁକ୍ତଙ୍କୁ ୧୪ ଦିନିଆବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । 

ତେବେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ନୁହଁ ଦେଶର ବିଭିନ୍ନ ବିରୋଧୀ ଦଳ ମଧ୍ୟ ଏହାକୁ ବିରୋଧ କରିଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଠାରୁ ଆରମ୍ଭ କରି କଂଗ୍ରେସର ପ୍ରତ୍ୟେକ କର୍ମୀ ଏହାକୁ ଦୃଢ ବିରୋଧ କରି ପ୍ରତିବାଦ କରୁଛନ୍ତି । ମମତା ମରିଯିବେ ପଛେ, ତାଙ୍କ ସରକାର ଭାଙ୍ଗିଯିବ ପଛେ ସେ ଏହି ଆଇନକୁ ପଶ୍ଚିମବଙ୍ଗରେ ଲାଗୁ ହେବା ପାଇଁ ଦେବେ ନାହିଁ ବୋଲି କହିଛନ୍ତି । ସୋମବାର କଂଗ୍ରେସର ପ୍ରିୟଙ୍କା ଗାନ୍ଧି ଇଣ୍ଡିଆ ଗେଟ ସମ୍ମୁଖରେ ଧାରଣାରେ ବସିଥିଲେ । ଆଜି ଆଇନକୁ ବିରୋଧ କରି ବିରୋଧୀ ଦଳ କଂଗ୍ରେସ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କ ପାଖରେ ପହଞ୍ଚିଛନ୍ତି । ଏହି ଆଇନକୁ ନେଇ ଲାଗିଥିବା ନିଆଁ ଚାରିଆଡ଼େ ବ୍ୟାପିବାରେ ଲାଗିଛି ଓ ଏହି ନିଆଁକୁ ଶୀଘ୍ର ନ ଲିଭାଇଲେ ଗମ୍ଭୀର ସ୍ଥିତି ଉପୁଜିବ ବୋଲି କହିଛନ୍ତି ସୋନିଆ ଗାନ୍ଧି । 

ଜମିଆ ମିଲା ଇସଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ହଷ୍ଟେଲରେ ପଶି ପିଲାଙ୍କୁ ବାହାର କରିବା ବାଡେଇବା କଣ ସଠିକ ଉପାୟ କି ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି ସୋନିଆ । 

ଝାଡଖଣ୍ଡ ନିର୍ବାଚନୀ ରାଲିରେ କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀଙ୍କ ପ୍ରହାର । ଦମ ଅଛି ତ ନାଗରିକତା ଆଇନ, ଟ୍ରିପଲ ତଲାକ, ଧାରା ୩୭୦ ଉଚ୍ଛେଦକୁ ପ୍ରତ୍ୟାହାର କରି ଦେଶବାସୀଙ୍କୁ ଦେଖାଇବାକୁ ଚାଲେଞ୍ଜ ଦେଇଛନ୍ତି ମୋଦି । ଦେଶର ମୁସଲମାନ ସହ ଅନ୍ୟ ସଂଖ୍ୟାଲଘୁଙ୍କୁ ଡରାଇବାକୁ କଂଗ୍ରେସ ସବୁ ଶକ୍ତିର ପ୍ରୟୋଗ କରିଛି ବୋଲି ସେ କହିଛନ୍ତି । ନାଗରିକତା ଆଇନ ଦ୍ୱାରା ସଂଖ୍ୟାଲଘୁ ସଂପ୍ରଦାୟର କୌଣସି କ୍ଷତି ହେବ ନାହିଁ ଜାଣିବା ପରେ ମଧ୍ୟ ଦେଶରେ ଅଶାନ୍ତ ସୃଷ୍ଚି ପାଇଁ ପ୍ରୟାସ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।