ତଡା ଖାଇବେ ଅଯୋଗ୍ୟ ମନ୍ତ୍ରୀ ! ଓଡିଆ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ମୋଦି ଖୁସ୍ ତ ?
Advertisement
Article Detail0/zeeodisha/odisha610192

ତଡା ଖାଇବେ ଅଯୋଗ୍ୟ ମନ୍ତ୍ରୀ ! ଓଡିଆ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ମୋଦି ଖୁସ୍ ତ ?

ମୋଦି ମାଗିଲେ ରିପୋର୍ଟ, କାମର ହିସାବ ଦେବେ ମନ୍ତ୍ରୀ

ଫାଇଲ ଫଟୋ

ନୂଆଦିଲ୍ଲୀ: ମୋଦି ୨।୦ ସରକାରକୁ ୬ ମାସରୁ ଉର୍ଦ୍ଧ୍ୱ ହୋଇଗଲାଣି । ଏହାରି ଭିତରେ ସଂସଦରେ ବହୁ ଗୁରୁତ୍ୱପୂର୍ଣ୍ଣ ଏବଂ ଚର୍ଚ୍ଚିତ ବିଲ ପାରିତ କରାଇଛନ୍ତି ସରକାର । ପଲ୍ଲୀରୁ ଦିଲ୍ଲୀ, ଲୋକଙ୍କ କାମରେ ଲାଗି ପଡିଛନ୍ତି ସାଂସଦ  ଓ ମନ୍ତ୍ରୀ । ତେବେ ଏହି ୬ ମାସ ମଧ୍ୟରେ ମନ୍ତ୍ରୀମାନେ କ'ଣ ସବୁ କାମ କରିଛନ୍ତି, ତାର ହିସାବ ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ଡିସେମ୍ବର ୨୧ ତାରିଖରେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ କେନ୍ଦ୍ରମନ୍ତ୍ରୀମାନେ ନିଜ ନିଜର ରିପୋର୍ଟ ଦାଖଲ କରିବେ ।

କୁହାଯାଉଛି, ନୂଆ ବର୍ଷ ବେଳକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ ମୋଦି ସରକାର । ଆଉ ଏଥିପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ରିପୋର୍ଟ ମଗାଯାଇଛି । ଯେଉଁ ମନ୍ତ୍ରୀମାନେ ଏହି ସମୟ ଭିତରେ ଭଲ କାମ କରିଥିବେ, ସେମାନେ ମନ୍ତ୍ରୀ ପଦ ବଜାୟ ରଖିବେ । ପ୍ରଦର୍ଶନ ଭଲ ଥିଲେ, ଭଲ ବିଭାଗ ମଧ୍ୟ ମିଳିପାରେ । ମାତ୍ର ପ୍ରଦର୍ଶନ ଆଶାନୁରୂପକ ହୋଇନଥିଲେ, ମନ୍ତ୍ରିମଣ୍ଡଳରୁ ବାଦ ପଡିବେ । ତେବେ ମୋଦିଙ୍କ ଗୁଡ ବୁକରେ କେଉଁ ମନ୍ତ୍ରୀ ରହିବେ, କିଏ ବାଦ ପଡିବେ ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା । 

fallback

କେବଳ ସେତିକି ନୁହେଁ, ବହୁ ମନ୍ତ୍ରୀ ବଡ ବଡ ବିଭାଗ ସହ କିଛି ଅତିରିକ୍ତ ବିଭାଗର ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି । ତେଣୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ ସେମାନଙ୍କ ବୋଝ ହାଲକା କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇପାରେ । ତେବେ ଡିସେମ୍ବର ୨୧ରେ ରିପୋର୍ଟ ଦାଖଲ ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡିଛି । 

ମୋଦିଙ୍କ ଗୁଡ ବୁକରେ ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀ !

ମୋଦିଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ କ'ଣ ହେବ ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀଙ୍କ ସ୍ଥିତି ? ଉଭୟ ମନ୍ତ୍ରୀଙ୍କ ଉପରେ ମୋଦି ଖୁସ ତ ? ସରକାରର ପ୍ରଥମ ଟର୍ମରେ ଉଜ୍ଜଳାକୁ ସମଗ୍ର ଦେଶରେ ବେଶ ଲୋକପ୍ରିୟ କରିପାରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଭଳି ବି ଚର୍ଚ୍ଚା ହୁଏ, କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ପ୍ରକୃତରେ କେତେ ପାୱାର, ତାହା ଧର୍ମେନ୍ଦ୍ର ପ୍ରଧାନ ଦେଖେଇ ଦେଇଥିଲେ । ଦ୍ୱିତୀୟ ଟର୍ମରେ ମଧ୍ୟ ଧର୍ମେନ୍ଦ୍ର ନିଜ କାମରେ ଲାଗିପଡିଛନ୍ତି ।

fallback

ସେହିପରି ଏଇ କେଇ ଦିନ ଭିତରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବେଶ ଲୋକପ୍ରିୟ ହୋଇପାରିଛନ୍ତି । ସଂସଦରେ ତାଙ୍କ ଚମତ୍କାରୀ ଭାଷଣ ହେଉ ଅବା ନିରାଡମ୍ବର ଜୀବନ ଶୈଳୀ, ସଭିଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିଛନ୍ତି ପ୍ରତାପ । ଏମଏସଏମଇ, ମତ୍ସ, ଦୁଗ୍ଧ ବିଭାଗ ଦାୟିତ୍ୱରେ ଅଛନ୍ତି ସେ । କେବଳ ଓଡିଶାରେ ନୁହେଁ, ସମଗ୍ର ଦେଶରେ ନିଜର ଜୀବନଶୈଳୀକୁ ନେଇ ପ୍ରତାପ ବେଶ ଚର୍ଚ୍ଚିତ । ତେଣୁ ଓଡିଶାର ଉଭୟ ମନ୍ତ୍ରୀଙ୍କୁ ନେଇ ମୋଦି ନାଖୁସ ନହୋଇପାରନ୍ତି । ହୋଇପାରେ, ଓଡିଶାକୁ ଆଉ ଏକ ମନ୍ତ୍ରୀପଦ ଦେବାକୁ ଚିନ୍ତା କରିପାରନ୍ତି ପ୍ରଧାନମନ୍ତ୍ରୀ । ସେମିତିରେ ବି ଓଡିଶା ଉପରେ ବିଜେପି ସ୍ୱତନ୍ତ୍ର ନଜର ରଖିଛି . 

ଆହୁରି ପଢନ୍ତୁ; ପିଏମ କିଷାନ ଓ କାଳିଆ ମିଶ୍ରଣ ପରେ ଏବେ ମିଶିବ ପିଏମ ଆବାସ ଏବଂ ବିଜୁ ପକ୍କାଘର ଯୋଜନା !