FCI Privatization: ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
Advertisement

FCI Privatization: ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଏଫସିଆଇ ଭଳି ସଂସ୍ଥାକୁ କେନ୍ଦ୍ର ସରକାର ଘରୋଇକରଣ କରିବାକୁ ଚକ୍ରାନ୍ତ କରୁଛନ୍ତି।

FCI Privatization: ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଝାରସୁଗୁଡା: ତିନୋଟି କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର କରିବା ସହ ଭାରତୀୟ ଖାଦ୍ୟ ନିଗମର ଘରୋଇକରଣ ବିରୁଦ୍ଧରେ ଧାରଣା ଦେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା। ଏହି କ୍ରମରେ ଝାରସୁଗୁଡ଼ାସ୍ଥିତ ଏଫସିଆଇ କାର୍ଯ୍ୟାଳୟ ସମ୍ମୁଖରେ ସକାଳ ୯ଟାରୁ ମଧ୍ୟାନ୍ନ ୧୨ଟା ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଧାରଣା ଦିଆଯାଇଛି। ଯାହାକୁ ବିଭିନ୍ନ ସଙ୍ଗଠନ ସମର୍ଥନ ଜଣାଇଛନ୍ତି।

ଭାରତୀୟ ଖାଦ୍ୟ ନିଗମ-ଏଫସିଆଇ (Food Corporation of India-FCI) ଭଳି ସଂସ୍ଥାକୁ କେନ୍ଦ୍ର ସରକାର ଘରୋଇକରଣ କରିବାକୁ ଚକ୍ରାନ୍ତ କରୁଛନ୍ତି। ଏହାର ପ୍ରତି ଝାରସୁଗୁଡ଼ା ଜିଲ୍ଲା ଏଫସିଆଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲା ସଂଯୁକ୍ତ କିଷାନ ମୋର୍ଚ୍ଚା (Samyukt Kisan Morcha)। ଏଫସିଆଇ ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟକୁ କିଣି ଏହାକୁ ମହଜୁଦ ରଖିଥାଏ। ଦେଶର ଆବଶ୍ୟକ ସମୟରେ ଖାଦ୍ୟଶସ୍ୟ ଯୋଗାଇଥାଏ ଏହି କେନ୍ଦ୍ରୀୟ ସଂସ୍ଥା।

Also Read: ଚକାଜାମକୁ ନେଇ ଟାର୍ଗେଟ କଲା ବିଜେପି

 

ଏହାକୁ ବିକ୍ରି କରିବାର ପ୍ରୟାସ ଦେଶର କୃଷଙ୍କ ପାଇଁ ଏକ ବଡ଼ ବିପଦ ଆଣିଦେବ ବୋଲି ଅଭିଯୋଗ ହୋଇଛି। ଯାହାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି କୃଷକ। ଆଗାମୀ ଦିନରେ ଯଦି କେନ୍ଦ୍ର ସରକାର ଏଫସିଆଇ ଘରୋଇକରଣ (FCI Privatization) ନିଷ୍ପତ୍ତିକୁ ପ୍ରତ୍ୟାହାର କରନ୍ତି ନାହିଁ ତାହେଲେ ଦେଶବ୍ୟାପୀ ଜୋରଦାର ଆନ୍ଦୋଳନ କରାଯିବ ବୋଲି କୃଷକ ସଙ୍ଗଠନ (Farmer Union) ପକ୍ଷରୁ ଚେତାବନୀ ଦିଆଯାଇଛି।