କେମିତି ଥିଲା ୨୦୧୯ ମସିହାର ସବୁଠୁ ବଡ ଆକ୍ରମଣ ? ଜାଣନ୍ତୁ
Advertisement
Article Detail0/zeeodisha/odisha610748

କେମିତି ଥିଲା ୨୦୧୯ ମସିହାର ସବୁଠୁ ବଡ ଆକ୍ରମଣ ? ଜାଣନ୍ତୁ

୨୦୧୯ରେ ଭାରତରେ ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ଥିଲା ପୁଲୱାମାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ । ପ୍ରେମ ଦିବସରେ ରକ୍ତରେ ହୋଲି ଖେଳିଥିଲେ ଆତଙ୍କୀ ।

ଫାଇଲ ଫଟୋ

ପ୍ରଦ୍ୟୁମ୍ନ କୁମାର ମାଝୀ, ନୂଆଦିଲ୍ଲୀ: ୨୦୧୯ରେ ଭାରତରେ ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ଥିଲା ପୁଲୱାମାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ । ପ୍ରେମ ଦିବସରେ ରକ୍ତରେ ହୋଲି ଖେଳିଥିଲେ ଆତଙ୍କୀ । ଫେବ୍ରୁଆରୀ ୧୪ ତାରିଖ, ଗୁରୁବାର । ସକାଳ ସମୟରେ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥର ପୁଲୱାମାରେ ୨୫ଶହ ସିଆରପିଏଫ ଯବାନଙ୍କୁ ନେଇ ଯାଉଥିବା ୭ଟି ଗାଡିକୁ ଟାର୍ଗେଟ କରିଥିଲେ । ବିସ୍ଫୋରଣରେ ୪୨ ଯବାନ ସହିଦ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । 

କେମିତି ହୋଇଥିଲା ଆକ୍ରମଣ ?

୭ଟି ଗାଡିରେ ସିଆରପିଏଫର ୨୫ଶହ ଯବାନ ଜାମ୍ମୁ ଟ୍ରେନିଂ କ୍ୟାମ୍ପରୁ ଶ୍ରୀନଗର ଫେରୁଥିଲେ ।   ଏତିକି ବେଳେ ପ୍ରାୟ ୬୦ କିଲୋଗ୍ରାମ ବିସ୍ଫୋରକ ଭରା ଏକ କାର ଯବାନଙ୍କ ଗାଡ଼ିକୁ ଧକ୍କା ଦେଇଥିଲା । ଘଟଣା ପାଖାପାଖି ଭୋର ୩ଟା ବେଳେ ଘଟିଥିଲା । କାର ଏକ ଆତ୍ମଘାତୀ ଆତଙ୍କବାଦୀ ଚଳାଉଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଯବାନଙ୍କ ୨ ଗାଡି ଖଣ୍ଡ ଖଣ୍ଡ ହୋଇ ଉଡ଼ି ଯାଇଥିଲା । ଛିନ ଛତ୍ର ହୋଇ ପଡିଥିଲା ଯବାନଙ୍କ ମୃତଦେହ । ବିସ୍ଫୋରଣର ଶବ୍ଦ ପ୍ରାୟ ୧୦ କିଲୋମିଟର ଯାଏ ଶୁଣା ଯାଇଥିଲା  । କେବଳ କାଶ୍ମୀର କାହିଁକି, ସାରା ଦେଶରେ ୨୦୧୯ର ଏହା ସବୁଠାରୁ ଭୟଙ୍କର ବିସ୍ଫୋରଣ ଥିଲା । କାଶ୍ମୀରରେ ୧୯୮୯ ମସିହା ପରେ ଆତଙ୍କବାଦୀ ଆକ୍ରମଣ ଆରମ୍ଭ ହୋଇଥିଲା । ସେଦିନଠାରୁ ଏହା ସବୁଠାରୁ ବଡ ଆତଙ୍କୀ ଆକ୍ରମଣ ଥିଲା ।  ଏହି ଆକ୍ରମଣ ପରେ ସାରା ଭାରତରେ ଶୋକର ଛାୟା ଖେଳି ଯାଇଥିଲା ।  ଆକ୍ରମଣକୁ ସାରା ବିଶ୍ୱରେ ନିନ୍ଦା କରାଯାଇଥିଲା ।

fallback

ଓଡିଶାର ୩ ଯବାନ ସହିଦ ହୋଇଥିଲେ

ପୁଲୱାମାରେ ଆତ୍ମଘାତୀ ବିସ୍ଫୋରଣ ସହିଦ ହୋଇଥିବା ୪୨ ଯବାନଙ୍କ ମଧ୍ୟରୁ ୨ ଜଣ ଥିଲେ ଓଡ଼ିଆ ପୁଅ । ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୨ ଓଡ଼ିଆ ସିଆରପିଏଫ୍ ଯବାନ ହେଲେ ଜଗତସିଂହପୁରର ଜିଲ୍ଲା ନାଉଗାଁ ଅଞ୍ଚଳର ପ୍ରସନ୍ନ କୁମାର ସାହୁ ଏବଂ ନିଆଳିର ମନୋଜ କୁମାର ବେହେରା ।  

fallback

କିଏ କରିଥି୍ଲା ଆକ୍ରମଣ ?

ପୁଲୱାମା ବିସ୍ଫୋରଣ ପାଇଁ ପାକିସ୍ତାନର ଜୈସ-ଏ-ମହମ୍ମଦ ଆତଙ୍କବାଦ ସଙ୍ଗଠନ ନିଜକୁ ଦାୟୀ କରିଥିଲା । ପାକିସ୍ତାନ ଆତଙ୍କବାଦୀକୁ ସହଯୋଗ ବନ୍ଦ କରିବା ପାଇଁ ଭାରତ ଦାବି କରିଥିଲା । ଘଟଣାକୁ ନେଇ ସମସ୍ତ ଅଭିଯୋଗ ଖାରଜ କରିଦେଇଥିଲା ଗାଲୁଆ ପାକିସ୍ତାନ ।

ପ୍ରତିଶୋଧ ନେଇଥିଲା ଭାରତୀୟ ସେନା

ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଥିଲା ଭାରତୀୟ ବାୟୁ ସେନା । ବାୟୁ ସେନାର ୧୨ଟି ମିରାଜ୍ ଯୁଦ୍ଧ ବିମାନ ସହିତ କିଛି ସୁଖୋଇ ବିମାନ ନିୟନ୍ତ୍ରଣ ରେଖା ଅତିକ୍ରମ କରି ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦ ସଙ୍ଗଠନ ଜୈସ୍-ଇ-ମହମ୍ମଦ (ଜେଇଏମ୍)ର ଶିବିରକୁ ଧ୍ୱଂସବିଧ୍ୱସ୍ତ କରିଦେଇଥିଲା । ମାତ୍ର ୧୯ ମିନିଟର ଆକ୍ରମଣରେ ବାଲାକୋଟ୍, ମୁଜାଫରବାଦ୍ ଓ ଚକୋଠିରେ ଥିବା ଆତଙ୍କବାଦୀ ଶିବିର ଧ୍ୱଂସ କରିଦେଇଥିଲେ ଭାରତୀୟ ଯବାନ । ୩ ଶହରୁ ଅଧିକ ଆତଙ୍କବାଦୀଙ୍କ ଏଥିରେ ନିପାତ ହୋଇଥିବା ଭାରତ ସରକାର ଦାବି କରିଥିଲେ। 

ନିପାତ ହୋଇଥିଲା ମାସୁଦର ଶଳା

ଏହି ଆକ୍ରମଣରେ ଜେଇଏମ୍ ମୁଖ୍ୟ ମାସୁଦ୍ ଆଝାର ଶଳା ୟୁସୁଫ୍ ଆଝାର ମଧ୍ୟ ନିହତ ହୋଇଥିଲା । ବାୟୁସେନାର ଏହି ପଦକ୍ଷେପକୁ ସବୁ ରାଜନୈତିକ ଦଳ ସମେତ ଦେଶବାସୀ ପ୍ରଶଂସା କରିଥିଲେ । ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରକ୍ଷା ସଂକ୍ରାନ୍ତୀୟ କ୍ୟାବିନେଟ୍ ବୈଠକ ଡାକି ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । 

ପାକିସ୍ତାନ ସଂସଦରେ ଇମ୍ରାନ ବିରୋଧୀ ନାରା

ପାକିସ୍ତାନ ମଧ୍ୟ ଭାରତର ଏହି ଆକ୍ରମଣକୁ ସ୍ୱୀକାର କରିଥିଲା । ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନାରାବାଜି ଦେଖିବାକୁ ମିଳିଥିଲା । ୧୯୭୧ ପରେ ପ୍ରଥମ ଥର ଲାଗି ଭାରତୀୟ ବାୟୁସେନା ନିୟନ୍ତ୍ରଣ ରେଖା ଅତିକ୍ରମ କରିଥିଲା। ପୁଲୱାମା ଆତ୍ମଘାତୀ ଆକ୍ରମଣର ଠିକ୍‌ ୧୨ଦିନ ପରେ ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରିବାକୁ ମୋଦି ସରକାରଙ୍କ ଥିଲା ଦୃଢ଼ ନିଷ୍ପତ୍ତି। ଏହି ଅପରେସନକୁ ସମ୍ପୂର୍ଣ୍ଣ ଗୁପ୍ତ ରଖାଯାଇଥିଲା।

କେମିତି ବଦଲା ନେଇଥିଲା ଭାରତ ?

୨୦୧୯ ମସିହା ଫେବୃଆରୀ ୨୬ ତାରିଖ, ମଙ୍ଗଳବାର । ଭୋର୍ ୩ଟା ୩୦ ମିନିଟରେ ୧୨ଟି ମିରାଜ ୨୦୦୦ ଜେଟ୍ ନିୟନ୍ତ୍ରଣ ରେଖା ଅତିକ୍ରମ କରି ପିଓକେର ବାଲାକୋରଟରେ ପ୍ରବେଶ କରିଥିଲା । ଲେଜର ସାହାଯ୍ୟରେ ଆତଙ୍କବାଦୀ ଶିବିରଗୁଡିକୁ ଟାର୍ଗେଟ୍ କରାଯାଇ ୧ ହଜାର କେଜିର ବୋମା ବର୍ଷା କରାଯାଇଥିଲା ।  ୧୯୯୯ କାରଗିଲ ଯୁଦ୍ଧ ସମୟରେ ମଧ୍ୟ ଭାରତୀୟ ବାୟୁସେନା ଏଲ୍ଓସି ଅତିକ୍ରମ କରିନଥିଲା । ଗୁଇନ୍ଦା ସୂତ୍ରରୁ  ମିଳିଥିବା ସୂଚନା ଅନୁସାରେ ଜେଇଏମ୍ ଭାରତର ବିଭିନ୍ନ ପ୍ରାନ୍ତରେ ଆତ୍ମଘାତୀ ବୋମାଧାରୀଙ୍କ ଦ୍ୱାରା ବିସ୍ଫୋରଣ କରିବା ପାଇଁ ଯୋଜନା କରୁଥିଲା ।  ସେମାନଙ୍କୁ ପିଓକେରେ ତାଲିମ ଦିଆଯାଉଥିଲା । ତେଣୁ ଟାର୍ଗେଟରେ ବୋମା ବର୍ଷା କରି ବାୟୁସେନାର ପାଇଲଟମାନେ ସୁରକ୍ଷିତ ଫେରିଆସିଥିଲେ । 

ଭାରତୀୟ ବାୟୁସେନାକୁ ଅଟକାଇବାକୁ ଚେଷ୍ଟା କରିଥିଲା ପାକ୍

ପାକିସ୍ତାନ ଏଫ୍-୧୬ ଦ୍ୱାରା ଭାରତୀୟ ବାୟୁସେନା ବିମାନକୁ ଅଟକାଇବା ଲାଗି ଯେଉଁ ଚେଷ୍ଟା କରିଥିଲା । ସେଥିରେ ସେ ସଫଳ ହୋଇନଥିଲା । ଭୋର୍ ୩ଟା ୪୫ରୁ ୩ଟା ୫୩ ମଧ୍ୟରେ ବାଲାକୋଟରେ ଆକ୍ରମଣ, ମୁଜାଫରବାଦରେ  ୩ଟା ୪୮ ମିନିଟରୁ  ୫୫ ମିନିଟ୍ ପର୍ଯ୍ୟନ୍ତ ଓ ଚକୋଟିରେ ୩ଟା ୫୮ରୁ ୪ଟା ୪ମିନିଟ୍ ପର୍ଯ୍ୟନ୍ତ ଆକ୍ରମଣ କରାଯାଇଥିଲା । ବାଲାକୋଟ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ସେହି ସମୟର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡାଭୋଲଙ୍କୁ ନେଇ  ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା ।  ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବାୟୁସେନା ଆକ୍ରମଣ ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିଲେ ।

ବାଉଳି ହୋଇଥିଲା ପାକିସ୍ତାନ

ବାଲାକୋର୍ଟ ଆକ୍ରମଣକୁ ସହଜରେ ଗ୍ରହଣ କରିପରୁନଥିଲା ପକିସ୍ତାନ । ଏହାର ପରେ ଭାରତୀୟ ସୀମାରେ ପାକିସ୍ତାନର ଗୁଳି ମୋର୍ଟାର ମାଡ଼ ବଢ଼ିଯାଇଥିଲା । ଯାହାର ତୁରନ୍ତ ଯବାବ ଦେଉଥିଲେ ଭାରତୀୟ ଯବାନ । ସେହିପରି ପାକିସ୍ତାନ ଭାରତୀୟ ସୀମାରେ ତାର ଲଢୁଆ ଯୁଦ୍ଧ ଟାଙ୍କ ମୁତୟନ କରିଥିଲା ।  

ପରାକ୍ରମ ଦେଖାଇଥିଲେ ଅଭିନନ୍ଦନ

ଏହି ସମୟରେ ଆଉ ଏକ ବଡ଼ ଖବର ସାମନାକୁ ଆସିଥିଲା । ଭାରତୀୟ ସୀମାକୁ ସେହି ସମୟରେ ପଶି ଆସିଥିବା ପାକିସ୍ତାନର ଆମେରିକା ନିର୍ମିତ F-16 ବିମାନକୁ ଭାରତୀୟ ସୀମା ପାର କରିବାକୁ ମିଗ୍-୨୧ ଯୁଦ୍ଧ ବିମାନରେ ଉଡ଼ାଣ ଭରିଥିଲେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ସେ ଫେବ୍ରୁଆରୀ ୨୭ ତାରିଖରେ F-16କୁ ଡଗ୍ ଫାଇଟରେ ମିଗ୍-୨୧ ସାହାଯ୍ୟରେ ପାକିସ୍ତାନ ସୀମାରେ ଖସାଇ ଦେଇଥିଲେ ।  ଏଥିରେ ଅଭିନନ୍ଦନଙ୍କ ମିଗ୍-୨୧ ବିମାନ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।  ତେବେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ପାରାଚ୍ୟୁଟରେ ପାକିସ୍ତାନ ସୀମାରେ ଅବତରଣ କରିଥିଲେ । ଫେବୃଆରୀ ୨୭ ତାରିଖରେ ଭାରତର ଗୋଟିଏ ‘ମିଗ୍‌-୨୧’ଯୁଦ୍ଧ ବିମାନ ଧ୍ୱଂସ ହୋଇଥିବା ଭାରତ ସ୍ୱୀକାର କରିଥିଲେ ମଧ୍ୟ ପାକିସ୍ତାନ ୨ଟି ‘ମିଗ୍‌-୨୧’ ବିମାନ ଧ୍ୱଂସ କରିଥିବା ଦାବି କରିଥିଲା । ପାକିସ୍ତାନର ଯୁଦ୍ଧବିମାନ ‘ଏଫ-୧୬’କୁ ଆମ ପାଇଲଟ ବୀର ଅଭିନନ୍ଦନ ‘ଆର୍‌-୭୩-କ୍ଷେପଣାସ୍ତ୍ର (ମିଶାଇଲ)’ ଦ୍ୱାରା ଖସାଇ ଦେଇଥିଲେ । ପାକିସ୍ତାନୀ ପାଇଲଟ ସାହଜାଜ୍‌ ଉକ୍ତ ବିମାନରୁ ପାରାଚ୍ୟୁଟ ଦ୍ୱାରା ଅବତରଣ କରିଥିଲେ । ହେଲେ ପାକିସ୍ତାନୀଙ୍କ ଜଘନ୍ୟ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ପାକିସ୍ତାନ ‘ଏଫ-୧୬’ଲଢ଼ୁଆ ବିମାନ ଧ୍ୱଂସ ଏବଂ ପାଇଲଟ ସାହାଜାଜ୍‌ଙ୍କ ମୃତ୍ୟୁ ହେବା ଘଟଣାକୁ ସ୍ୱୀକାର କରିନଥିଲା । 

ପାକିସ୍ତାନୀଙ୍କୁ ଦେଶପ୍ରେମ ଦେଖେଇ ଦେଇଥିଲେ ଅଭିନନ୍ଦନ

ଦେଶପ୍ରେମ କାହାକୁ କୁହାଯାଏ ? ଭାରତୀୟ ଯବାନ ଦେଶ ପାଇଁ କଣ କରିପାରେ । ଆମ ପାଇଲଟ ବୀର ଅଭିନନ୍ଦନ ଏହା ଦେଖେଇ ଦେଇଥିଲେ । ପାକିସ୍ତାନ ସେନା ହାତରେ ଧରା ପଡ଼ିଥିଲେ ଅଭିନନ୍ଦନ । ନିର୍ଭିକତାର ସହ ୨ଦିନ ପାକିସ୍ତାନ ସେନାର ପ୍ରଶ୍ନର ସାମନା କରିଥିଲେ ।  ଦେଶର ଗୋପନୀୟତାକୁ ବଜାୟ ରଖି ଦେଶ ଭକ୍ତିର ପରିଚୟ ଦେଇଥିଲେ ସେ ।  ଫେବ୍ରୁଆରୀ ୨୮ ତାରିଖରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅଭିନନ୍ଦନଙ୍କୁ ପ୍ରତ୍ୟାର୍ପଣ ପାଇଁ ଘୋଷଣା କରିଥିଲେ । ମାର୍ଚ୍ଚ ୧ ତାରିଖରେ ସ୍ୱଦେଶ ଫେରିଥିଲେ ଅଭିନନ୍ଦନ । 

fallback

ପାକିସ୍ତାନ ସେନା ମ୍ୟୁଜିୟମରେ ଅଭିନନ୍ଦନ

ଅଭିନନ୍ଦନଙ୍କ ଦେଶପ୍ରେମ ପାକିସ୍ତାନୀଙ୍କୁ ବି ଆକର୍ଷିତ କରିଥିଲା । ବାଃ ବାଃ ରେ ଅଭିନନ୍ଦନ । ପାକିସ୍ତାନ ସେନାର ମ୍ୟୁଜିୟମରେ ଅଭିନନ୍ଦନଙ୍କ ପ୍ରତିମୂର୍ତ୍ତି । ପାକିସ୍ତାନରେ ସୀମାରେ ପଶିବା ବେଳେ ଅଭିନନ୍ଦନ ପିନ୍ଧିଥିବା ପୋଷାକ, ଅନ୍ୟ ଜିନିଷ ସବୁ ଏବେ ପାକ୍ ମ୍ୟୁଜିୟମରେ । ପୁଲୱାମା ଆକ୍ରମଣରେ ଭାରତ ବହୁ ଯବାନଙ୍କୁ ହରାଇଛି ସତ, ହେଲେ ବାଲାକୋଟ ଆକ୍ରମଣ କରି ପାକିସ୍ତାନକୁ ସବକ ବି ଶିଖାଇ ଦେଇଛି ।  

ଆହୁରି ପଢନ୍ତୁ; ଠିକ୍ ଆଜିକୁ ୭ ବର୍ଷ ତଳେ...ନିର୍ଭୟା