ସିଏଏ ହିଂସାରେ ବରବାଦ ରେଳବାଇ !
Advertisement
Article Detail0/zeeodisha/odisha613351

ସିଏଏ ହିଂସାରେ ବରବାଦ ରେଳବାଇ !

ଏନେଇ ରେଳ ବିଭାଗ ସୂଚନା ଦେଇଛି ।

ସିଏଏ ହିଂସାରେ ବରବାଦ ରେଳବାଇ !

ନୂଆଦିଲ୍ଲୀ: ସିଏଏ ଆଇନକୁ ବିରୋଧ ହିଂସାରେ ଭାରତୀୟ ରେଳର ପ୍ରାୟ 88 କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଏନେଇ ରେଳ ବିଭାଗ ସୂଚନା ଦେଇଛି । ଏହା ସହିତ ବିଭାଗ ଦେଶର ବିଭିନ୍ନ ଥାନରେ ପ୍ରାୟ 85ଟି ମାମଲା ରୁଜୁ କରିଥିବା ଜଣାପଡ଼ିଛି ।  

ନଷ୍ଟ ହୋଇଥିବା ସମ୍ପତ୍ତି ସମ୍ପର୍କରେ ସୂଚନା ଦେଇଛି ବିଭାଗ । ସର୍ବାଧିକ କ୍ଷତି ପୂର୍ବାଞ୍ଚଳ ଜୋନରେ ହୋଇଥିବା ଦର୍ଶାଇଛି ବିଭାଗ । ଏକ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପୂର୍ବାଞ୍ଚଳ ଜୋନରେ ପ୍ରାୟ 72 କୋଟି ଟଙ୍କା କ୍ଷତି ହୋଇଥିବା ଜଣାପଡ଼ିଛି । ସେହିଭଳି ଦକ୍ଷିଣ ପୂର୍ବ ରେଳବାଇରେ 13 କୋଟି ଟଙ୍କା କ୍ଷତି ହୋଇଛି ।  ସେହିଭଳି ପୂର୍ବୋତ୍ତର ସୀମାନ୍ତ ରେଳବାଇରେ ପ୍ରାୟ 3 କୋଟି ଟଙ୍କା କ୍ଷତି ହୋଉଥିବା ନେଇ ବିଭାଗ ସୂଚନା ଦେଇଛି । 

ସେହିଭଳି ଏକ ରିପୋର୍ଟ ଅନୁଯାଯୀ ରେଳବାଇ ଏହି ମାମଲାରେ ପ୍ରାୟ 85ଟି ମାମଲା ରୁଜୁ କରିଛି । ଏହି ଅଭିଯୋଗରେ ହିଂସାରେ ଗୁରୁତର ହୋଇଥିବା ରେଳବାଇ କର୍ମଚାରୀଙ୍କ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛି । 

ସୂଚନାଯୋଗ୍ୟ ସିଏଏ ଆଇନ ଅନୁଯାୟୀ 2014 31 ଡିସେମ୍ବର ସୁଦ୍ଧା ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ, ସିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଇସାଇ ସମୁଦାୟ, ଯେଉଁମାନେ ସେମାନଙ୍କ ଦେଶରେ ଜାତିଗତ ନିର୍ଯାତନା ସହିଆସୁଥିଲେ ସେମାନଙ୍କୁ ଭାରତୀୟ ନାଗରିକତା ମିଳିବ । ଏହି ବିଲକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି । 

ଶୁକ୍ରବାର ଦିଲ୍ଲୀରୁ ମୁମ୍ବାଇ, ବାରଣାସୀ, ମାଙ୍ଗାଲୁରୁ ଭଳି ବଡ଼ ବଡ଼ ସହରରେ ବ୍ୟାପକ ଭାବେ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ହିଂସାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ଉତ୍ତରପ୍ରଦେଶରେ ସର୍ବାଧିକ ରହିଛି । ଶନିବାର ସକାଳ ସୁଦ୍ଧା ଏହି ହିଂସାକାଣ୍ଡରେ ପ୍ରାୟ 10 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।  ସେହିପରି ଆସାମରେ ମଧ୍ୟ 5 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । 

ତେବେ ଉତ୍ତରପ୍ରଦେଶରେ ହିଂସା ଉଗ୍ର ରୂପ ନେବା କାରଣରୁ ବିଭିନ୍ନ ସ୍ଥାନରେ 144 ଧାରା ଲାଗୁ କରାଯିବା ସହିତ ସୁରକ୍ଷାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବାକୁ ମଧ୍ୟ ବାତିଲ କରିଦିଆଯାଇଛି । ଏହା ସହିତ ହଜାରେରୁ ଅଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।