କାଶ୍ମୀରରେ ଅଶାନ୍ତି ସୃଷ୍ଟି କଲେ ଜେଲରେ ପୁରାଇବୁ: ରାମ ମାଧବ
Advertisement
Article Detail0/zeeodisha/odisha587291

କାଶ୍ମୀରରେ ଅଶାନ୍ତି ସୃଷ୍ଟି କଲେ ଜେଲରେ ପୁରାଇବୁ: ରାମ ମାଧବ

ରାମ ମାଧବ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଟାର୍ଗେଟ କରି କହିଥିଲେ, ନିଜ ଦେଶକୁ କିପରି ଶାସନ କରାଯାଏ ତାହା ଜଣାନାହିଁ । ମାତ୍ର କାଶ୍ମୀର ପ୍ରସଙ୍ଗରେ ବଡବଡ କଥା କହୁଛନ୍ତି ଇମରାନ ।

ram madhav on kashmir issue

ଶ୍ରୀନଗର: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏବେ ଏହା ଶାନ୍ତି ଓ ବିକାଶ ଆଡକୁ ଅଗ୍ରସର ହେଉଛି । ଆଗକୁ ବଢୁଛି ଜମ୍ମୁ କାଶ୍ମୀର । ଯିଏ ଏଥିରେ ବାଧା ସୃଷ୍ଟି କରିବ, ତା ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବ । ରବିବାର ଶ୍ରୀନଗରରେ ଏଭଳି କିଛି ବୟାନ ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ମହାସଚିବ ରାମ ମାଧବ । ଏହା ସହ 'କାଶ୍ମୀର ଆମର'ର ପ୍ରକୃତ ଅର୍ଥ କାଶ୍ମୀର ଲୋକଙ୍କୁ ବୁଝାଇଛନ୍ତି ରାମ ମାଧବ ।  

ସେ କହିଛନ୍ତି, ଆଜି ପର୍ଯ୍ୟନ୍ତ କାଶ୍ମୀରରେ କିଛି ପରିବାର କିମ୍ବା କିଛି ନେତାଙ୍କ ପାଇଁ କାମ କରାଯାଉଥିଲା । ମାତ୍ର ଏବେ ଯାହା ହେଉଛି, ତାହା କାଶ୍ମୀରର ଲକ୍ଷ ଲକ୍ଷ ପରିବାରଙ୍କ ପାଇଁ । କାଶ୍ମୀରର ସାଧାରଣ ଜନତାଙ୍କ ପାଇଁ କାମ କରାଯାଉଛି । ଜମ୍ମୁ କାଶ୍ମୀର ପାଇଁ ଏବେ ମାତ୍ର ଦୁଇଟି ରାସ୍ତା । ଗୋଟିଏ ଶାନ୍ତି ଏବଂ ଅନ୍ୟଟି ବିକାଶ । ଆଉ ଯଦି କେହି ଏଥିରେ ବାଧାସୃଷ୍ଟି କରେ, ତାକୁ ଜେଲରେ ପୁରାଇ ଦିଆଯିବ । ସେଭଳି ଲୋକଙ୍କ ପାଇଁ ଭାରତରେ ବହୁ ଜେଲ ରହିଛି ବୋଲି କହିଛନ୍ତି ରାମ ମାଧବ ।  

ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଘାଟିକୁ ଆସିଥିବା ରାମ ମାଧବ କହିଥିଲେ, ଯଦି ଶାନ୍ତି ଓ ବିକାଶ ପାଇଁ ୨ଶହରୁ ୩ଶହ ଲୋକଙ୍କୁ ଜେଲରେ ରଖିବାକୁ ପଡେ, ତେବେ ଏଥିପାଇଁ ଆମେ ପ୍ରସ୍ତୁତ ଅଛୁ । ସେ ଆହୁରି ମଧ୍ୟ କହିଥିଲେ, ଆପଣମାନେ ଶାନ୍ତି ଭଙ୍ଗ ନକରି ମଧ୍ୟ ରାଜନୀତି କରିପାରିବେ । ଜେଲ ଭିତରେ ଥାଇ କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା କାଶ୍ମୀର ନେତାଙ୍କୁ ମଧ୍ୟ କଡା ସମାଲୋଚନା କରିଥିଲେ ରାମ ମାଧବ ।

ଏଠି କିଛି ନେତା ରାଜନୈତିକ ଉଦ୍ଦେଶ୍ୟ ହାସଲ ପାଇଁ ସାଧାରଣ ଜନତାଙ୍କୁ ବ୍ୟବହାର କରୁଥିଲେ । ମାତ୍ର ଏବେ ଆମେ ଏପ୍ରକାର ରାଜନୀତି କରିବାକୁ ପ୍ରଶ୍ରୟ ଦେବୁନାହିଁ । ଆମେ ବିକାଶର ରାଜନୀତି ଚାହୁଁ । ଯେଉଁ ରାଜନୀତିରେ ଭ୍ରଷ୍ଟାଚାର ନଥିବ, ଆମ ସେହିପ୍ରକାର ରାଜନୀତି ଚାହୁଁ ବୋଲି ରାମ ବିଳାସ କହିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି, ଗମନାଗମନ ପ୍ରତ୍ୟେକ କ୍ଷେତ୍ରରେ ଗୁରୁତ୍ୱ ଦିଆଯିବ । କାଶ୍ମୀରର ଯୁବକଙ୍କୁ ଚାକିରି ମିଳିବ ବୋଲି କହିଥିଲେ ବିଜେପି ରାଷ୍ଟ୍ରୀୟ ମହାସଚିବ । 

ରାମ ମାଧବ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଟାର୍ଗେଟ କରି କହିଥିଲେ, ନିଜ ଦେଶକୁ କିପରି ଶାସନ କରାଯାଏ ତାହା ଜଣାନାହିଁ । ମାତ୍ର କାଶ୍ମୀର ପ୍ରସଙ୍ଗରେ ବଡବଡ କଥା କହୁଛନ୍ତି ଇମରାନ । ଦିନକୁ ଥରେ କିମ୍ବା ଦୁଇଥର କାଶ୍ମୀର ପ୍ରସଙ୍ଗ ଉଠାଉଛନ୍ତି ପାକ୍ ପ୍ରଧାନମନ୍ତ୍ରୀ । ସୀମାପାର କିମ୍ବା ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଯିଏ କେହି ବି ପ୍ରୟାସ କରୁନା କାହିଁକି, ଆମ ସୁରକ୍ଷାବଳ ତାର କଡା ଜବାବ ଦେବେ ।  

ବିଜେପି ରାଷ୍ଟ୍ରୀୟ ମହାସଚିବ ଆହୁରି ମଧ୍ୟ କହିଥିଲେ, ଦେଶର ଲୋକ କାଶ୍ମୀରୀଙ୍କୁ କୋଳେଇବା ପାଇଁ ପ୍ରସ୍ତୁତ ଅଛନ୍ତି । ସମସ୍ତେ ଶାନ୍ତି ଚାହାଁନ୍ତି । ମୁଁ ଯୁଆଡେ ବି ଯାଉଛି, ଗୋଟିଏ କଥା କହୁଛି । କାଶ୍ମୀର ପାଇଁ ଯାହା କିଛି କରିବାର ଥିଲା, ତାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ହେଉଛି । ଏବେ ପୁରା ଭାରତର ଲୋକେ କାଶ୍ମୀରୀଙ୍କୁ କୋଳେଇବାକୁ ହେବ । କାଶ୍ମୀର ଆମର, ଏହା ସବୁବେଳେ ବିଜେପି କହୁଥିଲା । ଏହାର ମାନେ ନୁହେଁ, କେବଳ କାଶ୍ମୀରର ଜମି ଆମର । କାଶ୍ମୀରର ପ୍ରତ୍ୟେକ ବ୍ୟକ୍ତି ବିଶେଷ ମଧ୍ୟ ଆମର । ପୁରା ଭାରତ ଏହି ଭରଷା ଦେବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ରାମ ମାଧବ । 

ଯେବେ ଶାନ୍ତି ହେବ, ପର୍ଯ୍ୟଟନ ବଢିବ । ମୁଁ ସବୁବେଳ ଲୋକଙ୍କୁ କୁହେ, ଯଦି ଆପଣଙ୍କୁ ଛୁଟି କାଟିବାର ଅଛି, ତେବେ କାଶ୍ମୀର ଯାଆନ୍ତୁ । ସମଗ୍ର ଦେଶ କାଶ୍ମୀରକୁ କୋଳେଇବା ପାଇଁ ପ୍ରସ୍ତୁତ ରହିଛି । ଜମ୍ମୁ କାଶ୍ମୀର ଲୋକଙ୍କୁ କେବଳ ସ୍ୱାଗତ କରିବାର ଅଛି । ଜମ୍ମୁ କାଶ୍ମୀରରେ ଶାନ୍ତି ବଜାଏ ରହିଲେ, ବହୁତ ବିକାଶ ହେବ ବୋଲି କହିଥିଲେ ରାମ ମାଧବ ।