ଦିନକ ପୂର୍ବରୁ ହେମନ୍ତଙ୍କୁ ଆଶୀର୍ବଦ କରିଥିଲେ 'ଦିଦି'
Advertisement
Article Detail0/zeeodisha/odisha616983

ଦିନକ ପୂର୍ବରୁ ହେମନ୍ତଙ୍କୁ ଆଶୀର୍ବଦ କରିଥିଲେ 'ଦିଦି'

ପାଦ ଛୁଇଁଥିଲେ ହେମନ୍ତ, ଉପହାର ଦେଇଥିଲେ ମମତା

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଆଜିଠୁ ଝାଡ଼ଖଣ୍ଡରେ ଆରମ୍ଭ ହୋଇଛି ହେମନ୍ତ ସରକାର । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଜେଏମଏମ ନେତା ହେମନ୍ତ ସୋରେନ । ଝାଡ଼ଖଣ୍ଡରେ ସରକାର ଗଢିଛି ଜେଏମଏମ ନେତୃତ୍ୱାଧିନ ମେଣ୍ଟ । ଆଉ ହେମନ୍ତଙ୍କ ଶପଥ ଗ୍ରହଣ ଉତ୍ସବରେ ମହାମେଳି କରିଥିଲେ ବିରୋଧୀ । କଂଗ୍ରେସ, ଟିଏମସି, ଡିଏମକେ, ଆପ୍, ଆରଜେଡି ପ୍ରମୁଖ ଦଳର ନେତା ଏହି ସମାରୋହରେ ସାମିଲ ହୋଇଥିଲେ । ବିରୋଧୀଙ୍କ ଏକତାର ମଞ୍ଚ ପାଲଟିଥିଲା ହେମନ୍ତ ସୋରେନଙ୍କ ଶପଥ ଗ୍ରହଣ ସମାରୋହ । 

ଗୁରୁତ୍ୱପୂର୍ଣ୍ଣ କଥା ଥିଲା, ଦିନକ ପୂର୍ବରୁ ଅର୍ଥାତ ଶନିବାର ସନ୍ଧ୍ୟାରୁ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ପହଞ୍ଚିଥିଲେ ଦିଦି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ଗତ ରାତିରୁ ହିଁ ହେମନ୍ତଙ୍କୁ ଆଶୀର୍ବାଦ କରିଥିଲେ । ଉଭୟଙ୍କ ମଧ୍ୟରେ ଶନିବାର ରାତିରେ ସାକ୍ଷାତ ଆଲୋଚନା ହୋଇଥିଲା । 

ଦିଦିଙ୍କ ପାଦ ଛୁଇଁ ଜୁହାର ହେଇଥିଲେ ହେମନ୍ତ ସୋରେନ

ଝାଡ଼ଖଣ୍ଡରେ ଦିଦିଙ୍କୁ ସ୍ୱାଗତ କରିବା ସହ ଆତିଥ୍ୟ ପ୍ରଦାନ କରିଥିଲେ ଜେଏମଏମ ନେତା ହେମନ୍ତ ସୋରେନ । ଉଭୟଙ୍କ ମଧ୍ୟରେ ବେଶ କିଛି ସମୟ ସାକ୍ଷାତ ଆଲୋଚନା ହୋଇଥିଲା । ମମତା ବାନାର୍ଜୀଙ୍କ ପାଦ ଛୁଇଁ ଜୁହାର ହୋଇଥିଲେ ହେମନ୍ତ । 

ହେମନ୍ତଙ୍କୁ ଉପହାର ଦେଇଥିଲେ ମମତା

fallback

ସେହିପରି ଭାବୀ ମୁଖ୍ୟମନ୍ତ୍ରୀଙ୍କୁ ଶୀତ ଦିନରେ ସାଲଟିଏ ଉପହାର ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଉ ଆଜି ଶପଥ ଗ୍ରହଣ ସମାରୋହରେ ମଧ୍ୟ ମମତା ବାନାର୍ଜୀ ବେଶ ଖୁସି ଥିବା ଜଣା ପଡୁଥିଲେ । 

ଆହୁରି ପଢନ୍ତୁ; ଝାଡ଼ଖଣ୍ଡକୁ ଫେରିଲା ସୋରେନ ସରକାର