'ଆଣ୍ଡାମାନ ଜେଲ ଗଲେ ବୁଝିଯିବ ସାବରକରଙ୍କ ତ୍ୟାଗ'
Advertisement

'ଆଣ୍ଡାମାନ ଜେଲ ଗଲେ ବୁଝିଯିବ ସାବରକରଙ୍କ ତ୍ୟାଗ'

'ମହା' ମେଣ୍ଟରେ ସାବରକର ବାଡ଼ !

ଡିଜାଇନ ଫଟୋ

ନୂଆଦିଲ୍ଲା: ବିଚାରଗତ ବିଭେଦତା ସତ୍ତ୍ୱେ 'ମହା' ମେଣ୍ଟ ସମ୍ଭବ ! ଏଭଳି କିଛି ଆଶା ନେଇ ଗଠନ ହୋଇଛି ମହା ବିକାଶ ଅଘାଡ଼ି । ମହାରାଷ୍ଟ୍ରରେ ଏହା ସରକାର ମଧ୍ୟ ଗଢ଼ିଛି । ହେଲେ ଏ ବିଚାରଗତ ବିଭେଦତା ଯୋଗୁଁ ଏବେ ସଙ୍କଟରେ ମହାରାଷ୍ଟ୍ର ସରକାର । ଶିବସେନା-କଂଗ୍ରେସ ଓ ଏନସିପି ଯଦିଓ ମିଶି ସରକାର ଗଢ଼ିଛନ୍ତି, ଏମାନଙ୍କ ମଧ୍ୟରେ ସବୁଠୁ ବଡ଼ ବିଚାରଗତ ବିଭେଦତା ହେଉଛି 'ସାବରକର ଆଦର୍ଶବାଦ' । ଯାହା ଆଗକୁ ଆହୁରି ଉଗ୍ରରୂପ ଧାରଣ କରିବ । 

ସାବରକର ନାଁରେ କିଏ କହିଲେ,  ଶିବସେନା ସହ୍ୟ କରିପାରୁନି । ଆଉ ସାବରକର ନାଁରେ ନ କହିଲେ କଂଗ୍ରେସର ଖାଇବା ହଜମ ହେଉନି । ଆଉ ଏହାରି ଭିତରେ ମେଣ୍ଟ ମଧ୍ୟରେ ସମନ୍ୱୟ ଯାହା ହେଉଥିବ । 'ମହା' ସରକାର ଯେମିତି ଚାଲୁଥିବ । ଏକଥା ଭାବି ମଧ୍ୟ ହେଉନାହିଁ । ଅବଶ୍ୟ କମନ ମିନିମମ ପୋଗ୍ରାମରେ ସରକାର ଚାଲୁଥିବା କୁହାଯାଉଛି । 

ନିକଟରେ ସାବରକରଙ୍କୁ କଟାକ୍ଷ କରିବାକୁ ଯାଇ ମୁଁ 'ରାହୁଲ ସାବରକର' ନୁହେଁ ବୋଲି କହିଥିଲେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଯାହାକୁ ନେଇ ବିବାଦ ମଧ୍ୟ ବଢ଼ିଥିଲା । ସାବରକରଙ୍କୁ ଭାରତରତ୍ନ ଦେବାକୁ ବିଜେପି ଓ ଶିବସେନା ଯେତେବେଳେ ଦାବି କରୁଥିଲେ, କଂଗ୍ରେସ ଏହାକୁ ହଜମ କରିପାରୁ ନ ଥିଲା । ଅନ୍ୟପଟେ କଂଗ୍ରେସ ପକ୍ଷରୁ ପ୍ରକାଶିତ ବହିରେ ସାବରକର ବିରୋଧରେ ଲେଖାଯିବା ଘଟଣାକୁ ଶିବସେନା ସହିପାରି ନ ଥିଲା । ଆଉ ଏବେ ଶିବସେନା ସାଂସଦ ସଞ୍ଜୟ ରାଉତ ପୁଣିଥରେ କଂଗ୍ରେସକୁ ପିନ୍ ମାରିଛନ୍ତି । ସାବରକରଙ୍କୁ ବିରୋଧ କରୁଥିବା ଲୋକଙ୍କୁ ଆଣ୍ଡାମାନ ଜେଲରେ ୨ ଦିନ ରଖିବା ଉଚିତ ବୋଲି କହିଛନ୍ତି ସଞ୍ଜୟ । 

ସଞ୍ଜୟଙ୍କ କହିବା କଥା ହେଲା, ଯିଏ ସାବରକରଙ୍କୁ ବିରୋଧ କରୁଛି, ସିଏ ଥରେ ସାବରକର ରହୁଥିବା ଜେଲରେ ରହିବା ଦରକାର । ସେ ଯେଉଁ ଦଳର ହେଉନା କାହିଁକି ୨ ଦିନ ପାଇଁ ଆଣ୍ଡାମାନର ସେଲୁଲର ଜେଲରେ ଛଡ଼ାଯାଉ । କାଳ କଠୋରୀରେ ଦୁଇ ଦିନ ରହିବା ପରେ ସାବରକରଙ୍କ ତ୍ୟାଗ ବୁଝିପାରିବେ ।  

 

ଆହୁରି ପଢ଼ନ୍ତୁ; ପଞ୍ଚମ ପିଢ଼ିକୁ ସତରେ କ'ଣ ଚାହୁଁନି ଯୁବା ଭାରତ ?