ପିକନିକ୍ ଯିବା ପାଇଁ ଭାବୁଛନ୍ତି କି ? ଥରେ ବୁଲିଯାଆନ୍ତୁ ସାପୁଆ ଡ୍ୟାମ
Advertisement
Article Detail0/zeeodisha/odisha612759

ପିକନିକ୍ ଯିବା ପାଇଁ ଭାବୁଛନ୍ତି କି ? ଥରେ ବୁଲିଯାଆନ୍ତୁ ସାପୁଆ ଡ୍ୟାମ

 ପ୍ରକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପର୍ଯ୍ୟଟନସ୍ଥଳୀରେ ଶୀତ ଦିନ ଜମୁଛି ପର୍ଯ୍ୟଟକଙ୍କ ଭିଡ

 ପିକନିକ୍ ଯିବା ପାଇଁ ଭାବୁଛନ୍ତି କି ? ଥରେ ବୁଲିଯାଆନ୍ତୁ ସାପୁଆ ଡ୍ୟାମ

ପ୍ରଭାତ ପୃଷ୍ଟି, ହିନ୍ଦୋଳ: ଚାଲିଛି ପିକନିକ୍  ଟାଇମ୍ । ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ ଜମୁଥିବା ବେଳେ ଆଉ ବଣଭୋଜିର ମଜା ନେଉଛନ୍ତି ପର୍ଯ୍ୟଟକ । ପ୍ରକୃତି କୋଳରେ ନିଜକୁ ହଜେଇ ଦେବାକୁ ଚାହୁଁଛନ୍ତି କି? ତେବେ ବୁଲିବାକୁ ଯାଆନ୍ତୁ ହିନ୍ଦୋଳର ପର୍ଯ୍ୟଟନସ୍ଥଳୀ ସାପୁଆ ଡ୍ୟାମ । 

ହିନ୍ଦୋଳ ସବଡଭିଜନରେ ରହିଛି ସାପୁଆ ଡ୍ୟାମ । ପ୍ରକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପର୍ଯ୍ୟଟନସ୍ଥଳୀରେ ଶୀତ ଦିନ ଜମୁଛି ପର୍ଯ୍ୟଟକଙ୍କ ଭିଡ । ବଣ ଭୋଜିର ପ୍ରାକୃତିକ ଶୋଭାରାଜିକୁ ମନଭରି ଉପଭୋଗ କରୁଛନ୍ତି  ପର୍ଯ୍ୟଟକ । 

fallbackଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସବଡିଭିଜନର ତେଲିଭୁଇଁ ଛକଠାରୁ ୬ କିଲୋମିଟର ଦୂରରେ ରହିଛି ସାପୁଆ ଡ୍ୟାମ୍ । ଡ୍ୟାମର ଦୃଶ୍ୟ ବେଶ ମନଲୋଭା । ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଏଠାରେ ଥିବା ଘଞ୍ଚ ଜଙ୍ଗଲ ପର୍ଯ୍ୟଟକଙ୍କୁ ଆକୃଷ୍ଟି କରେ । ଏଠାରେ ସାପୁଆ ନଦୀର ଜଳକୁ ବନ୍ଧ କରି  ଜଳ ଭଣ୍ଡାରରେ ଗଚ୍ଛିତ କରାଯାଇଛି । ଡ୍ୟାମର ଜଳରାଶିରରେ  ଗାଧୋଇବାକୁ ଭୁଲୁ ନହାନ୍ତି ପର୍ଯ୍ୟଟକ । ବର୍ଷା ତମାମ ଏଠାରେ  ପର୍ଯ୍ୟଟକଙ୍କ  ଭିଡ ଜମୁଥିବା ବେଳେ ଡିସେମ୍ୱର ଓ ଜାନୁଆରୀ ମାସରେ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ରହିଥାଏ । ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ପର୍ଯ୍ୟଟକ ଶୀତଦିନେ ବନ୍ଧୁବାନ୍ଧବ   ସହ ଏଠାରେ ବଣଭୋଜି କରନ୍ତି ।

ସବୁଜ ବନାନୀର ମନଲୋଭା ଦୃଶ୍ୟକୁ ଉପଭୋଗ କରିବା ସହ , ଝରଣା ପାଣି  ଓ କାଠ ଚୁଲିରେ ବଣଭୋଜି କରି ଆନନ୍ଦିତ ହେଉଛନ୍ତି ପର୍ଯ୍ୟଟକ । ଏଠାରେ ପାନୀୟ ଜଳର ସୁବିଧା,  ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଗଲେ ଦେଶ ବିଦେଶରେ ଏହି ସୁନ୍ଦର ସ୍ଥାନର ଖ୍ୟାତି ଆହୁରୀ ବଢନ୍ତା ବୋଲି ମତ ଦିଅନ୍ତି ପର୍ଯ୍ୟଟକ ।