ସାଉଦି ଆରବ ଡାକିବାକୁ ଯାଉଛି କାଶ୍ମୀର ପ୍ରସଙ୍ଗରେ OICବୈଠକ, ଭାରତ ସହ ସମ୍ପର୍କରେ ଆସିପାରେ ଫାଟ
Advertisement

ସାଉଦି ଆରବ ଡାକିବାକୁ ଯାଉଛି କାଶ୍ମୀର ପ୍ରସଙ୍ଗରେ OICବୈଠକ, ଭାରତ ସହ ସମ୍ପର୍କରେ ଆସିପାରେ ଫାଟ

କାଶ୍ମୀର ସ୍ଥିତି ଉପରେ ଚର୍ଚ୍ଚା ପାଇଁ ଇସଲାମିକ୍ ସହଯୋଗୀ ସଙ୍ଗଠନ (OIC) ସଦସ୍ୟ ରାଷ୍ଟ୍ରର ବିୈଦେଶିକ ମନ୍ତ୍ରୀଙ୍କ ବୈଠକ ଡାକିବାକୁ ଯୋଜନା କରୁଛି ସାଉଦି ଆରବ ।

ଫାଇଲ ଫଟୋ

ନୂଆଦିଲ୍ଲୀ: କାଶ୍ମୀର ସ୍ଥିତି ଉପରେ ଚର୍ଚ୍ଚା ପାଇଁ ଇସଲାମିକ୍ ସହଯୋଗୀ ସଙ୍ଗଠନ (OIC) ସଦସ୍ୟ ରାଷ୍ଟ୍ରର ବିୈଦେଶିକ ମନ୍ତ୍ରୀଙ୍କ ବୈଠକ ଡାକିବାକୁ ଯୋଜନା କରୁଛି ସାଉଦି ଆରବ । ପାକିସ୍ତାନକୁ ଖୁସି କରିବାକୁ ପ୍ରୟାସ କରିବାକୁ ସାଉଦି ଆରବ ଏହି ପଦକ୍ଷେପ ନେବାକୁ ଯାଉଥିବା କୁହାଯାଉଛି । କାରଣ କ୍ୱାଲାଲାମପୁରରେ ନିକଟରେ ହୋଇଥିବା ମୁସଲିମ୍ ସଙ୍ଗଠନର ଏକ ସମ୍ମିଳନୀରେ ପାକିସ୍ତାନ ଯୋଗଦେଇନଥିଲା ।

ପାକିସ୍ତାନ  ଚାହୁଁଛି କାଶ୍ମୀରରେ ମାନବାଧିକାର ସ୍ଥିତି ଉପରେ ଚର୍ଚ୍ଚା ପାଇଁ OICର ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଶୀଘ୍ର ବସୁ । ପାକ୍ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀ ରବିବାର ଏନେଇ ସ୍ପଷ୍ଟ କରିଥିଲେ ।  କୁହାଯାଉଛି ପାକିସ୍ତାନ ଗସ୍ତରେ ଆସି ସାଉଦି ଆରବ ବୈଦେଶିକ ମନ୍ତ୍ରୀ ଶେହଜାଦା ଫୈସଲ ବିନ୍ ଫରହାନ ଚଳିତ ସପ୍ତାହରେ ପାକିସ୍ତାନକୁ ଏହା ସ୍ପଷ୍ଟ କରିଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା କ୍ୟୁରେସୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି  । ଏହି ଖବର ଆସିବା ପରେ  କାଶ୍ମୀର ପ୍ରସଙ୍ଗରେ ବୈଠକ ଆୟୋଜନ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି । ଏକ ସରକାରୀ  ପାକିସ୍ତାନୀ ରେଡିଓରେ ପ୍ରସାରିତ ଖରବରୁ ଏହା ଜଣାପଡ଼ିଛି । OICର ମନ୍ତ୍ରୀ ସ୍ତରୀୟ ବୈଠକ ଇସଲାମାବାଦରେ ଏପ୍ରିଲ୍ ୨୦୨୦ରେ ବସିବାକୁ ଆଶା କରାଯାଉଛି ।

ଆଭାର ପ୍ରକଟ କରିବାକୁ ପାକିସ୍ତାନ ପହଞ୍ଚିଥିବା ଶେହଜାଦା ଫୈସଲ କ୍ୟୁରେସୀ ଏହା ମଧ୍ୟ କହିଛନ୍ତି ପାକିସ୍ତାନ ଉଚିତ୍ ମଞ୍ଚରେ କାଶ୍ମୀର ପ୍ରସଙ୍ଗ ଉଠାଯାଇଛି  । ଭାରତ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି  ଉଲ୍ଲଙ୍ଘନ କରୁଥିବା ଦୋଷ ମଧ୍ୟ ଲଦିଛି ପାକିସ୍ତାନ । ନିକଟରେ ଅନୁଷ୍ଠିତ ହୋଇଥିବା କ୍ୱାଲାଲାମପୁର ମୁସଲିମ୍ ରାଷ୍ଟ୍ର ସମ୍ମିଳନୀରେ ପାକିସ୍ତାନ ଯୋଗ ଦେଇ ନ ଥିବାରୁ ଦେଶ ତରଫରୁ ଆଭାର ପ୍ରକଟ କରିବାକୁ ଦିନିକିଆ ଗସ୍ତରେ ଆସିଥିଲେ ସାଉଦି ବୈଦେଶିକ ମନ୍ତ୍ରୀ ଶେହଜାଦା ଫୈସଲ । ମାଲେସିଆ ଦ୍ୱାରା ଆୟୋଜିତ ସମ୍ମିଳନୀରେ ଯୋଗଦେବାକୁ ପ୍ରଥମେ ସ୍ପଷ୍ଟ କରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।  ହେଲେ ସାଉଦି ଆରବ ଏବଂ ସଂଯୁକ୍ତ ରାଷ୍ଟ୍ର ଆରବ ଅମିରାତରଙ୍କ ଚାପ ଯୋଗୁଁ ଅନ୍ତିମ ସମୟରେ ପାକିସ୍ତାନ ସମ୍ମିଳନୀରୁ ଓହରି ଯାଇଥିଲା ।

ସାଉଦି ଆରବ ବୈଦେଶିକ ମନ୍ତ୍ରୀ ଶେହଜାଦା ଫୈସଲଙ୍କୁ  ଭାରତ ଦ୍ୱାରା ଅଗଷ୍ଟ ୫ରେ  ଧାରା ୩୭୦ର ପରିବର୍ତ୍ତନ ନେଇ କାଶ୍ମୀରରେ ସ୍ଥିତି ବାବଦରେ ସୂଚନା ଦେଇଥିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା କ୍ୟୁରେସୀ । ବୈଦେଶିକ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଦୁଇ ଦେଶର ବୈଦେଶିକ ମନ୍ତ୍ରୀ କାଶ୍ମୀର ପ୍ରସଙ୍ଗରେ OICର ଭୂମିକା ଉପରେ ଚର୍ଚ୍ଚା କରିଛନ୍ତି । ବେଦେଶିକ କାର୍ଯ୍ୟାଳୟ କହିଛନ୍ତି, ସେ ସଂଶୋଧିକ ନାଗରିକତା ଆଇନ ଏବଂ ଏନଆରସି ପ୍ରସଙ୍ଗରେ ଭରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଏବଂ ଭାରତରେ ଲଗାତର ସଂଖ୍ୟାଲଘୁଙ୍କୁ କଥିତ ଭାବେ ଟାର୍ଗେଟ୍ କରାଯାଉଥିବା ପ୍ରସଙ୍ଗ ଉଠାଇଥିଲେ । OIC ଏକ ସଂକ୍ଷିପ୍ତ ବୟାନରେ ଗତ ସପ୍ତାହରେ କହିଥିଲେ, ସେ ଭରତରେ ମୁସଲିମ୍ ସଂଖ୍ୟାଲଘୁଙ୍କୁ ପ୍ରଭାବିତ କରୁଥିବା ଘଟଣା ଉପରେ ନଜର ରଖୁଛନ୍ତି ।    

ଇମ୍ରାନ ଖାନଙ୍କ ସହ ସାକ୍ଷାତ କଲେ ଶେହଜାଦା ଫୈସଲ

ସାଉଦି ଆରବ ବୈଦେଶିକ ମନ୍ତ୍ରୀ ଶେହଜାଦା ଫୈସଲ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି । ବୈଠରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା କ୍ୟୁରେଶୀ, ବୈଦେଶିକ ସଚିବ ସୋହେଲ ମହମ୍ମଦ, ଗୁଇନ୍ଦା ସଂସ୍ଥା ଆଇଏସଆଇଏସ ପ୍ରମୁଖ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମ୍ମିଦ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଇମ୍ରାନ ଖାନ୍ ସାଉଦି ଆରବ ବୈଦେଶିକ ମନ୍ତ୍ରୀଙ୍କୁ କହିଛନ୍ତି ଭାରତ ଦ୍ୱାରା ଅସ୍ତ୍ର ବିରତୀ ଉଲ୍ଲଙ୍ଘନ ଯୋଗୁଁ ସୀମାରେ ଅଶାନ୍ତି ବଢୁଛି । ଏହି କ୍ଷେତ୍ରରେ ଶାନ୍ତି ଏବଂ ସୁରକ୍ଷା ପାଇଁ ବିପଦ ସୃଷ୍ଟି ହୋଇଛି । ସାଉଦି ଆରବକୁ ଭାରତଠାରୁ ମିଳୁଥିବା ବାଣିଜ୍ୟ ଏବଂ ମୁସଲିମ୍ ମୁଦ୍ଧା ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ OIC ପଛଘୁଞ୍ଚା ଦେଉଥିବାରୁ କ୍ୱାଲାଲାମପୁର ସମ୍ମିଳନୀକୁ ପ୍ରତ୍ୟାକ୍ଷାନ କରିଥିଲା ପାକିସ୍ତାନ ।

କ୍ୱାଲାଲାମପୁର ସମ୍ମିଳନୀରେ ସତର୍କ ହେଲା ସାଉଦି

ସାଉଦି ଆରବ ବୈଦେଶିକ ମନ୍ତ୍ରୀ ଦିନିକିଆ ପାକିସ୍ତାନ ଗସ୍ତ ଏଭଳି ସମୟରେ ହେଲା, ଯେବେ କ୍ୱାଲାଲାମପୁର ସମ୍ମିଳନୀଠାରୁ ଦୂରେଇ ରହିବାକୁ ପାକିସ୍ତାନ ଉପରେ ଚାପ ପ୍ରୟୋଗ ଅଭିଯୋଗ ଲଗାଯାଇଥିଲା । ଏହି ସମ୍ମିଳନୀ ଡିସେମ୍ୱର ୧୯-୨୧ ମଧ୍ୟରେ ହୋଇଥିଲା । ସାଉଦି ଆରବ ମୁସଲିମ୍ ଜଗତରେ ଏହି ନୂଆ ସଂଗଠନ ତିଆରି ପାଇଁ ପ୍ରୟାସ ଆଧାରରେ ନେଇଛି ।

ଆହୁରି ପଢ଼ନ୍ତୁ; କାଲି ଯାଏ ଥିଲେ ଭଉଣୀ, କାଲି ହେବେ ସଉତୁଣୀ !